-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||     

HOME   ଅପରାଧ

ଅଣଓଡିଆ ପରିବାରର ୬ଜଣଙ୍କୁ ନୃଶଂସ ହତ୍ୟା ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ପାଟଣାଗଡ଼ ପୋଲିସ ଖୁବ ଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ ବୋଲି ପୋଲିସର ସୂଚନା 

12-Nov-2020



ପାଟଣାଗଡ଼, - ଗତକାଲି ପାଟଣାଗଡ ସହର ବ୍ରହ୍ମପୁରା ସ୍ଥିତ ସଅଁରା ପଡା ଠାରେ ଘଟି ଗଲା ଏକ ଲୋମହର୍ଷଣକାରୀ  ଘଟଣା । ଫେରିବାଲା କାମ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ଗୋଟିଏ ଅଣଓଡ଼ିଆ ପରିବାରର ୬ ଜଣଙ୍କ ଏକା ସଙ୍ଗରେ ମୃତ୍ୟୁ ଘଟଣା ସକାଳେ ପ୍ରଘଟ ହେବା ପରେ ପାଟଣାଗଡ଼ ସହରରେ ଚାଞ୍ଚାଲ୍ୟ ସୃଷ୍ଟି ହୋଇଥିଲା । ଏହି ଫେରିବାଲା ପରିବାର ଝାରଖଣ୍ଡ ରାଜ୍ୟର ବାଗବରା ଅଞ୍ଚଳର ମୂଳ ବାସୀନ୍ଦା ହୋଇଥିବା ବେଲେ ଏମାନେ ବହୁ ବର୍ଷରୁ ବ୍ରହ୍ମପୁରା ଅଞ୍ଚଳରେ ରହି ଛୋଟମୋଟ ବ୍ୟବସାୟ କରି ଆସୁଥିଲେ । ସବୁଠାରୁ ଦୁଃଖଦ ଖବର ହେଲା, ଏପରି ଅମାନୁଷିକ କାରବାରରେ ବଳି ପଡିଛନ୍ତି ତିନି ଜଣ ନିଷ୍ପାପ ଶିଶୁ । ଛଅ ଜଣଙ୍କ ଶବ ପଡିଥିବା ହୃଦୟ ବିଦାରରକ ଦୃଶ୍ୟ ଦେଖିଲେ ଯାହାର ହେଲେ ବି ରୋମ ଟାଙ୍କୁରି ଉଠିବ । ପୂର୍ବ ଶତୃତାକୁ କେନ୍ଦ୍ର କରି ହିଁ ଏପରି ଏକ ନାରକୀୟ କାଣ୍ଡ ସଫଳ ରୂପ ଦେଲେ ଅପରାଧୀ ମାନେ । ତେବେ ହତ୍ୟାର ପ୍ରକୃତ କାରଣ କଣ ଏବଂହତ୍ୟା ପଛରେ କେତେ ଜଣଙ୍କ ହାତ ରହିଛି, ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ପୋଲିସ । 
 

ନଭେମ୍ବର ୧ଠ ତାରିଖ ବିଳମ୍ବିତ ରାତ୍ରୀରେ  ଘଟଣା ଘଟିଥିବା ଅନୁମାନ କରାଯାଉଛି । ହତ୍ୟାର ଶିକାର ହୋଇଛନ୍ତି ବୁଲୁ ଜାନି(୫ଠ), ତାଙ୍କ ସ୍ତ୍ରୀ ଜ୍ୟୋତି(୪୮),  ଓ ଦୁଇ ପୁଅ ଭୀଷ୍ମ(୫) ଓ ସଂଜୀବ(୨), ଦୁଇ ଝିଅ ସରିତା(୧୪) ଓ ଶ୍ରୀୟା(୩) ।  ସକାଳ ୧ଠ ଟା ପର୍ଯ୍ୟନ୍ତ ଘରୁ କେହି ନ ବାହାରିବାରୁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଘର ପାଖ ପୋଡଶୀ ମାନେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଗୋଟିଏ ପରିବାରର ୬ଜଣଙ୍କ ରକ୍ତ ଜୁଡୁବୁଡୁ ଶବ ପଡିଥିବା ଦେଖିବାକୁ ମିଳିଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ, ପାଟଣାଗଡ଼ ବ୍ରହ୍ମପୁରା ଅଞ୍ଚଳରେ ଏକ ଅଣଓଡିଆ ପରିବାର ବହୁ ଦିନରୁ ରହି ବ୍ୟବସାୟ କରି ଆସୁଥିଲେ । ଘରର ମୁରବୀ କୁହାଯାଉଥିବା ବୁଲୁୁ ଜାନିଙ୍କ ୮ଟି ପୁଅ ଓ ୨ ଟି ଝିଅ ମଧ୍ୟରେ ସୌଭାଗ୍ୟବସତଃ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ୩ଟି ପୁଅ  ସରୋଜ, ବିକାଶ ଓ ଫିରୋଜ ଭୁବନେଶ୍ୱର ରହି ବସଷ୍ଟାଣ୍ଡରେ ଫେରିବାଲା ଭାବରେ କାମ କରୁଥିଲେ ।

 ପରିବାରର ୬ଜଣଙ୍କ ମୃତ୍ୟୁ ଖବର ପାଇବା ପରେ ତିନି ପୁଅ ପାଟଣାଗଡ଼ରେ ପହଞ୍ଚିଛନ୍ତି । ଏହି ହତ୍ୟା ଘଟଣା ପଛରେ ୬-୭ଲୋକଙ୍କ ହାତ ରହିଥିବା ମୃତକଙ୍କ ପୁଅ ସରୋଜ କହିଥିବା ବେଳେ ପ୍ରାୟ ୨-୩ବର୍ଷ ପୂର୍ବରୁ ବ୍ରହ୍ମପୁରା ଅଞ୍ଚଳର ଶିବା ଜାନି ଓ ତାଙ୍କ ଭେଣେଇ ସହ କୌଣସି କାରଣରୁ ମୃତକଙ୍କ ପାରିବାରର ଶତୃତା ଥିବା ଏବଂ ଘଟଣା ଥାନାରେ କଂପ୍ରମାଇଜ୍ ହୋଇସାରିଥିବା କହିଛନ୍ତି । ତେବେ ବଲାଙ୍ଗୀର ଏସ୍‌ପି ସନ୍ଦୀପ ସଂପତଙ୍କ ସମେତ ସାଇଣ୍ଟ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁିଛନ୍ତି । ଏହି ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ପାଟଣାଗଡ଼ ପୋଲିସ ସିଦ୍ଧା ଜାନି ଓ ପ୍ରତାପ ଜାନୀ ନାମକ ଦୁଇ ଜଣ ଯୁବକଙ୍କୁ ଥାନାରେ ଆଣି ଅଟକ ରଖିଛି । । ଏମାନଙ୍କ ଟାରୁ ହିଁ ଘଟଣାର ପ୍ରକୃତ ରହସ୍ୟ ଓ ହତ୍ୟାକାରୀଙ୍କ ସୁରାକ ପାଇବ ବୋଲି ପୋଲିସ ବୋଲି ଅନୁମାନ କରାଯାଉଛି । ତେବେ ଖୁବ ଶୀଘ୍ର ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଥିବା ଅପରାଧୀ ମାନଙ୍କୁ ଗିରଫ କରାଯିବ ବୋଲି ବଲାଙ୍ଗୀର ଏସ୍‌ପି ସନ୍ଦୀପ ସଂପତ ସୂଚନା ଦେଇଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026

You Might Also Like