-+91-9937148622 |

prerana_bgr@rediffmail.com |

  Monday 19th October 2026 |

| | | |

R.N.I. Regd No. ODIODI/2010/46693

Breaking News

From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||     

HOME   ଜିଲ୍ଲା

ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ

01-Oct-2026



 

ସମ୍ବଲପୁର: (ସଂଜୀବ ପାଣିଗ୍ରାହୀ )

 

ଚଳିତ ବର୍ଷ ଦୁର୍ଗାପୂଜା ଓ ଦୀପାବଳି ପର୍ବ ୨୦୨୬ ପାଳନ ନିମନ୍ତେ ଶାନ୍ତିପୂର୍ଣ୍ଣ ଓ ସମନ୍ୱିତ ଉତ୍ସବ ନିଶ୍ଚିତ କରିବା ପାଇଁ ତପସ୍ଵିନୀ ପ୍ରେକ୍ଷାଳୟ ଠାରେ ଏକ ଶାନ୍ତି ଓ ସମନ୍ୱୟ କମିଟି ବୈଠକ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ) ଙ୍କ ଅଧ୍ୟକ୍ଷତାରେ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୂ(ଭା.ପୋ.ସେ), ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ଶ୍ରୀ ରେହାନ ଖତ୍ରି(ଭା.ପ୍ର.ସେ) ଙ୍କ ସମେତ ଶାନ୍ତି ଓ ସମନ୍ୱୟ କମିଟି ସଦସ୍ୟମାନେ, ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ, ଏବଂ ସମ୍ବଲପୁର ଅଞ୍ଚଳର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷ ଜିଲ୍ଲାରେ ଦୁର୍ଗାପୂଜା ଓ ଦୀପାବଳି କିପରି ଶାନ୍ତି ଶ୍ରୁଙ୍ଖଳା ର ସହିତ ପାଳନ କରାଯିବ ସେ ବିଷୟରେ ଆଲୋଚନା କରାଗଲା। ଉକ୍ତ ବୈଠକ ରେ ଆଇନ ଶ୍ରୁଙ୍ଖଳା ରକ୍ଷା, ସ୍ବାସ୍ଥ୍ୟ ଓ ପରିମଳ, ଉତ୍ସବ ଦିନରେ ନିରବଚ୍ଛିନ୍ନ ଜଳ ଯୋଗାଣ ସୁନିଶ୍ଚିତ କରିବା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ବେଆଇନ ଓ ନକଲି ମଦ ବିକ୍ରି ଉପରେ ପ୍ରତିଷେଧକ ପଦକ୍ଷେପ ନେବା, ଆଖପାଖ ଅଞ୍ଚଳରେ ଅଗ୍ନିକାଣ୍ଡ ରୋକିବା ପାଇଁ ତ୍ୱରାନିତ୍ଵ ପଦକ୍ଷପ ନେବା ଆଦି ପ୍ରସଙ୍ଗ ଉପରେ ଆଲୋଚୋନା ହୋଇଥିଲା। ସୂଚନା ଅନୁଯାୟୀ ଦେବୀଙ୍କ ବିସର୍ଜନ ଶୋଭାଯାତ୍ରା ଅକ୍ଟୋବର ୨୨ ଏବଂ ୨୩ ରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ପରିବେଶ ଅନୁକୂଳ (Eco-friendly) ପୂଜା ମଣ୍ଡପ ନିର୍ମାଣ କରିବାଉପରେ ଗୁରୁତ୍ଵରୋପ କରଯାଇଥିଲା।ଗତବର୍ଷ ପୂଜାରେ ଜିଲ୍ଲାସ୍କୁଲ ଛକ ପୂଜା କମିଟି ପ୍ରଥମ ସ୍ଥାନ ଓ ରେଲ ନଗର ପୂଜକମିଟି ଦ୍ଵିତୀୟ ହୋଇଥିଲେ।

 

ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ) ସମସ୍ତ ସଂପୃକ୍ତ ଅଧିକାରୀ ଙ୍କୁ ନିଜ ଦାୟୀତ୍ଵ ସଠିକ୍ ଭାବେ ପରିଚାଳନା କରିବାକୁ କହିଥିଲେ। ମୁଖ୍ୟତଃ ସେ, ପୂଜା ସମୟରେ ସମ୍ବଲପୁର ର ଅଧିରକ ଜନସମାଗମ ହେତୁ ଆଲୋକ ଓ ପରିମଳ ବ୍ୟବସ୍ଥା ସଠିକ ଭାବେ କାର୍ଯ୍ୟ କରିବା ସହିତ ସ୍ଵଚ୍ଛତା ଉପରେ ବେଶୀ ଧ୍ୟାନ ଦେବାକୁ କହିଥିଲେ।ପୂଜା ମଣ୍ଡପ ଗୁଡିକୁ ତଦାରଖ କରି କୌଣସି ଅଘଟଣର ତତ୍କାଳ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଅଗ୍ନିଶମ ବିଭାଗକୁ କହିଥିଲେ ।ଶୀତଳ ଷଷ୍ଠୀ ସମୟରେ ଯେଉଁ ନମ୍ୱର୍ ଦିଆଯାଇଥିବା ନମ୍ୱର୍ ରେ ଯୋଗାଯୋଗ କରି ନିଜ ଅଞ୍ଚଳ ର ପୂଜା ସମ୍ବର୍ଦ୍ଧିତ ସମସ୍ୟା ଜଣାଇବାକୁ କହିଥିଲେ, କହିଥିଲେ ଉପଯୁଥିବା ସମସ୍ୟା ର ସମାଧାନ ପାଇଁ ସବୁ ପ୍ରକାର ସହଯୋଗ କରିବୁ।

