-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
23-Nov-2022
ନୟାଗଡ଼,(ପ୍ରଦୀପ କୁମାର ପଣ୍ଡା) ନୟାଗଡ଼ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା ଦିଗରେ ଜିଲ୍ଲା ପ୍ରଶାସନ ପ୍ରୟାସ ଆରମ୍ଭ କରିଛି | ୨୦୨୪ ସୁଦ୍ଧା ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ ଶୁକ୍ରବାର ସବୁଜ ପତାକା ଦେଖାଇ ଭାମ୍ୟମାଣ ରଥର ଶୁଭାରମ୍ଭ କରିଥିଲେ | ଏହି ସଚେତନତା ରଥ ବୁଧବାର ଦିନପୂର୍ବାହ୍ନରେ ଗଣିଆ ବ୍ଲକ କାର୍ଯ୍ୟାଳୟ ପରିସରରର ପହଞ୍ଚିବା ପରେ ବ୍ଲକ ଅଧ୍ୟକ୍ଷା ଝୁନା ଜେନା ପତାକା ଦେଖାଇ ସଚେତନତା ରଥର ବ୍ଲକ ସ୍ତରୀୟ ଉଦଘାଟନ କରିଥିଲେ | ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି , ଏହାକୁ ରୋକିବା ଆମ ସମସ୍ତଙ୍କର ସାମାଜିକ ଦାୟିତ୍ୱ ବୋଲି କହିଥିଲେ ଶ୍ରୀମତୀ ଜେନା । ସାମ୍ନାନିତ ଅତିଥିଭାବେ ସିଡିପିଓ ସୌଦାମିନି ପଣ୍ଡା ଓ ସୁପରଫାଇଜରଙ୍କ ଏସଏଚଜି ଗ୍ରୁପର ସଦସ୍ୟମାନେ ଉପସ୍ଥିତ ଥିଲେ | ଏହି ସଚେତନତା ରଥ ଗଣିଆ ବ୍ଲକର ବିଭିନ୍ନ ପଞ୍ଚାୟତ ଗ୍ରସ୍ତ କରି ବାଲ୍ୟ ବିବାହ ଓ ଘରୋଇ ହିଂସାରୁ ଶିଶୁକୁ ସୁରକ୍ଷା ଦେବା ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲା | ଜିଲ୍ଲାପାଳ ମହୋଦୟ ଙ୍କ ଲକ୍ଷ୍ୟ କୁ ସମ୍ପୂର୍ଣ୍ଣକରିବା ପାଇଁ ସାମାଜିକ ଓ ଆଇନଗତ ବ୍ୟବସ୍ଥା ସହିତ ଆଇନାନୁମୋଦିତ ବୟସ ଅନୁସାରେ ବିବାହ କାର୍ଯ୍ୟ ହେବା ବିଧେୟ।ଏହାର ଉଲ୍ଲଘଂନ ପାଇଁ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ରହିଥିବାରୁ ଏହାର ବ୍ୟାପକ ସଚେତନତା ସୃଷ୍ଟି ଜରୁରୀ ବୋଲି ସିଡିପିଓ ଶ୍ରୀମତୀ ପଣ୍ଡା କହିଥିଲେ | ବାଲ୍ୟବିବାହ ଓ ମହିଳା ମାନଙ୍କ ଉପରେ ହେଉଥିବା ହିଂସା ସମାଜ ପାଇଁ ବ୍ୟାଧି ବା କଳଙ୍କ | ଏହା ଜିଲ୍ଲାରୁ ସମ୍ପୂର୍ଣ ଭାବରେ ଦୂର କରିବା ପାଇଁ ରୀତିମତ ସଚେତନତାର ଆବଶ୍ୟକତା ରହିଛି | ବାଲ୍ୟ ବିବାହ,ଶିଶୁ ଶ୍ରମିକ , କନ୍ୟା ଭ୍ରୁଣ ହତ୍ୟା ,ଶିଶୁ ନିର୍ଯ୍ୟାତନା ଏବଂ ନାରୀ ହିଂସା ପରି ସାମାଜିକ ବ୍ୟାଧି କୁ ପୂର୍ଣ୍ଣଛେଦ ପକାଇବା ପାଇଁ ଜିଲ୍ଲା ପ୍ରଶାସନ ର ଭ୍ରାମ୍ୟବାଣ ରଥ ଗୀତ ମାଧ୍ୟମରେ ସାରା ବ୍ଲକ୍ ରେ ସଚେତନତା ର ବାର୍ତ୍ତା ପହଞ୍ଚିଛି |