-+91-9937148622 |

prerana_bgr@rediffmail.com |

  Tuesday 2nd June 2026 |

| | | |

R.N.I. Regd No. ODIODI/2010/46693

Breaking News

ଶ୍ରୀଶ୍ରୀ ଅପର୍ଣ୍ଣା ପାର୍ବତୀ ରାମଲୀଳା ପ୍ରଚାର ସମିତି ଚାଉଳିଆଗଞ୍ଜ ତରଫରୁ ଶ୍ରୀରାମଲୀଳା ମହୋତ୍ସବ   (02-Jun-2026)       ||      , କାମରେ ଲାଗୁନି ସରକାରୀ ଅର୍ଥରେ ନିର୍ମିତ ବସଷ୍ଟାଣ୍ଡ    (02-Jun-2026)       ||      ବିଶ୍ଵ କଲ୍ୟାଣାର୍ଥେ ରୁଦ୍ରାଭିସେକ ଓ ପୂଜନ    (02-Jun-2026)       ||      କଟକ-ବାରବାଟୀ ବିଧାୟିକାଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥିତି ପରଖିଲେ ଜିଲ୍ଲାପାଳ   (02-Jun-2026)       ||      ସରଗାଡ଼ ରେ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର   (01-Jun-2026)       ||      ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଉଦ୍‌ଘାଟିତ ବାଳକ ବର୍ଗରେ ବୌଦ୍ଧ ଓ ନୟାଗଡ଼, ବାଳିକା ବର୍ଗରେ ଦେବଗଡ଼ ବିଜୟୀ   (01-Jun-2026)       ||      ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (01-Jun-2026)       ||      ଏସ୍‌ଆଇଆର୍ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ତଦାରଖ କଲେ ଜିଲ୍ଲାପାଳ   (01-Jun-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଜୟନ୍ତୀ ମଞ୍ଜରୀ ରଥ ଙ୍କ ସ୍ମୃତି ସଭା   (01-Jun-2026)       ||      କଟକ ଜିଲ୍ଲାସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ ପାଳିତ   (01-Jun-2026)       ||      ଶିକ୍ଷା କ୍ଷେତ୍ରରେ ଜଣେ ଦକ୍ଷ ସଂଗଠକ ବିଇଓ ନୀଳମଣି ପଟେଲଙ୍କ ଅବସର   (01-Jun-2026)       ||      ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍)-୨୦୨୬ ପ୍ରକ୍ରିୟା ନିମନ୍ତେ ସାମ୍ବାଦିକ ସମ୍ମିଳନୀ   (01-Jun-2026)       ||      ଶିକ୍ଷା କ୍ଷେତ୍ରକୁ ବିଦାୟ ଦେଲେ ବଲାଙ୍ଗୀରର ୨୫ଜଣ କର୍ମନିଷ୍ଠ ଅଧିକାରୀ ଓ ଶିକ୍ଷାକର୍ମୀ   (01-Jun-2026)       ||      ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ   (01-Jun-2026)       ||      ଗଣ୍ଡପାଲି ରେ ବେଆଇନ କରତ କଲ  ଜବତ                        (01-Jun-2026)       ||      ସଂରକ୍ଷିତ ଜଙ୍ଗଲ କୁ ପଦା କରି ବିନା ସୂଚନା ଫଳକରେ ଜଙ୍ଗଲ ବିଭାଗର ନର୍ସରୀ ନିର୍ମାଣ କାହା ସ୍ୱାର୍ଥରେ?   (01-Jun-2026)       ||      ପଞ୍ଚମ ର ମାସନ୍ତ ସଂଗୀତ ସଂଧ୍ୟା   (01-Jun-2026)       ||      ତରଭା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୮ଟି ଦରଖାସ୍ତ ଗ୍ରହଣ   (01-Jun-2026)       ||      ଆଦର୍ଶ ଶିକ୍ଷକଙ୍କୁ ଅବସରକାଳୀନ ଭାବପୂର୍ଣ୍ଣ ବିଦାୟ   (01-Jun-2026)       ||      ଅଶୋକ ଚନ୍ଦନ ସ୍ନୁତି ସମାରୋହ ପାଳିତ   (01-Jun-2026)       ||     

HOME   ଜିଲ୍ଲା

ସରକାରୀ ଜମିରେ ଘର ନିର୍ମାଣକୁ ନେଇ  ତହସିଲ୍‌ଦାର୍ ଓ ଆର୍‌ଆଇକୁ ଘେରିଲେ ଆଦିବାସୀ.   ଡଇଁଚା ଆର୍ ଆଇ ଅ‘ିସ୍ ରେ ଆଦିବାସୀ କଲେ ଆନ୍ଦୋଳନ  