 

ମା’ଙ୍କ ଆଗମନ ପୂର୍ବରୁ ସମଗ୍ର ଅଞ୍ଚଳକୁ ସ୍ୱଚ୍ଛ ରଖିବା ପାଇଁ ସହର ଓ ଗ୍ରାମାଞ୍ଚଳରେ ଏକ ବ୍ୟାପକ 'ମାସ୍ ସାନିଟେସନ୍ ଡ୍ରାଇଭ୍' ଆରମ୍ଭ କରାଯିବ। ଏହି ଅଭିଯାନ ଅଧୀନରେ ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ସମେତ ୧୦୦ଟି ସ୍ଥାନରେ ପ୍ରତି ସ୍ଥାନରୁ ପ୍ରାୟ ୨୦୦ ଜଣ ନାଗରିକଙ୍କୁ ସାମିଲ କରାଯାଇ ସଫେଇ କାର୍ଯ୍ୟ ହାତକୁ ନିଆଯାଇଛି। ଏହା ସହିତ ଗୋବିନ୍ଦତୋଳା ଓ ରିଙ୍ଗ୍ ରୋଡ୍ ଭଳି ପ୍ରମୁଖ ସ୍ଥାନମାନଙ୍କରେ ଷ୍ଟ୍ରିଟ୍ ଲାଇଟ୍ ମରାମତି ଏବଂ ପରିଚାଳନା କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି। ସହରରେ ଗ୍ୟାସ୍ ପାଇପ୍‌ଲାଇନ୍, ଡ୍ରେନେଜ୍, ସ୍ୱେରେଜ୍ ଓ ୨୪/୭ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଚାଲୁ ରହିବା ଏବଂ ପ୍ରବଳ ବର୍ଷା ଯୋଗୁଁ ନଷ୍ଟ ହୋଇଥିବା ରାସ୍ତାଗୁଡ଼ିକର ମରାମତି ପାଇଁ ମଧ୍ୟ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଅନ୍ୟପକ୍ଷରେ, ପୂଜା ସମୟରେ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ସମସ୍ତ ପୂଜା ମଣ୍ଡପରେ ଶତପ୍ରତିଶତ ଅଗ୍ନି ନିର୍ବାପକ ନିୟମାବଳୀ (ଫାୟାର୍ ସେଫ୍ଟି ନର୍ମସ) ପାଳନ କରିବା ଏବଂ ବିଶେଷକରି ନବମୀ ଓ ଦଶମୀ ଭଳି ଜନଗହଳି ପୂର୍ଣ୍ଣ ଦିନଗୁଡ଼ିକରେ ପର୍ଯ୍ୟାପ୍ତ ଅଗ୍ନି ନିର୍ବାପକ ସିଲିଣ୍ଡର ମହଜୁଦ ରଖିବାକୁ କମିଟିଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ସିଡିଏମଓଙ୍କ ମାଧ୍ୟମରେ ଆମ୍ବୁଲାନ୍ସ ଓ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରାଯିବ। ଏହାସହ ପ୍ରସାଦ ସେବନ ସ୍ଥଳରେ ପର୍ଯ୍ୟାପ୍ତ ଡଷ୍ଟବିନ୍ ରଖିବା ଏବଂ ଆବର୍ଜନା ତୁରନ୍ତ ସଫେଇ ପାଇଁ ମହାନଗର ନିଗମ ସହିତ ଉତ୍ତମ ସମନ୍ୱୟ ରକ୍ଷା କରିବାକୁ ଅନୁରୋଧ କରାଯାଇଛି। ଶେଷରେ, ପୂଜା ପରବର୍ତ୍ତୀ ବିସର୍ଜନ ଶୋଭାଯାତ୍ରା କ୍ରମାଗତ ଅନେକ ଦିନ ଧରି ଚାଲିବା ଦ୍ୱାରା ଟ୍ରାଫିକ୍ ଓ ପୋଲିସ ପ୍ରଶାସନ ଉପରେ ଚାପ ପଡୁଥିବାରୁ, ଶୀତଳଷଷ୍ଠୀ ଢାଞ୍ଚାରେ ଏକ ନିର୍ଦ୍ଦିଷ୍ଟ ଦିନ ସ୍ଥିର କରି ସମସ୍ତ ମେଢ଼ର ବିସର୍ଜନକୁ ଅତି ଶୃଙ୍ଖଳିତ ଭାବେ ସମାପ୍ତ କରିବାକୁ ସମସ୍ତ ପୂଜା କମିଟି ଓ ସାଧାରଣ ଜନତାଙ୍କ ପୂର୍ଣ୍ଣ ସହଯୋଗ କାମନା କରାଯାଇଛି।   

