-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||     

HOME   ରାଜ୍ୟ

ସଚେତନତାସୃଷ୍ଟି ଉଦ୍ୟମ ସତ୍ତ୍ୱେ ଦାଦନ ଚାଲାଣ ଅବ୍ୟାହତ

21-Nov-2022



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ ) ଚଳିତବର୍ଷ ଦାଦନପ୍ରବଣ ବଲାଙ୍ଗୀରଜିଲ୍ଲାରେ ବେଆଇନ ଦାଦନଶ୍ରମିକ ଚାଲାଣ ମାମଲାରେ ପୁଲିସକୁ ନେଇ କେତେକ ଅଭୂତପୂର୍ବ ଘଟଣା ଘଟିଥିବା ସହ ପୁଲିସର ମୁହଁ ବନ୍ଦ ହୋଇଯାଇଛି ଓ ଏହି ସୁଯୋଗରେ ଅଧିକ ନିରଙ୍କୁଶହୋଇ ପୂର୍ବାପେକ୍ଷା  ବୃଦ୍ଧିପାଇଛି । ଶ୍ରମବିଭାଗ , ପ୍ରଶାସନ ଓ ପୁଲିସ୍ ବିଭାଗର ତଳୁ ଉପର ସ୍ତର ପର୍ଯ୍ୟନ୍ତ ଅଧିକାରୀମାନେ ହାତ ଚିକ୍କଣ କରୁଛନ୍ତି । ସବୁଜାଣି ସରକାର ନୀରବ ରହିଛନ୍ତି । ବିଶେଷତଃ ଜିଲ୍ଲାରୁ କେତେ ସଂଖ୍ୟକ ଶ୍ରମିକ ବାହାରକୁ ଯାଉଛନ୍ତି , ଏହାର ସଠିକ୍ ରିପୋର୍ଟ ସରକାରଙ୍କ ନିକଟରେ ନାହିଁ । ଏଥିଯୋଗୁଁ ମନରେଗା ଓ ଅନ୍ୟାନ୍ୟ ଶ୍ରମଭିତ୍ତିକ ଯୋଜନାରେ କୋଟି କୋଟି ଟଙ୍କା ବାଟମାରଣା ହେଉଛି । ବନବିଭାଗ , ମୃତ୍ତିକା ସଂରକ୍ଷଣ ବିଭାଗ , ପଞ୍ଚାୟତିରାଜ ବିଭାଗ ଓ  ଅନ୍ୟାନ୍ୟ ବିଭାଗରେ ମିଥ୍ୟା ମଷ୍ଟର ରୋଲ୍ ଓ ମିଛ ଶ୍ରମିକଙ୍କ ଜବ୍ କାର୍ଡରେ ଜିଲ୍ଲାସାରା ଦୁର୍ନୀତି ଗଣମାଧ୍ୟମରେ ଲୋଚନକୁ ଆସିଛି । ସଂଖ୍ୟାଗରିଷ୍ଠଦଳର ସରକାରଙ୍କ ଏଭଳି ଆଖିବୁଜା ଦୁର୍ନୀତି ବିରୋଧରେ ବିରୋଧୀଦଳମାନେ ବିଧାନସଭାରେ ବି ମୁହଁ ଖୋଲୁନାହାଁନ୍ତି  ! ଏଣୁ ଆଗାମୀ ବିଧାନସଭା ଶୀତଅଧିବେଶନରେ ଏହି ଗୁରୁତର ଅଭିଯୋଗ  ସମ୍ପର୍କରେ ପ୍ରସଙ୍ଗ ଉଠାଇବାକୁ ଲୋକେ ଦାବି କରିଛନ୍ତି ।

ଇତିମଧ୍ୟରେ ପାଟଣାଗଡ ବନବିଭାଗ ରେଞ୍ଜ୍ ର   ବାନ୍ଧନପଲା , ଖୁଲାଗଡର ମନରେଗା ମନରେଗା ଶ୍ରମିକଙ୍କ ପ୍ରାୟ ସାଢେ ୯ ଲକ୍ଷ ଟଙ୍କାର ମଜୁରୀ ହଡପ ଅଭିଯୋଗ ହେଉ ବା  ମୃତ୍ତିକା ସଂରକ୍ଷଣ ବିଭାଗର ବିଭାଗୀୟ କର୍ମଚାରୀଙ୍କ ଦ୍ବାରା ପାଟଣାଗଡ ଅଧୀନସ୍ଥ ଖୁରିପାଣି , ଫଟାମୁଣ୍ଡା, ଚନ୍ଦନଜୁରୀରେ ଚହଲା ଓ ଆମ୍ବଚାରା ରୋପଣର ଲକ୍ଷାଧିକ  ଦୁର୍ନୀତି ଅଭିଯୋଗକୁ ଗତ ୧୯ ତାରିଖର ପିଡିଙ୍କ ବିଭାଗୀୟ ତଦନ୍ତପରେ ଚପାଇ ଦିଆଯାଇଛି । 