21-Nov-2022



ନାକଟିଦେଉଳ (କନ୍ଦର୍ପ ବେହେରା) - ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍  ପାଇକମାଳ ଗ୍ରାମ ନିକଟରେ ସରକାରୀ ଜମିରେ ବେଆଇନ୍ ଘର ନିର୍ମାଣ କରି ରହୁଥିବା ୩ ପରିବାରର ଘରକୁ ପ୍ରଶାସନ ଜେସିବି ମାଧ୍ୟମରେ ଭାଙ୍ଗିଦେବାକୁ ନେଇ ଆଜି ଅଂଚଳର ଆଦିବାସୀମାନେ ଡଇଁଚା ଆର୍ ଆଇ ଅ‘ିସ୍ ଘେରିବା ସହ ନାକଟିଦେଉଳ ତହସିଲ୍ ଦାରଙ୍କୁ ଘେରିଥିଲେ ଏପରିକି ତହସିଲ୍ ଦାରଙ୍କୁ ୨ କିମି ବାଟ ଚଲାଇ ଚଲାଇ ନେଇଥିବା ଜଣା ପଡିଛି । 
    ନାକଟିଦେଉଳ ତହସିଲ୍‌ଦାର୍ ସୁକାନ୍ତ ନାଏକଙ୍କ ଠାରୁ ପ୍ରକାଶ ଯେ , ନାକଟିଦେଉଳ ତହସିଲ୍ ଅନ୍ତର୍ଗତ ଡଇଁଚା ଗ୍ରାମପଂଚାୟତର ପାଇକମାଳ ଗ୍ରାମ ନିକଟସ୍ଥ କେନ୍ଦୁଛକ ଠାରେ ଥିବା ପ୍ଲଟ୍ ନମ୍ବର ୪୨୯(ପି) ଖାତାନଂ ୫୭ ରେ ଗ୍ରାମର ତାରସିଲା କିସ୍ପଟା, ଆମିତ୍ କିସ୍ପଟା ଓ ପ୍ରଦୀପ୍ କିସ୍ପଟା ବେଆଇନ୍ ଭାବରେ ଘର କରି ଏକ ବର୍ଷ ହେଲା ରହିଆସୁଥିଲେ । ସେମାନଙ୍କୁ ମଧ୍ୟ ପୂର୍ବରୁ ସେଠାରୁ ହଟିଯିବା ପାଇଁ ପ୍ରଶାସନ କହିଥିଲା  ଏପରିକି ନୋଟିସ୍ ମଧ୍ୟ ଦେବା ପାଇଁ ତହସିଲ୍ କର୍ମଚାରୀ ଆସିଥିବା ବେଳେ ଜବର ଦଖଲ କରିଥିବା ପରିବାର ନୋଟିସ୍ କୁ ଗ୍ରହଣ କରି ନ ଥିଲେ । ହେଲେ ସେଇ ବ୍ୟକ୍ତି ମାନେ ନ ହଟିବାରୁ ନାକଟିଦେଉଳ ତହସିଲ୍‌ଦାରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍ ପ୍ରଶାସନ, ଅତିରିକ୍ତ ତହସିଲ୍‌ଦାର୍, ତହସିଲ୍ ଅମିନ ଆଦି ସେଇ ଜବର ଦଖଲକାରୀଙ୍କ ଘରକୁ ଗତ ତା ୧୮/୧୧/୨୦୨୨ ରେ  ଭାଙ୍ଗିଦେଇଥିଲେ । ଏ ସଂପର୍କରେ ପୂର୍ବରୁ ଅଂଚଳବାସୀ ତହସିଲ୍‌ଦାର

