-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||     

HOME   ଅପରାଧ

ପାଟଣାଗଡ ସଅଁରା ପଡାରେ ଗୋଟିଏ ପରିବାର ୬ଜଣଙ୍କୁ ହତ୍ୟା ଘଟଣା... ପରିବାର ସଦସ୍ୟଙ୍କ ଥାନାରେ ଲିଖିତ ଅଭିଯୋଗ, ଘର ଭିତରେ ଦେଢ ଫୁଟର ଗାତ ଘର ଭିତରେ ମିଳିଥିବା ୨ଟି ବାଇକକୁ ଥାନାରେ ଜିମା ଦେଲେ ପରିବାର ଲୋକେ, ଏସପିଙ୍କ ଘନଘନ ରୁଦ୍ଧଦ୍ୱାରା ଜେରା

14-Nov-2020



ବଲାଙ୍ଗିର/ପାଟଣାଗଡ ; ପାଟଣାଗଡ ବ୍ରହ୍ମପୁରା ସଅଁରାପଡାରେ ରହୁଥିବା ମୃତ ବୁଲୁ ଜାନୀଙ୍କ ପରିବାରର ୬ଜଣଙ୍କୁ ଗତ ୧୧ ତାରିଖ ଦିନ ହତ୍ୟା କରାଯିବା  ପଛରେ ଏକ ବିସ୍ତିର୍ଣ୍ଣ  ଅପରାଧିକ ପୃଷ୍ଠଭୂମି ରହିଥିବା ପୁଲିସ ଅନୁମାନ କରୁଛି ।  ମୃତକ ପରିବାର ଓ ଅଟକ ପରିବାର ସଦସ୍ୟମାନଙ୍କ ବୟାନରୁ ପୁଲିସ ଅନେକ ବିବାଦୀୟ କଥା ରେକର୍ଡ କରିଛି । ସେସବୁ କଥାର ମୂଳରେ ଅପରାଧିକ କାର୍ଯ୍ୟକଳାପ ରହିଥିବା ଜଣାପଡିଛି । ତେବେ ମୃତ ବୁଲୁଙ୍କ ଘର ଭିତର କାନ୍ଥ ଏବଂ ଚଟାଣରେ ରକ୍ତ ଛିଟା ପଡିଥିବା ବେଳେ ତାଙ୍କ ଘରର ଏକ କୋଣରେ ପ୍ରାୟ ଦେଢ ଫୁଟ ଆକାରର ଏକ ଗାତ ଖୋଳା ଯାଇଥିବା ବେଳେ ଉକ୍ତ ଗାତ ଭିତରେ ମଧ୍ୟ ରକ୍ତ ଲାଗିଥିବା ତାଙ୍କ ପୁଅମାନଙ୍କ ଠାରୁ ଜଣାପଡିଛି । ଘର ଭିତରେ ସେଭଳି ଗାତ ଖୋଳିବା ରହସ୍ୟ କଣ ଜାଣିବାକୁ ଚେଷ୍ଟା କରିବାରୁ ତାଙ୍କ ସମ୍ପ୍ରଦାୟର କିଛି ଲୋକଙ୍କ କହିବା ଅନୁସାରେ, ସଅଁରା ପଡାରେ ରହୁଥିବା ଜାନୀ ସଂପ୍ରଦାୟର ଲୋକେ ନିଜର ମୂଲ୍ୟବାନ ସମ୍ପତ୍ତି, ଟଙ୍କା ପଇସା ସବୁକୁ ମାଟିତଳେ ରଖିଥାଆନ୍ତି । ତାହା ଉପରେ ଠାକୁର ପିଣ୍ଡି ରହିଥାଏ । ପ୍ରକାଶ ଯେ, ବୁଧାବାର ଦିନ ବୁଲୁ ଜାନୀଙ୍କ ଘର ବାଟରେ ନାଲି କପଡା ଓ ନଡିଆ ଦେଖିବାକୁ ମିଳିଥିବା ବେଳେ ଭିତରେ ଏକ ପିଣ୍ଡିରେ ଠାକୁର ରଖାଯାଇଥିଲେ । ଏହି ବିଭସ୍‌ô କାଣ୍ଡରେ ତାଙ୍କ ପରିବାରକୁ ନିକଟରୁ ଜାଣିଥିବା ଲୋକେ ହିଁ ମାଟିଖୋଳି ଠାକୁର ପିଣ୍ଡିତଳୁ  ସେସବୁକୁ ନେଇଯାଇ ଥାଇପାରନ୍ତି ବୋଲି ଆଲୋଚନା ହେଉଛି । ତେଣୁ ହତ୍ୟା ପଛରେ ଟଙ୍କା ପଇସା ବି ଅନ୍ୟତମ କାରଣ ହୋଇଥାଇ ପରେ ବୋଲି ପୁଲିସ ସେନେଇ ତଦନ୍ତ ଚଳାଇଥିବା ଜଣାଯାଇଛି । ବିସ୍ୱସ୍ତ ସୁତ୍ରର ମିଳିଥିବା ସୂଚନା ଅନୁସାରେ, ମୃତ ବୁଲୁ ଜାନୀ ତାଙ୍କ ସମ୍ପ୍ରଦାୟର ଅନେକଙ୍କ ଟଙ୍କା ପଇସା, ସୁନା, ରୁପାଆଦି  ନିଜ ପାଖରେ ରଖୁଥିଲେ । କେଉଁମାନେ ଓ କାହିଁକି ତାଙ୍କ ପାଖରେ ସେସବୁ ରଖୁଥିଲେ । ତାହା ପଛରେ କିଛି ବିବାଦ ରହିଛି କି ? ସୁରକ୍ଷା ଦୃଷ୍ଟିରୁ ପୁଲିସ ମୃତ ବୁଲୁଙ୍କ ଘର ସମ୍ମୁଖରେ ପଇଁତରା ମାରୁଥିବା ଦେଖିବାକୁ ମିଲିଥିବା ବେଳେ ବାହାର ଲୋକଙ୍କୁ ଘର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଉନାହିଁ । 