ଆହୁରିମଧ୍ୟ , କଣ୍ଟାବାଞ୍ଜି , ଲାଠୋର ଓ ଅନ୍ୟାନ୍ୟସ୍ଥାନରେ ହୋଇଥିବା ବନବିଭାଗର ଅନିୟମିତତା ଏବଂ ଆଗଲପୁର , ଖପ୍ରାଖୋଲ , ସଇଁନ୍ତଳା , ବଙ୍ଗୋମୁଣ୍ଡା ତଥା ଅନ୍ୟାନ୍ୟ ଅଞ୍ଚଳରେ ଅଭିଯୋଗ ଉଠିଥିବା ମୃତ୍ତିକା ସଂରକ୍ଷଣ ବିଭାଗର ଫାର୍ମପଣ୍ଡ୍ ରେ ଚଳିତ ବର୍ଷର କୋଟି କୋଟି ଟଙ୍କାର ଜେସିବି ଖୋଳା ହୋଇ ମିଥ୍ୟାଶ୍ରମଦିବସ ଦୁର୍ନୀତିକୁ ସରକାର କର୍ଣପାତ କରୁନାହାଁନ୍ତି ।

ଅପରପକ୍ଷରେ ଜିଲ୍ଲାର ଲାଠୋର , କଣ୍ଟାବାଞ୍ଜି , ତୁରେକେଲା ଓ ଅନ୍ୟାନ୍ୟ ରେଳଷ୍ଟେସନରୁ ହଜାର ହଜାର ବେଆଇନ ଦାଦନଶ୍ରମିକ ଚାଲାଣ ବୃଦ୍ଧି ପାଇଛି । କଣ୍ଟାବାଞ୍ଜି ପୁଲିସ୍ ଏସଡିପିଓ ଡ. ହୃଷିକେଶ ମେହେରଙ୍କ ୭ ଜଣ ଆନ୍ଧ୍ର ଦାଦନସେଠଙ୍କୁ  ଲଜ୍ ରୁ ଧରି ସେମାନଙ୍କୁ ଜୁଆଡି ସଜାଇ ତାଙ୍କଠାରୁ ପ୍ରାୟ ଏକକୋଟି ଟଙ୍କା ଜବତ କରି ସେଥିରୁ ବିପୁଳ ପରିମାଣର ହଡପ କରି ନିଲମ୍ଵିତ ହେବା ଓ ଏହାପରେ ମଧ୍ୟ ତୁରେକେଲାର ଜଣେ ପୁଲିସ୍ ଅଧିକାରୀ ଦାଦନସର୍ଦ୍ଦାର ଠାରୁ ୧୨ ହଜାର ଟଙ୍କା ନେଉଥିବାର ଭିଡିଓ ଭାଇରାଲ୍ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଘଟଣା ସତ୍ତ୍ୱେ ପୁଲିସ୍ ର ଜ୍ଞାତସାରରେ ଜିଲ୍ଲାର ପ୍ରାୟ ସବୁଥାନାଅଞ୍ଚଳରୁ ଦାଦନ ଚାଲାଣ ବୃଦ୍ଧିପାଇଥିବା ଆଶ୍ଚର୍ଯ୍ୟଜନକ  !  ଅଥଚ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ  ବେଆଇନ ଦାଦନଚାଲାଣ ନ କରାଯିବାକୁ ଏନଜିଓମାନଙ୍କ ସହିତ ପୁଲିସ୍ ଓ ପ୍ରଶାସନର ମିଳିତ ସଚେତନତା ସଭାମାନ ଅନୁଷ୍ଠିତ ହୋଇଥିଲା ।

ଏହାସତ୍ତ୍ୱେ ଆନ୍ଧ୍ର ଓ ତାମିଲନାଡୁଆଦି ରାଜ୍ୟବାହାରର ସେଠ୍ ମାନେ ଆସି କଣ୍ଟାବାଞ୍ଜି , ବେଲପଡା , ଖପ୍ରାଖୋଲ , ଲାଠୋରର ସର୍ଦ୍ଦାରମାନଙ୍କ ଘରେ ରହି ସର୍ଦ୍ଦାରମାନଙ୍କୁ ଗାଡିରେ ବୁଲି ବୁଲି କୋଟି କୋଟି ଟଙ୍କାର ଅଗ୍ରୀମଟଙ୍କାର ଆଟାଚି ପହଞ୍ଚାଉଥିବା ଦେଖାଯାଇଛି । କିଛିଦିନତଳେ ଦିନବେଳା କେତେକ ଜିଲ୍ଲାସ୍ତରୀୟ ସାମ୍ବାଦିକଙ୍କ ସମ୍ମୁଖରେ ଏକ କାର୍ ରେ ଆସି ରାଜ୍ୟବାହାରର ଏହି ସେଠ୍ ମାନେ ଲାଠୋରର ଜଣେ ସର୍ଦ୍ଦାରର ଘରେ ଏକ ଟଙ୍କା ଆଟାଚି ପହଞ୍ଚାଇଥିଲେ । ଆହୁରି ମଧ୍ୟ , ଲାଠୋରର ଜଣେ ମହିଳା ଲାଠୋରରୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ବିଳମ୍ବିତ ରାତିରେ ବେଆଇନ ଦାଦନଶ୍ରମିକଚାଲାଣରେ ସକ୍ରିୟ ରହିଥିବା ଦେଖାଯାଇଛି ।

