-+91-9937148622 |

prerana_bgr@rediffmail.com |

  Monday 19th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||     

HOME   ଜିଲ୍ଲା

ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା

01-Oct-2026



ଟିଟିଲାଗଡ଼(ପ୍ରେରଣା ଖବର): ଟିଟିଲାଗଡ ଲାୟନ୍ସ କ୍ଲବର ବରିଷ୍ଠ ସଦସ୍ୟ ସ୍ଵର୍ଗତ ଲାୟନ ପ୍ରଭାସ ସାହୁଙ୍କ ନାତି ନାତୁଣୀ ତଥା ପୁଅ ଲାୟନ ସୌରଭ ସାହୁ ଓ ପତ୍ନୀ ସ୍ଵାତି ସାହୁଙ୍କ ଝିଅ ସରଣ୍ୟା ଓ ପୁଅ ଶ୍ରିୟାନ୍ସ କରାଟେ ପ୍ରତିଯୋଗିତାରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରି ନିଜର ପିତାମାତା, ଜେଜେ ମା ଲେଡି ଲାୟନ ଶ୍ରୀମତୀ ବିନ୍ଦୁ ସାହୁ, ନିଜର ସହର, ଜିଲ୍ଳା, ରାଜ୍ୟ, ଦେଶ ତଥା ଆନ୍ତର୍ଦେଶୀୟ ସ୍ତରରେ କୃତିତ୍ୱ ଅର୍ଜନ କରିଛନ୍ତି। ଏହି ସଫଳତା ହାସଲ କରିବା ପରେ ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ଉଭୟଙ୍କୁ ଗୁରୁବାର ସ୍ଥାନୀୟ ଲାୟନ୍ସ ଡେନ ଠାରେ କ୍ଲବ ସଭାପତି ମନିଷ

ଗୁପ୍ତାଙ୍କ ନିର୍ଦ୍ଦେଶନାରେ ଫାଷ୍ଟ ଭିପି ଅଜିତ ଚାନ୍ଦ ପାତ୍ରଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ଆବାସ ଖାଁ ଓ କୋଷାଧକ୍ଷ ଶ୍ରୀରାମ ଅଗ୍ରୱାଲଙ୍କ ସଂଯୋଜନାରେ  ସମ୍ବର୍ଦ୍ଧିତ କରାଯାଇଛି। ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଲାୟନ ୟମୁନା ପ୍ରସାଦ ଗୋଏଲ ଓ ଲାୟନ୍ସ କ୍ଳବର ବରିଷ୍ଠ ସଦସ୍ୟ ଲାୟନ ରତ୍ନାକର ସାହୁ ମାନପତ୍ର, ଫୁଲତୋଡ଼ା ଓ ଟ୍ରଫି ଦେଇ ସମ୍ମାନୀତ କରିଥିଲେ। 

       କରାଟେ କ୍ରୀଡ଼ା କ୍ଷେତ୍ରରେ ଶରଣ୍ୟା ସାହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ତାଙ୍କର ନିରନ୍ତର ପ୍ରୟାସ, ଶୃଙ୍ଖଳା ଓ କ୍ରୀଡ଼ା ପ୍ରତି ନିଷ୍ଠା ତାଙ୍କୁ ଜଣେ ଉଦୀୟମାନ କରାଟେ ପ୍ରତିଭା ଭାବେ ପରିଚିତ କରାଇଛି।
ଶରଣ୍ୟାଙ୍କ ପ୍ରମୁଖ ସଫଳତା ମଧ୍ୟରେ ୨୦୨୬ ଦେହରାଦୁନ୍ ନ୍ୟାସନାଲ କରାଟେ ଚାମ୍ପିଅନଶିପ୍‌ର ଟିମ୍ କାଟା ବିଭାଗରେ ସ୍ୱର୍ଣ୍ଣ ପଦକ ଅନ୍ୟତମ। ସେହିପରି ୨୦୨୬ ଜୋର୍ଡାନ୍‌ରେ ଅନୁଷ୍ଠିତ ଏସିଆନ୍ କରାଟେ ଚାମ୍ପିଅନଶିପ୍‌ରେ ବ୍ରୋଞ୍ଜ ମେଡାଲ୍ ବାଉଟ୍‌ରେ ଅଂଶଗ୍ରହଣ କରିଥିଲେ।
ଏହା ବ୍ୟତୀତ ସେ ୨୦୨୬ ମାନିଲାରେ ଅନୁଷ୍ଠିତ ୟୁଥ୍ ଲିଗ୍ କରାଟେ ଚାମ୍ପିଅନଶିପ୍‌ରେ ଅଂଶଗ୍ରହଣ କରିଥିଲେ। ଏହାପୂର୍ବରୁ ୨୦୨୪ ଡର୍ବାନ୍, ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ କମନୱେଲଥ୍ କରାଟେ ଚାମ୍ପିଅନଶିପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।
ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ଶରଣ୍ୟାଙ୍କ ଏହି ନିରନ୍ତର ସଫଳତା ତାଙ୍କର ପରିଶ୍ରମ, ଶୃଙ୍ଖଳା ଓ କରାଟେ ପ୍ରତି ସମର୍ପଣର ପ୍ରମାଣ। 

