-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
06-Dec-2021
ଲୋଇସିଂହା, (ବିନୋଦ କୁମାର ଦୀପ) କିଛିଦିନ ହେବ ଲୋଇସିଂହା ନିକଟସ୍ଥ ପତରାପାଲି ଗାଁ ରେ କିଡନି ରୋଗରେ ଆକ୍ରାନ୍ତ ଓ ମୂତକଙ୍କ ସଂଖ୍ୟା 6 ବୋଲି ଖବର ପାଇ ମାହେଶ୍ୱରୀ ସଂଗଠନ ତାଙ୍କ ପାଖକୁ ପହଞ୍ଚିଥିଲା l ସେଠାରେ ପହଞ୍ଚି ଲୋକଙ୍କ ସହ କଥା ହେଲାପରେ କିଡନି ରୋଗର
କାରଣ ଜାଣିବା ପାଇ ଉକ୍ତ ସଂଗଠନ ତରଫରୁ ଗାଁର ତିନୋଟି ନଳକୂପ ପାଣିକୁ ଟେଷ୍ଟ ପାଇଁ ବାହାରକୁ ପଠା ଯାଇଥିଲା l ଆଜି ତାର ଟେଷ୍ଟ ର ରିପୋର୍ଟ ପାଇବା ପରେ ଜାଣିବାକୁ ପାଇଲେ ଯେ ଗାଁର ଗୋଟିଏ ନଳକୂପରେ କମ୍ ମାତ୍ରାରେ ଲୌହ ଅଂଶ ଦେଖାଦେଇଛି ଯାହାକି ଗାଁ ଲୋକଙ୍କ ପାଇଁ କ୍ଷତିକାରକ ନୁହେ lପତରାପାଲି ଗାଁର ଲୋକଙ୍କୁ ଲୋଇସିଂହା ମାହେଶ୍ବରୀ
ସଂଗଠନ ତରଫରୁ ସୂଚାଇ ଦେଇଛି ଯେ ଆପଣଙ୍କ ପାଣି ପିଇବା ଯୋଗ୍ଯ ଅଟେ ମାତ୍ର ପାଣିକୁ ଫୁଟାଇ ପିଇଲେ ଆହୁରି ଭଲ ହେବ ଏବଂ ଆଗକୁ ବି ଯଦି ଯେ କୌଣସି ପ୍ରକାରର ଅସୁବିଧା ହୁଏ ତାହେଲେ ଏହି ସଂଗଠନ ଆପଣଙ୍କ ସହିତ ସବୁବେଳେ ସବୁସମୟ ଛିଡାହୋଇ ରହିବ ବୋଲି ମାହେଶ୍ୱରୀ ସଂଗଠନ ସଭାପତି ଦେବାଶିଷ ବିଶୋଇ ଓ କରନ ପଧାନ ପ୍ରକାଶ କରିଛନ୍ତି l