ନାକଟିଦେଉଳଙ୍କ ଠାରେ ମଧ୍ୟ ଅଭିଯୋଗ କରିଥିଲେ । କୌଣସି ପ୍ରକାର ଗଣ୍ଡଗୋଳ ନ ହେବା ପାଇଁ ପୋଲିସ୍ ମଧ୍ୟ ଉପସ୍ଥିତ ଥିଲା । ଯେଉଁମାନଙ୍କର ଘରକୁ ପ୍ରଶାସନ ଭାଙ୍ଗିଲା ସେଇ ଗ୍ରାମରେ ନିଜର ଘର ମଧ୍ୟ ରହିଛି । ପୂର୍ବରୁ ସେଇ ଜମିରେ ବନବିଭାଗ ଗଛ ରୋପଣ ମଧ୍ୟ କରିଥିଲା । ହେଲେ ସେ ଗଛଗୁଡିକ ନଷ୍ଟ କରି ଦିଆଯାଇଥିଲା । ସରକାରୀ ଜମିକୁ ଅକ୍ତିଆର କରିବା ପାଇଁ ସେଇ ବ୍ୟକ୍ତିମାନେ ସେଠାରେ ଅସ୍ଥାୟୀ ଘର କରି ରହୁଥିଲେ । ସେମାନେ ଆମକୁ ସେଇ ଯାଗା ବଦଳରେ ଅନ୍ୟ ଏକ ସ୍ଥାନରେ ଜାଗା ଦେବାକୁ ଅଡି ବସିଥିଲେ । ଆଦିବାସୀମାନେ ନ ବୁଝିବାରୁ ସେମାନଙ୍କୁ କିଛି ଯାଗା ଦିଆଯିବାକୁ ପ୍ରତିଶୃତି ଦେଇଥିଲେ ।  ଘଟଣା ସ୍ଥଳରେ ରେଢାଖୋଲ ଥାନାଧିକାରୀ,ଏସ୍‌ଡିପିଓ ତଥା ପୋଲିସ୍  କର୍ମଚାରୀମାନେ ଉପସ୍ଥିତ ଥିଲେ । ଦୀର୍ଘ ୪ ଘଂଟାକାଳ ପ୍ରଶାସନ ନାକେଦମ୍ ହୋଇ ପଡିଥିଲା । ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁଙ୍କ ଠାରୁ ପ୍ରକାଶ ଯେ , ତଣ୍ଡାବିରା ଛକ ନିକଟରେ ଥିବା ପ୍ରାୟ ଦଶ ଏକର ସରକାରୀ ଜମି ରହିଛି । ସରକାରଙ୍କ ନିୟମ ଅନୁଯାୟୀ ସେଇ ସଂରକ୍ଷିତ ଜମିକୁ  ରଖାଯାଇଛି । ସେଇ ଜାଗାରେ କେହି ଘର କରି ରହିପାରିବେ ନାହିଁ ବୋଲି ବିଡିଓ ପ୍ରକାଶ କରିଛନ୍ତି ।  ପାଚେରୀ ନିର୍ମାଣ ପାଇଁ ମଧ୍ୟ ଟଙ୍କା ମଂଜୁର ହୋଇସାରିଥିବା ଜଣା ପଡିଛି । ସେଇ ଜମିକୁ ଆଦିବାସୀ ପରିବାର ଘର ତିଆରି କରି ରହିଲେ ଆଗକୁ  ଏ ଅଂଚଳର ଲୋକମାନେ ଆନ୍ଦୋଳନ କରିବେ ବୋଲି ଜଣା ପଡିଛି ।
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଶ୍ରୀଶ୍ରୀ ଅପର୍ଣ୍ଣା ପାର୍ବତୀ ରାମଲୀଳା ପ୍ରଚାର ସମିତି ଚାଉଳିଆଗଞ୍ଜ ତରଫରୁ ଶ୍ରୀରାମଲୀଳା ମହୋତ୍ସବ   02-Jun-2026
  ରାଜ୍ୟ  
, କାମରେ ଲାଗୁନି ସରକାରୀ ଅର୍ଥରେ ନିର୍ମିତ ବସଷ୍ଟାଣ୍ଡ   02-Jun-2026
  ଜିଲ୍ଲା  
ବିଶ୍ଵ କଲ୍ୟାଣାର୍ଥେ ରୁଦ୍ରାଭିସେକ ଓ ପୂଜନ   02-Jun-2026
  ଜିଲ୍ଲା  
କଟକ-ବାରବାଟୀ ବିଧାୟିକାଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥିତି ପରଖିଲେ ଜିଲ୍ଲାପାଳ   02-Jun-2026
  ଜିଲ୍ଲା  
ସରଗାଡ଼ ରେ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର   01-Jun-2026
  ଜିଲ୍ଲା  
ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଉଦ୍‌ଘାଟିତ ବାଳକ ବର୍ଗରେ ବୌଦ୍ଧ ଓ ନୟାଗଡ଼, ବାଳିକା ବର୍ଗରେ ଦେବଗଡ଼ ବିଜୟୀ   01-Jun-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   01-Jun-2026
  ଜିଲ୍ଲା  
ଏସ୍‌ଆଇଆର୍ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ତଦାରଖ କଲେ ଜିଲ୍ଲାପାଳ   01-Jun-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଜୟନ୍ତୀ ମଞ୍ଜରୀ ରଥ ଙ୍କ ସ୍ମୃତି ସଭା   01-Jun-2026
  ଜିଲ୍ଲା  
କଟକ ଜିଲ୍ଲାସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ ପାଳିତ   01-Jun-2026
  ଜିଲ୍ଲା  
ଶିକ୍ଷା କ୍ଷେତ୍ରରେ ଜଣେ ଦକ୍ଷ ସଂଗଠକ ବିଇଓ ନୀଳମଣି ପଟେଲଙ୍କ ଅବସର   01-Jun-2026
  ଜିଲ୍ଲା  
ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍)-୨୦୨୬ ପ୍ରକ୍ରିୟା ନିମନ୍ତେ ସାମ୍ବାଦିକ ସମ୍ମିଳନୀ   01-Jun-2026

You Might Also Like