-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||     

HOME   ଜିଲ୍ଲା

ଆନ୍ଧ୍ରପ୍ରଦେଶ ନିର୍ବାଚନ ଦଳ କୁ ଗିରଫ ଓ ଜେଲରେ ଭରାଯାଉ- ଭିଆଇପି

07-Apr-2021



ବଲାଙ୍ଗିର(ସନ୍ତୋଷ କୁମାର ଠାକୁର)ଓଡିଶାର କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ନିର୍ବାଚନ କରାଇବା ଭାରତ ସରକାରର ସମ୍ଭିଧାନ ଏବଂ ଫେଡେରାଲ ବ୍ୟବସ୍ଥା ଉପରେ କୁଠାରଘାତ ହୋଇଛି । ଆନ୍ଧ୍ରପ୍ରଦେଶ ନିର୍ବାଚନ ଅଧିକାରୀ ଦଳଙ୍କୁ ଗିରଫ ଓ ଜେଲରେ ଭରିବା ଦାବି ନେଇ ଭିଲେଜର୍ସ ଇଣ୍ଡିଆ ପାର୍ଟି ଦ୍ୱାରା ଗାନ୍ଧୀ ସତ୍ୟାଗ୍ରହ ଆନ୍ଦୋଳନ ଆଜିଠାରୁ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ କରାଯାଇଛି । ପୁଣି ଥରେ ଆନ୍ଧ୍ରପ୍ରଦେଶ ଆସନ୍ତା ଜିଲ୍ଲା ପରିଷଦ ସମିତି ପଞ୍ଚାୟତିରାଜ ନିର୍ବାଚନ ବିଜ୍ଞପ୍ତି କୋଟିଆରେ ନିର୍ବାଚନ ଆସନ୍ତା ତା. ୦୮.୦୪.୨୦୨୦୧ ଦିନ କରିବାପାଇଁ ନିର୍ବାଚନ ବିଜ୍ଞପ୍ତି ଦେଇଛି । ଗତ ଜାନୁୟାରୀ-ଫେବୃୟାରୀ, ୨୦୨୧ରେ ମଧ୍ୟ ଆନ୍ଧ୍ରପ୍ରଦେଶ ର ପଞ୍ଚାୟତ ନିର୍ବାଚନ କୋଟିଆ ଅଂଚଳରେ ପରୋକ୍ଷ ଭାବରେ ଆନ୍ଧ୍ରପ୍ରଦେଶ ସରକାର ଦ୍ୱାରା କରାଯାଇଛି ଏବଂ ଓଡିଶାର କୋଟିଆ ଅଞ୍ଚଳବାସୀଙ୍କୁ ଟଙ୍କା ଦେଇ ପ୍ରଲୋଭନ ଦିଆଯାଉଛି । କିଛି ମାସ ତଳେ କରୋନା ସର୍ବେକ୍ଷଣ ଆନ୍ଧ୍ରପ୍ରଦେଶ ଦ୍ୱାରା କୋଟିଆରେ କରାଯାଇଛି । ଏକ ଖବରକାଗଜ ଅନୁସାରେ  କିଛି ଖଣିଜ ପଦାର୍ଥ ମାଫିଆମାନେ କୋଟିଆରେ ଥିବା ଖଣିଜ ପଦାର୍ଥକୁ ଆନ୍ଧ୍ରପ୍ରଦେଶକୁ ନେଇ ଯିବା ପାଇଁ କୋଟିଆକୁ ଆନ୍ଧ୍ରପ୍ରଦେଶରେ ମିଶାଇ ଏପରି ଷଡଯନ୍ତ୍ର ଓଡିଶାର ବିରୁଦ୍ଧରେ କରାଯାଉଛି ବୋଲି ଖବର ପ୍ରକାଶିତ ହୋଇଛି । ୮୬ ବର୍ଷିୟ ଶାନ୍ତିପୂର୍ଣ୍ଣ ଓଡିଶା ରାଜ୍ୟ ଉପରେ ଆନ୍ଧ୍ର ପ୍ରଦେଶ ଦ୍ୱାରା ଓଡିଶାର ଅସ୍ମିତା ଏବଂ ଜାତୀୟ ହିତରେ କୋଠାରଘାତ କରିଛି । ଆନ୍ଧ୍ରପ୍ରଦେଶ ସରକାରର ଦାଦାଗିରୀ ଅସାମ୍ଭିଧାନିକ ଅନଫେଡେରାଲ ନିର୍ବାଚନ ଓଡିଶାର କୋରାପୁଟ କୋଟିଆରେ କରାଇବା ଓଡିଶା ସରକାର ଭୀରୁ, ଡରପୋକ ହୋଇ ପଡିଛି । ଭିଲେଜର୍ସ ଇଣ୍ଡିଆ ପାର୍ଟି ଦ୍ୱାରା ଆଜି ତା,୦୭.୦୪.