-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
01-Oct-2026
ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିରରେ ଆସନ୍ତା ଅକ୍ଟୋବର ୨୩ରୁ ୨୬ ତାରିଖ ଯାଏ ଆୟୋଜିତ ହେବ ପ୍ରଥମ ୧୮ ବର୍ଷରୁ କମ୍ ଓ ଷଷ୍ଠ ୨୫ ବର୍ଷରୁ କମ୍ ଜାତୀୟ ଲନ୍ ବଲ୍ ଚାମ୍ପିଅନସିପ । ରାଜେନ୍ଦ୍ର ନାରାୟଣ ସିଂଦେଓ ସ୍ପୋର୍ଟ୍ସ କଂପ୍ଲେକ୍ସ ସ୍ଥିତ ଲନ୍ ବଲ୍ ଗ୍ରୀନ୍ରେ ଏହି ପ୍ରତିଯୋଗିତା ହେବ। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ୧୮ ବର୍ଷରୁ କମ୍ ଓ ୨୫ ବର୍ଷରୁ କମ୍ ବର୍ଗର ଯୁବ ଖେଳାଳିମାନେ ଭାଗ ନେବେ।
ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳର ପ୍ରସ୍ତୁତି ଆରମ୍ଭ ହୋଇଛି। ଚୟନିତ ଖେଳାଳିମାନଙ୍କୁ ନେଇ ଗୁରୁବାର ରୁ ୨୦ ଦିନିଆ ରାଜ୍ୟ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଅକ୍ଟୋବର ୧ରୁ ୨୦ ଯାଏ ଚାଲିବାକୁ ଥିବା ଏହି ଶିବିର ରାଜେନ୍ଦ୍ର ନାରାୟଣ ସିଂଦେଓ ସ୍ପୋର୍ଟ୍ସ କଂପ୍ଲେକ୍ସ ସ୍ଥିତ ଲନ୍ ବଲ୍ ଗ୍ରୀନ୍ରେ ଅନୁଷ୍ଠିତ ହେଉଛି।
ଗୁରୁବାର ଏହି ଶିବିରର ଉଦ୍ଘାଟନ କରିଥିଲେ ବଲାଙ୍ଗିରର ଅତିରିକ୍ତ ଜ଼ିଲ୍ଲାପାଳ ପବିତ୍ର ବେହେରା ଓ ଅତିରିକ୍ତ ଆରକ୍ଷୀ ଅଧିକାରୀ ଗୁଣନିଧି ମଲ୍ଲିକ। ଏହି ଅବସରରେ ସ୍ପୋର୍ଟ୍ସ ହଷ୍ଟେଲ ଇନ୍ଚାର୍ଜ ପରାଶର ବାଗ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ରଙ୍କ ସମେତ ସମ୍ପୃକ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଶିବିରରେ ଖେଳାଳିମାନଙ୍କୁ ଲନ୍ ବଲର ବିଭିନ୍ନ କୌଶଳ ସହ ଟେକ୍ନିକ୍ ଓ ଫିଟନେସ୍ ଉପରେ ପ୍ରଶିକ୍ଷଣ ଦିଆଯିବ। ଏଥିସହ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଖେଳିବା ପାଇଁ ଆବଶ୍ୟକ ପ୍ରସ୍ତୁତି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।
ପ୍ରଶିକ୍ଷଣ ଶିବିରକୁ କ୍ରୀଡ଼ା ବିଭାଗର କୋଚ୍ କୈଳାଶ ମାଝୀ ଓ ସିନିୟର କୋଚ୍ ଲକ୍ଷ୍ମୀକାନ୍ତ ପଟ୍ଟନାୟକ ପରିଚାଳନା କରୁଛନ୍ତି। ସେମାନଙ୍କୁ ନରସିଂହ ରାଣା, ଦିନେଶ ମହାନନ୍ଦ ଓ ଲଳିତ ଶର୍ମା ସହଯୋଗ କରୁଛନ୍ତି।
ଶିବିର ଶେଷ ହେବା ପରେ ଚୟନିତ ଖେଳାଳିମାନେ ଓଡ଼ିଶା ଦଳ ପକ୍ଷରୁ ଜାତୀୟ ଚାମ୍ପିଅନଶିପ୍ରେ ଭାଗ ନେବେ।
ବଲାଙ୍ଗିରରେ ପ୍ରଥମ ଥର ପାଇଁ ଜାତୀୟସ୍ତରର ଲନ୍ ବଲ୍ ପ୍ରତିଯୋଗିତା ଆୟୋଜିତ ହେଉଥିବାରୁ ଜିଲ୍ଲାରେ ଏହି କ୍ରୀଡ଼ାର ବିକାଶ ସହ ନୂଆ ପ୍ରତିଭାଙ୍କୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି।
ଏନେଇ ରାଜ୍ୟ ଲନ୍ ବଲ୍ ସଂଘର ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ସୂଚନା ଦେଇଛନ୍ତି।