ଗତକାଲି ବେଲପଡା ନିକଟସ୍ଥ ମୁରିବାହାଲ ଥାନାନ୍ତର୍ଗତ ଅଣ୍ଡାଲଦରହ ଗ୍ରାମର ମନୋଜ ପାତ୍ର ନାମକ ଜଣେ ସର୍ଦ୍ଦାର ତେନ୍ତୁଳିମୁଡାର ସେକେଣ୍ଡ ସର୍ଦ୍ଦାର ଜରିଆରେ ବରଗଡ ଅଞ୍ଚଳର ଓ ପାଟଣାଗଡ ଅଞ୍ଚଳର ରାଖୀଉଡାରର ଶ୍ରମିକମାନଙ୍କୁ ୩ ଲକ୍ଷ ୧୦ ଅଗ୍ରୀମ ଦେଇ ଡକାଇନେଇଥିଲା । ତେବେ କଣ ହେଲା କେଜାଣି , ସେମାନଙ୍କୁ ତାଲାପକାଇ ଦୁଇଦିନକାଳ ଅଟକବନ୍ଦୀ ରଖି ରାଖୀଉଡାରର ଜଣେ ପୁରୁଷ ଓ ଅନ୍ୟ ପରିବାରର ଜଣେ ମହିଳାଶ୍ରମିକଙ୍କୁ ଅଗ୍ରୀମ ଫେରାଇଆଣିବାକୁ କହି ସମସ୍ତଙ୍କ ଆଧାରକାର୍ଡ ଆଦି ରଖି ଗ୍ରାମକୁ ଛାଡିଦେଇଥିଲା । ଏହି ଶ୍ରମିକମାନେ ପୂର୍ବରୁ ତାଲିକାଭୁକ୍ତ ହୋଇ ନଥିବା ଦୁଇଜଣ ଅନ୍ୟଶ୍ରମିକଙ୍କୁ ସାଙ୍ଗରେ ନେଇଥିବାରୁ ଠକେଇ ସନ୍ଦେହରେ ସର୍ଦ୍ଦାର ଏପରି କରିଥିବା ପ୍ରକାଶ । ତେବେ ପୁଣି ଆଜି ଛାଡିଥିବା ଉକ୍ତ ଦୁଇଜଣଙ୍କୁ ସେକେଣ୍ଡ ସର୍ଦ୍ଦାର ପଠାଇ ରାଖୀଉଡାରରୁ ଅଣ୍ଡାଲଦରହକୁ ନେଇ କଣ୍ଟାବାଞ୍ଜି ରେଳଷ୍ଟେସନରୁ ପଠାଉଥିବା ବିଶ୍ବସ୍ତସୂତ୍ରରୁ ସୂଚନା ମିଳିଛି । ଏଣୁ ଏହିପରି ଭାବରେ ଜିଲ୍ଲାରୁ ଲକ୍ଷାଧିକ ସଂଖ୍ୟାରେ ରେଳଷ୍ଟେସନରୁ ରାୟପୁର ଦେଇ ବେଆଇନ୍ ଦାଦନଶ୍ରମିକ ଚାଲାଣ ଅବ୍ୟାହତ ରହିଛି । ପୁଲିସ୍ ଚଳିତବର୍ଷ ଦାଦନସେଠ୍ ଓ ସର୍ଦ୍ଦାରଙ୍କଠାରୁ ବିପୁଳଟଙ୍କା ହଡପ ଓ।ଲାଞ୍ଚ ନେବା ଘଟଣାରେ ବଦନାମ ହୋଇପଡି ଥିବାରୁ ମୁହଁବନ୍ଦ କରି ଭିତିରିଆ ସର୍ଦ୍ଦାରମାନଙ୍କଠାରୁ ଦ୍ବିଗୁଣ ବଟିନେଇ  ଛାଡିଦେଉଥିବା କୁହାଯାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026

You Might Also Like