ଅନ୍ୟପଟେ ପୁଲିସ ଦ୍ୱାରା ଖବର ପାଇ ତାଙ୍କର ୫ଜଣ ପୁଅ ୧୨ତାରିଖ ଦିନ ସକାଳେ ଭୂବନେଶ୍ୱରରୁ ଆସି ପାଟଣାଗଡରେ ପହଚିଂଥିଲେ । ପୁଲିସ ସେମାନଙ୍କର ଲିଖିତ ଓ ବୟାନ ମାଧ୍ୟମରେ ଭୋଲା ଜାନୀ ଓ ଶିବା ଜାନୀକୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ଆଜି ସକାଳେ ପୁଲିସ ଭୋଲା ଓ ଶିବାର ବାପା ବବୁଲୁ ଜାନୀ ଓ ତାଙ୍କର ଜ୍ୱାଇଁ ସୁରେଶ ମାଝିଙ୍କୁ ପାଟଣାଗଡ ଥାନାକୁ ତାଙ୍କ ଘର ବ୍ରହ୍ମପୁରା ସ୍ଥିତ ସଅଁରାପଡାରୁ ଉଠାଇ ଆଣିଥିବା ବବୁଲୁଙ୍କ ସ୍ତ୍ରୀ ଚନ୍ଦ୍ର ପତିଆ ଜାନୀ ଓ ସୁରେଶଙ୍କ ସ୍ତ୍ରୀ ରଖମନୀ ମାଝୀ କହିଛନ୍ତି । ତେବେ ସେମାନଙ୍କ ସ୍ତ୍ରୀମାନଙ୍କ କହିବା ମୁତାବକ ସେମାନେ ସିନ୍ଦେକେଲା ଦେଓଗାଁ ଠାରେ ନିଜର ବ୍ୟବସାୟ ପାଇଁ ଯାଇଥିଲେ । ଦୀପବଳୀ ପାଇଁ କାଲି ଉପରବେଳା ବ୍ରହ୍ମପୁରା ସ୍ଥିତ ଘରକୁ ପହଚିଂ ଥିଲେ ବୋଲି କହିଛନ୍ତି । 
ଗତକାଲି ସଂଧ୍ୟାରେ ସ୍ଥାନୀୟ ସମାଜସେବୀଙ୍କ ସହୟାତରେ ମୃତ ବାପା-ମା, ୨ଭାଇ, ଭଉଣୀ ଓ ଝିଆରୀଙ୍କ ଶବ ଦାହପରେ ଆଜି ଦିନ ୧୧ ଟାରେ ମୃତ ବୁଲୁ ଜାନୀଙ୍କ ୫ପୁଅ ଓ ତାଙ୍କ ପରିବାରର ସଦସ୍ୟ ପୁଲିସର ନିର୍ଦ୍ଦେଶକ୍ରମେ ତାଙ୍କ ସଅଁରାପଡା ଘରକୁ ଯାଇଥିଲେ । ଘରେ ପହଚିଂ ପରିବାରର ସମସ୍ତେ ଘରକୁ ଦେଖିଲା ପରେ  କାନ୍ଦି ପକାଇଥିଲେ । ପରେ ବନ୍ଦ ଥିବା ଘରର କବାଟ ଖୋଲିଲା ପରେ ଭିତରକୁ ପ୍ରବେଶ କରିଥିେଲେ । ସେମାନେ ତାଙ୍କ ଆଖି ସମ୍ମୁଖରେ ଘର ଭିତରର ଦୃଶ୍ୟ ଦେଖିବା ପରେ ସମସ୍ତେ ଭୟଭୀତ ହୋଇଯାଇଥିଲେ । କିଛି ସମୟ ପରେ ମୃତ ସଂଗ୍ରାମ ଜାନୀଙ୍କ ସ୍ତ୍ରୀ ରୁବି ଜାନୀ ସାହାସ ଜୁଟାଇ ସମସ୍ତଙ୍କୁ ଘରଭିତରକୁ ନେଇଥିଲେ । ଏହାପରେ ସେମାନେ ସମାଜିକ ରୀତିନୀତି ଅନୁସାରେ ସଫାସୁତୁରା ହୋଇ ତେଲ ଲଗାଇଥିଲେ । ଏଠି ତାଙ୍କର ଆଉ କେହି ସମ୍ପର୍କିୟ ନଥିବାରୁ ସେମାନେ ଶୁଦ୍ଧି ହେଲାପରେ ତାଙ୍କର ପୈତୃକ ଗାଁକୁ ଯାଇ ସେଠାକାର ସମାଜିକ ରୀତିନୀତି ଅନୁସାରେ ବାପାଙ୍କର କାର୍ଯ୍ୟ କରିବୁ ବୋଲି ତାଙ୍କ ପୁଅ ବିକାଶ କହିଛନ୍ତି । ଘର ଭିତରେ ଏବଂ ଘର ସମ୍ମୁଖରେ ପଡିଥିବା ଆସବାବପତ୍ରକୁ ସେମାନେ ସଜାଡୁଥିବା ତାଙ୍କ ବଡ ବୋହୁଙ୍କ ଠାରୁ ଜଣାପଡିଛି । ପୁଲିସର ନିଦ୍ଦେଶକ୍ରମେ ପୁଅମାନେ ତାଙ୍କ ଘର ବାରଣ୍ଡାରେ ଥିବା ତାଙ୍କର ଗୋଟିଏ ହିରୋ ଏଚିଭର (ଓଡି ୦୩ ଆର ୨୪୩୮) ଓ ଡିସକଭର (ଓଆର ୧୭ ଏଫ ୦୯୩୫) ଗାଡିକୁ ବାହାରକରି ଷ୍ଟାଟ୍ କରୁଥିବା ସମୟରେ ଡିସକଭର ଗାଡି ଷ୍ଟାଟ ହୋଇନଥିଲା । ପରେ ସେମାନେ ଦେଖିବାକୁ ପାଇଥିଲେ ଯେ, ତେଲ ଟାଙ୍କିର ଇଞ୍ଜିନକୁ ସଂଯୋଗ କରୁଥିବା ପାଇପ୍ କଟାଯାଇଥିବା ପ୍ରତୀତ ହୋଇଥିବା ତାଙ୍କ ପୁଅଙ୍କ ଠାରୁ ଜଣାପଡିଛି । ଠିକ ଏହି ସମୟରେ ସେଠାରେ ମୃତୟନ ଥିବା ପୁଲିସର ଦୃଷ୍ଟି ବୁଦାମୂଳରେ ପଡିଥିବା ଏକ ଦୁଇଟି ଚାବି ଲଗା ରିଙ୍ଗ ଉପରେ ପଡିଥିଲା । ମୁତୟନ ଥିବା ପୁଲିସ ଉକ୍ତ ଚାବିକୁ ଉଠାଇ ବିକାଶକୁ ଏହା ତୁମର ଗାଡି ଚାବିକି ବୋଲି ପଚାରିଥିଲେ । ବିକାଶ ଏହା ଆମ ଗାଡି ଚାବି ନୁହେଁ ବୋଲି ମନା କରିଦେବାରୁ ପୁଲିସ ଉକ୍ତ ଚାବିକୁ ନିଜ ହିପାଜତରେ ରଖିଥିଲା । ପରେ ପୁଲିସର ନିର୍ଦ୍ଦେଶକ୍ରମେ ଉକ୍ତ ଦୁଇ ଗାଡିକୁ ମୃତ ବୁଲୁଙ୍କ ପୁଅମାନେ ପାଟଣାଗଡ ଥାନାରେ ଜିମା ଦେଇଥିଲେ । ତେବେ ଏହି ଗାଡି ଚାବି ଟି କାହାର? କେମିତି ଏଠାକୁ ଆସିଲା ଏନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି ।