  ସେହିପରି ଶ୍ରେୟାଂଶ ସାହୁ ୨୦୨୬ ଚେନ୍ନାଇ ଓପନ୍ ଚାମ୍ପିଅନଶିପ୍ରେ ବ୍ୟକ୍ତିଗତ କାଟା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।  ୨୦୨୫ ଥାଇଲାଣ୍ଡ ଓପନ୍ କରାଟେ ଚାମ୍ପିଅନଶିପ୍ରେ କାଂସ୍ୟ ପଦକ ଏବଂ ୨୦୨୪ କମନୱେଲଥ୍ କରାଟେ ଚାମ୍ପିଅନଶିପ୍, ଡର୍ବାନ୍, ଦକ୍ଷିଣ ଆଫ୍ରିକାରେ ମଧ୍ୟ କାଂସ୍ୟ ପଦକ ଜିତିଛନ୍ତି।ତାଙ୍କ ଏହି ସଫଳତା କରାଟେ ପ୍ରତି ତାଙ୍କର ନିଷ୍ଠା, କଠୋର ପରିଶ୍ରମ, ଶୃଙ୍ଖଳା ଓ ଉତ୍କର୍ଷ ପ୍ରତି ଅଙ୍ଗୀକାରର ପ୍ରତିଫଳନ ଅଟେ। ସରଣ୍ୟ। ଓ ଶ୍ରେୟାଂଶ ଆଗାମୀ ଦିନରେ କରାଟେ କ୍ଷେତ୍ରରେ ଜଣେ ଜଣେ ଉଦୀୟମାନ ପ୍ରତିଭା ଭାବେ ଆହୁରି ସଫଳତା ହାସଲ କରନ୍ତୁ ବୋଲି କ୍ଲବ ସଦସ୍ୟ ମାନେ କହିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ କ୍ଳବର ବରିଷ୍ଠ ସଦସ୍ୟା ଶ୍ରୀମତି ବିନ୍ଦୁ ସାହୁ, ମିନାକ୍ଷୀ ସାହୁ, ଲଳିତା ଲାଠ, ଗୋପାଲ ଲାଠ, ଗଙ୍ଗାଧର ଶର୍ମା, ସନ୍ତୋଷ ମହାନ୍ତି, ରଜତ କୁମାର ଦର୍ଜୀ, ଦେବ ବ୍ରତ ସାହୁ, ସଞ୍ଜୟ ସୋନୀ, ଦୀପକ ପୃଷ୍ଟି, ଶୈଳେଶ ଗୋଏଲ, କ୍ଲବର ମାର୍କେଟିଂ ଚେୟାର ପର୍ସନ ଲାୟନ ସଞ୍ଜୟ କୁମାର ନାୟକ, ଉମେଶ ଅଗ୍ରୱାଲ, ପ୍ରଭାତ ଗୋଏଲ, ଲିଓ କ୍ଲବର ସଭାପତି ଶ୍ରୀତମ ସାହୁ, ସୁବ୍ରତ କୁମାର ସାହୁ, ସାହିଲ ମେମନ, ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026
  ଜିଲ୍ଲା  
ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   18-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   18-Oct-2026
  ଜିଲ୍ଲା  
*ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   18-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   18-Oct-2026
  ଜିଲ୍ଲା  
ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   18-Oct-2026

You Might Also Like