 

ଆରକ୍ଷୀ ଅଧିକ୍ଷକ ଦୁର୍ଗାପୂଜା ସମୟରେ ପାର୍କିଂ ସ୍ଥଳ ଚିହ୍ନଟ ହୋଇସାରିଛି ଏବଂ ପାଗ ଭଲ ଥିବାରୁ ଲୋକେ ଗାଡ଼ି ରଖି ଚାଲି ଚାଲି ବୁଲିପାରିବେ ବୋଲି ସେ ପ୍ରକାଶ କରିଥିଲେ। ଏହା ସହିତ ସେ ଡିଜେ ବଦଳରେ ସ୍ଥାନୀୟ ଢୋଲ, ପାରମ୍ପରିକ ବାଦ୍ୟଯନ୍ତ୍ର ଏବଂ ଲୋକକଳାକୁ ଉତ୍ସାହିତ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ପୂଜା କମିଟିଗୁଡ଼ିକ ନିଜ ସୁବିଧା ଅନୁସାରେ ଅଲଗା ଅଲଗା ଦିନ ଭସାଣି ନକରି, ଗୋଟିଏ ନିର୍ଦ୍ଦିଷ୍ଟ ଦିନ ଏବଂ ଚିହ୍ନଟ ରୁଟ୍‌ରେ ଭସାଣି କରିବା ଉଚିତ, ଯାହାଦ୍ୱାରା ପୋଲିସ ସେହି ରୁଟ୍‌କୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିପାରିବ ଏବଂ ସହରରେ ଆଇନ ଶୃଙ୍ଖଳା ତଥା ପାଟ୍ରୋଲିଂ ବ୍ୟବସ୍ଥା ବ୍ୟାହତ ହେବ ନାହିଁ। ଶେଷରେ, ସମସ୍ତ ପୂଜା କମିଟିକୁ ନିୟମାନୁଯାୟୀ ଅନୁମତି ପତ୍ର ନେବା, ପେଣ୍ଡାଲରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା ଏବଂ ସୀମିତ ପୋଲିସ ବଳ ଥିବାରୁ କମିଟିର ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରି ପ୍ରଶାସନ ସହ ସହଯୋଗ କରିବାକୁ ସେ ଆହ୍ୱାନ ଜଣାଇଥିଲେ।   

 

ସମ୍ବଲପୁର ମହାନଗର ନିଗମ (SMC) କମିଶନର ଉପସ୍ଥିତ ସମସ୍ତ ଅଧିକାରୀ, ପୂଜା କମିଟି ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରି ନିଗମ ପକ୍ଷରୁ ସେବା ଯୋଗାଣ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ସହରର ସ୍ୱଚ୍ଛତା ପାଇଁ ସବୁ ଜୋନାଲ ଅଫିସରଙ୍କ ସହ ବୈଠକ ସରିଛି; ପୂଜା ପେଣ୍ଡାଲଗୁଡ଼ିକରୁ ରାତିରେ ଅଳିଆ ଉଠାଇବା ସହ ଏକ ସ୍ୱତନ୍ତ୍ର ଗାଡ଼ି ଓ ସାନିଟେସନ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ପେଣ୍ଡାଲ ନିକଟସ୍ଥ ଖାଲଖମା ରାସ୍ତା ମରାମତି ଓ ପେଭର କାମ କରାଯିବ ଏବଂ ଆବଶ୍ୟକ ସ୍ଥଳେ ଉପଯୁକ୍ତ ଆଲୋକୀକରଣ ପାଇଁ ଇଲେକ୍ଟ୍ରିକାଲ ଟିମ୍ ସହ ଯୋଗାଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହା ସହିତ ବିଦ୍ୟୁତ ଓ ଅଗ୍ନି ନିରାପତ୍ତାକୁ ପ୍ରାଥମିକତା ଦେବା ସହ ପେଣ୍ଡାଲ, ପାର୍କିଂ ଓ ରାସ୍ତା ପାର୍ଶ୍ୱରେ ସିସିଟିଭି (CCTV) କ୍ୟାମେରା ଲଗାଇବାକୁ ସେ କମିଟିମାନଙ୍କୁ ଅନୁରୋଧ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026
  ଜିଲ୍ଲା  
ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   18-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   18-Oct-2026
  ଜିଲ୍ଲା  
*ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   18-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   18-Oct-2026

You Might Also Like