ଅପରପକ୍ଷରେ ଘଟଣା ଦିନ ଘର ପଛପଟେ ପଡିଥିବା ଏକ ବୋତଲରେ ଅଳ୍ପ ପରିମାଣର ପେଟ୍ରୋଲ  ଥିବା ଦେଖିବାକୁ ମଳିଛି । ତେବେ ଏହି ଘଟଣାର କଣ ରହସ୍ୟ ରହିଛି ତାହା ମଧ୍ୟ ସନ୍ଦେହ ଘେରରେ ଅଛି । ତେବେ ଘଟଣା ପରଠାରୁ ବଲାଙ୍ଗିର ଏସପି ମଡକର ସନ୍ଦୀପ ସମ୍ପଦ  ଏବଂ ଅତିରିକ୍ତ ଏସପି ମନୋରଂଜନ ପ୍ରଧାନ ପ୍ରଥମ ଦିନରୁ ପାଟଣାଗଡ ଥାନରେ କ୍ୟାମ୍ପ କରି ରହିଛନ୍ତି । କିନ୍ତୁ ବୁଧବାର ଦିନରୁ ପାଟଣାଗଡ ଥାନାର ମୂଖ୍ୟ ଗେଟକୁ ବନ୍ଦ କରିଦେଇ ଭିତରେ ଘନଘନ ଜେରା ଚାଲିଛି । ଅଟକ ଦିଇ ଯୁବକଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ ଜେରା କରାଯାଉଛି । ଏସପିଙ୍କ ହସ୍ତକ୍ଷେପ ଥିବାରୁ ପାଟଣାଗଡ ଏସଡିପିଓ, ପାଟଣାଗଡ ଥାନା ଅଧିକାରୀ କେହିବି ମୁହଁ ଖୋଲୁ ନାହାନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   31-Oct-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026
  ଜିଲ୍ଲା  
ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   31-Oct-2026
  ଜିଲ୍ଲା  
ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   31-Oct-2026
  ଜିଲ୍ଲା  
ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   31-Oct-2026
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026

You Might Also Like