୨୦୨୧ ଦିନ ଠାରୁ ଗାନ୍ଧୀ ସତ୍ୟାଗ୍ରହ ଆନ୍ଦୋଳନ ସହ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ  ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କୁ ପୃଥକ ଦାବିପତ୍ର ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ଦିଆଯାଇଛି । ଓଡିଶା ସରକାର ଦ୍ୱାରା ଉଚ୍ଚତମ ନ୍ୟାୟଳୟକୁ କୋଟିଆରେ ଆନ୍ଧ୍ରପ୍ରଦେଶର ଦାଦାଗିରୀ ଏବଂ ନିର୍ବାଚନ ବିରୁଦ୍ଧରେ ଅପିଲ ଠିକ୍ ଅଛି କିନ୍ତୁ ଓଡିଶାର ଘରେ ପଶି ଆନ୍ଧ୍ରପ୍ରଦେଶର ନିର୍ବାଚନ କରାଇବା ଏକ ଓଡିଶା ସରକାର ମୁହଁରେ ଏକ ଚାପୁଡା ଏବଂ ଓଡିଶା ସରକାର ଥଣ୍ଡା ରକ୍ତ ସହ ସମାନ ବୋଲି ଭିଆଇପି ଅଧ୍ୟକ୍ଷ ଡ. ବିପିନ କୁଶୁଲିଆ ମତ ଦେଇ ଆନ୍ଧ୍ରପ୍ରଦେଶର ସମସ୍ତ ନିର୍ବାଚନ ଦଳକୁ କୋଟିଆରେ ଗିରଫ ଏବଂ ଜେଲ ପୁରାଯାଉ ବୋଲି ଦାବି କରିଛନ୍ତି । କୋଟିଆ ସହ ଗଜପତି, ବାଲେଶ୍ୱର, ଗଞ୍ଜାମ ଜିଲ୍ଲାରେ ମଧ୍ୟ ଆନ୍ଧ୍ରପ୍ରଦେଶର ଦାଦାଗିରୀ ଆରମ୍ଭ ହୋଇଯାଇଛି; କିନ୍ତୁ ଓଡିଶାର ପୋଲିସ ଜିଲ୍ଲା ପ୍ରଶାସନ ଦ୍ୱାରା ଆନ୍ଧ୍ର ପ୍ରଦେଶ ର ଦାଦାଗିରୀ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉ ନ ଥିବା ଯୋଗୁଁ ଓଡିଶାର ସରକାରରେ ଥିବା ଅଣ ଓଡିଆ ଅଧିକାରୀମାନେ ଆନ୍ଧ୍ରପ୍ରଦେଶକୁ ସମର୍ଥନ ଦେଇ ଓଡିଶା ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି ବୋଲି ଜନମତ ଆସିଛି । କାହିଁକି କୋଟିଆରେ ଖଣିଜ ପଦାର୍ଥ ଉତ୍ତୋଳନ ପାଇଁ ଓଡିଶାର ଅଧିକାରୀ ମାନେ ଓଡିଶା ସରକାରକୁ ଭୁଲ ବାଟରେ ନେଇ ଖଣିଜ ଦୁର୍ନିତି କରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରୁନାହାନ୍ତି । ସେହିପରି ଛତିଶଗଡ ସରକାର ଦ୍ୱାରା ଆମର କେତେଗୁଡାଏ ସୀମାବର୍ତ୍ତି ଜିଲ୍ଲା - ବରଗଡ, ଝାରସୁଗୁଡା, ନୂଆପଡା ରେ ଓଡିଆ ଅଧିବାସୀଙ୍କୁ ଛତିଶଗଡରେ ମିଶିବା ପାଇଁ ଉସକାଉଛନ୍ତି ଏବଂ ଆମର ଜମିନ୍‌-ଜଳ-ଖଣିଜ ପଦାର୍ଥକୁ ଛତିଶଗଡରେ ମିଶାଇବା ପାଇଁ କାର୍ଯ୍ୟରତ ଅଛନ୍ତି; କିନ୍ତୁ ଓଡିଶା ସରକାର ଅତି ନିରବରେ ଅଛି ଏହାର ପ୍ରତିବାଦ ନେଇ ଭିଲେଜର୍ସ ଇଣ୍ଡିଆ ପାର୍ଟି ଓଡିଶାର ହିତ ପାଇଁ ଗାନ୍ଧୀ ସତ୍ୟାଗ୍ରହ ଆରମ୍ଭ କରି ସମସ୍ତ ରାଜ୍ୟବାସୀଙ୍କୁ ସତ୍ୟାଗ୍ରହରେ ସାମିଲ ହେବାକୁ ଆହ୍ୱାନ ଜଣାଇଛନ୍ତି ।   


News Comment




Photo in News

Advertisment
Lastest News
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026
  ଜିଲ୍ଲା  
ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ   26-Oct-2026

You Might Also Like