-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
02-Oct-2026
(ପ୍ରେରଣା ଖବର )
ଛତିଶଗଡ଼ର ରାଜଧାନୀ ରାୟପୁରସ୍ଥିତ ହୋଟେଲହୁକୁମ ଲଳିତ ମହଲ ଠାରେ ଗତ ୨୭ ସେପ୍ଟେମ୍ବରରେ ଆର୍ନା ଫାଉଣ୍ଡେସନ୍ ଦ୍ୱାରା ‘ବିଉଟି ଆଇକନ୍ ଇଣ୍ଡିଆ ଗ୍ଲୋବାଲ୍ ସିଜିନ୍-୭’ ଆୟୋଜିତ ହୋଇଯାଇଛି। ଏଥିରେ ଓଡ଼ିଶାର ସମ୍ବଲପୁର, ହିରାକୁଦର ମାତ୍ର ୭ ବର୍ଷୀୟା କୁନି ପ୍ରତିଭା ଚର୍ଚ୍ଚିକା ରାନୀ ବେହେରା ‘ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ’ ଟାଇଟଲ୍ ନିଜ ନାମରେ କରି ପୁଣିଥରେ ନିଜ ଅଦ୍ଭୁତ ପ୍ରତିଭାର ପରିଚୟ ଦେଇଛନ୍ତି |
ହିରାକୁଦସ୍ଥିତ ହିଣ୍ଡାଲକୋ କଲୋନୀର ବାସିନ୍ଦା ସଞ୍ଜୀବ ବେହେରା ଏବଂ ରୁକ୍ମଣୀ ବେହେରାଙ୍କ ଏକମାତ୍ର କନ୍ୟା ଚର୍ଚ୍ଚିକା ବର୍ତ୍ତମାନ ମଦନାବତୀ ପବ୍ଲିକ୍ ସ୍କୁଲ୍ ସମ୍ବଲପୁରରେ ପ୍ରଥମ ଶ୍ରେଣୀରେ ଅଧ୍ୟୟନରତ ଅଟନ୍ତି। ମାତ୍ର ୩ ବର୍ଷ ବୟସରୁ ହିଁ ପାଠପଢ଼ା ସହିତ ମଡେଲିଂ, ନୃତ୍ୟ, ସଙ୍ଗୀତ ଏବଂ ଅଭିନୟ କ୍ଷେତ୍ରରେ ସକ୍ରିୟ ଥିବା ଚର୍ଚ୍ଚିକା ଏହାପୂର୍ବରୁ ୨୦୨୫ ମସିହାରେ ରାୟପୁରରେ ହିଁ ‘ବିଉଟି ଆଇକନ୍ ଇଣ୍ଡିଆ ଗୋଲ୍ଡ’ର ବିଜେତା ରହିସାରିଛନ୍ତି। ଏହା ବ୍ୟତୀତ ସେ ‘ଗ୍ଲାମର ଅଫ୍ ଓଡ଼ିଶା’, ‘ଉତ୍କଳ ଫ୍ୟାଶନ୍ ଆଇକନ୍’ ଏବଂ ‘ପିଡିଏସ୍ ନାଇଟ୍’ ଭଳି ପ୍ରତିଯୋଗିତାଗୁଡ଼ିକର ଟାଇଟଲ୍ ମଧ୍ୟ ନିଜ ନାମରେ କରିସାରିଛନ୍ତି।
ଭବିଷ୍ୟତରେ ‘ମିସ୍ ୱାର୍ଲ୍ଡ’ ହେବାର ସ୍ୱପ୍ନ ରଖିଥିବା ଚର୍ଚ୍ଚିକାଙ୍କର ପ୍ରକୃତ ଲକ୍ଷ୍ୟ ହେଉଛି ଜଣେ ଡାକ୍ତର ହୋଇ ଗରିବ ତଥା ଅଭାବୀ ଲୋକଙ୍କର ମାଗଣାରେ ସେବା କରିବା। ତାଙ୍କୁ ସଙ୍ଗମ ପାତ୍ରଙ୍କ ଠାରୁ ମଡେଲିଂ ଏବଂ ଦୀପକ ଜ୍ୟୋତିଷଙ୍କ ଠାରୁ ନୃତ୍ୟର ମାର୍ଗଦର୍ଶନ ମିଳୁଛି।
ଏହି ଗରିମାମୟ ସମାରୋହରେ ବିନିତା ମଲ୍ଲିକ୍, ସବି ସୁରୀ, ଫେମିନା ମିସ୍ ଇଣ୍ଡିଆ ଅନୁଷ୍କା ସୋନ ଏବଂ ସିମରନ୍ ସଚଦେବାଙ୍କ ଭଳି ଫ୍ୟାଶନ୍ ତଥା ବଲିଉଡ୍ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ।ସେହିପରି ବିଚାରକ ମଣ୍ଡଳୀରେ ଡାକ୍ତର ଅନୁଷ୍କା ସୋନ (ଫେମିନା ମିସ୍ ଇଣ୍ଡିଆ ଇଷ୍ଟ), ନମ୍ରତା ଗୁଗଲାନୀ (ଭିଏଲ୍ସିସି ହେଡ୍), ଛତିଶଗଡ଼ ଡାକ୍ତର ଅଭି ସିଂଧୁଜା (ପ୍ଲାଷ୍ଟିକ୍ ସର୍ଜନ୍), ପୂଜା ଗୁରୁଦୀପ କୌର୍ (ମିସେସ୍ ଇଣ୍ଡିଆ ଗୋଲ୍ଡ) ଏବଂ ସୁଧୀର ବାରିକ (ଫ୍ୟାଶନ୍ ଗ୍ରୁମର୍) ସାମିଲ ଥିଲେ। ଏହି ବଡ଼ ସଫଳତା ପାଇଁ ଚର୍ଚ୍ଚିକାଙ୍କୁ ବ୍ୟାପକ ସ୍ତରରେ ଶୁଭେଚ୍ଛା ମିଳୁଛି।