-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||     

HOME   ଜିଲ୍ଲା

ମାନବ ସେବା ହିଁ ମାଧବ ସେବା " ଅତାବିରାରେ ସ୍କାଉଟ-ଗାଇଡ୍ ଓ ରେଡକ୍ରସର ରଥଯାତ୍ରା ସେବା ଶିବିର ଉଦ୍‌ଘାଟିତ

19-Jul-2026



ରେଙ୍ଗାଲିକ୍ୟାମ୍ପ(ଆକାଶ ମିଶ୍ର): "ମାନବ ସେବା ହିଁ ମାଧବ ସେବା" — ଏହି ମହତ୍ ଉଦ୍ଦେଶ୍ୟ ଓ ଆଧ୍ୟାତ୍ମିକ ଚେତନାକୁ ପାଥେୟ କରି ପବିତ୍ର ରଥଯାତ୍ରା ଅବସରରେ ଅତାବିରା ବ୍ଲକରେ ଏକ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି। ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ୍ (ଭୁବନେଶ୍ୱର)ର ମୁଖ୍ୟ କମିଶନର ଡଃ କାଳୀ ପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏବଂ ବରଗଡ଼ ଜିଲ୍ଲା ସ୍କାଉଟ ଓ ଗାଇଡ୍ କମିଶନର ସରୋଜ ଭୁଏଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ବିଶେଷ ସେବା ଶିବିର ଆୟୋଜିତ ହୋଇଯାଇଛି। ଅତାବିରା ବ୍ଲକ ସ୍କାଉଟ-ଗାଇଡ୍ ଏବଂ ଜୁନିଅର୍ ରେଡକ୍ରସର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ କାଠ ଡେରା ଶ୍ରୀ ଗୁଣ୍ଡିଚା ଧାମଠାରେ ଏହି ସେବା ଶିବିର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଛି।
ଏହି ସେବା ଶିବିରକୁ ବ୍ଲକ ଶିକ୍ଷା ଅଧିକାରୀ ମିଶ୍ରାନି କୁମ୍ଭାର, ଜିଲ୍ଲା ଶାରୀରିକ ତଥା କ୍ରୀଡ଼ା ନିରୀକ୍ଷକ ଜ୍ୟୋତିଷ ପ୍ରଧାନ, ରଥଯାତ୍ରା କମିଟିର ସଭାପତି ପଞ୍ଚାନନ ତ୍ରିପାଠୀ ଏବଂ ପ୍ରଧାନ ଶିକ୍ଷକ ମୁକେଶ ପ୍ରଧାନ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ପିଲାମାନଙ୍କ ସେବା ମନୋଭାବକୁ ଉଚ୍ଚ ପ୍ରଶଂସା କରିଥିଲେ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ କ୍ରୀଡ଼ା ସମ୍ପାଦକ ସୁଦୀପ୍ତ ସାହୁ, ଜିଲ୍ଲା ତାଲିମ କମିଶନର (ଗାଇଡ୍) ଅନୁସୂୟା ଦେବତା, ରେଡକ୍ରସ କାଉନସିଲର ରମେଶ ସେଠ୍ ଓ ଜ୍ୟୋତିକିରଣ ମହାନ୍ତି, କମିଟି ସଭ୍ୟ ତଥା ଖେଳ ଶିକ୍ଷକ ପ୍ରତାପ ଗଡତିଆ, ତ୍ରିଲୋକ୍ୟ ନାୟକ, ସୁବାସ ଗଡତିଆ ଏବଂ ଶୁଭ୍ରାଂଶୁ ଶେଖର ସାହୁ ଉପସ୍ଥିତ ଥିଲେ। ଏହା ସହିତ ବ୍ଲକର ସମସ୍ତ ଖେଳ ଶିକ୍ଷକ, ଶିକ୍ଷୟିତ୍ରୀ, ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
 କୌଣସି ପ୍ରତିବନ୍ଧକକୁ ଖାତିର ନକରି ନିଜ ଭିତରେ ସେବାର ଅମୃତ ଭାବନା ନେଇ ବ୍ଲକର ବିଭିନ୍ନ ବିଦ୍ୟାଳୟର ପ୍ରାୟ ୩୦ ଜଣ ସ୍କାଉଟ, ୫୦ ଜଣ ଗାଇଡ୍ ଏବଂ ୨୦ ଜଣ ରେଡକ୍ରସ ଛାତ୍ରଛାତ୍ରୀ ଏହି ଶିବିରରେ ସାମିଲ ହୋଇଛନ୍ତି। ଆସନ୍ତା ତିନି ଦିନ ଧରି ଚାଲିବାକୁ ଥିବା ଏହି ସେବା ଶିବିରର ତୃତୀୟ ଦିବସରେ ଆଜି ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଛାତ୍ରଛାତ୍ରୀମାନେ ମିଳିତ ଭାବେ ସମଗ୍ର ରଥଖଳା ସଫେଇ କରି ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ।
 ପ୍ରବଳ  ଗୁଳୁଗୁଳି ଓ ଗହଳିକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କୁ ଲେମ୍ବୁ ସରବତ ଓ ଶୀତଳ ପାନୀୟ ଜଳ ବଣ୍ଟନ କରାଯାଇଥିଲା। କୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ରେଡକ୍ରସ ପକ୍ଷରୁ ସେଠାରେ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ସ୍କାଉଟ୍ /ଗାଇଡ୍ ସଂସ୍ଥା ପକ୍ଷରୁ ପ୍ରତିବର୍ଷ ରଥଯାତ୍ରା ସମୟରେ ଏଭଳି ମାନବୀୟ ସେବା ଯୋଗାଇ ଦିଆଯାଇଥାଏ। କେବଳ ପୋଥିଗତ ବିଦ୍ୟା ନୁହେଁ, ବରଂ ସମାଜ ପ୍ରତି ଥିବା ଦାୟିତ୍ୱବୋଧ ଏବଂ ପରୋପକାର ହିଁ ପ୍ରକୃତ ଶିକ୍ଷା — ଏହା ଏହି କୋମଳମତି ଶିଶୁମାନେ ନିଜ କାର୍ଯ୍ୟ ଦ୍ୱାରା ପ୍ରମାଣିତ କରିଛନ୍ତି।
ଅଞ୍ଚଳରେ ସ୍କାଉଟ-ଗାଇଡ୍ ଓ ରେଡକ୍ରସର ଏହି ନିଶ୍ୱାର୍ଥପର ସେବାକୁ ସବୁ ମହଲରେ ଭୂରି ଭୂରି ପ୍ରଶଂସା କରାଯିବା ସହ ଶ୍ରଦ୍ଧାଳୁମାନେ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି। ବାସ୍ତବରେ, ଜଗନ୍ନାଥ ସଂସ୍କୃତିର ମୂଳଦୁଆ ହେଉଛି ସେବା ଓ ସମର୍ପଣ, ଯାହା ଆଜିର ଏହି ଶିବିର ମାଧ୍ୟମରେ ପ୍ରତିଫଳିତ ହୋଇପାରିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   15-Aug-2026
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like