-+91-9937148622 |

prerana_bgr@rediffmail.com |

  Wednesday 21st October 2026 |

| | | |

R.N.I. Regd No. ODIODI/2010/46693

Breaking News

ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||     

HOME   ଜିଲ୍ଲା

ସମ୍ବଲପୁର ମହାନଗର ନିଗମ (SMC) ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

17-Jul-2026



 

ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ )

 

 ସମ୍ବଲପୁର ମହାନଗର ନିଗମ (SMC) ଅଞ୍ଚଳରେ ବନ୍ୟା ଏବଂ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତଃ-ବିଭାଗୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ରେହାନ କ୍ଷତ୍ରି(ଭା.ପ୍ର.ସେ), ଅତିରିକ୍ତ ଜିଲ୍ଲାପାଳ ରାଜାସ୍ୱ ଶ୍ରୀ ସୁଧାଂଶୁ କୁମାର ଭୋଇ, ଉପଜିଲ୍ଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା, ସମ୍ବଲପୁର ମହାନଗର ନିଗମ ର ଅନ୍ୟ ଅଧିକାରୀ, ଜଳସେଚନ ବିଭାଗ, ପୂର୍ତ୍ତ ବିଭାଗ (R&B), ଏବଂ ଟାଉନ ପ୍ଲାନିଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ସହରାଞ୍ଚଳ ଜଳିବନ୍ଦୀ ସମସ୍ୟାର ତୁରନ୍ତ ଏବଂ ସ୍ଥାୟୀ ସମାଧାନ, ୱାର୍ଡଭିତ୍ତିକ ସ୍ଥିତିର ବିଶ୍ଳେଷଣ, ସମନ୍ୱିତ ପଦକ୍ଷେପ ଏବଂ ମାଷ୍ଟର ପ୍ଲାନରେ ଆବଶ୍ୟକ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

 

ବୈଠକରେ ଜିଲ୍ଲାପାଳ ସହରର ବିଭିନ୍ନ ୱାର୍ଡରେ ଥିବା ଜଳବନ୍ଦୀ ସମସ୍ୟାର ସମୀକ୍ଷା କରିବା ସହ ଏହାର ତୁରନ୍ତ ଏବଂ ସ୍ଥାୟୀ ପ୍ରତିକାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସହରର କେଉଁ କେଉଁ ସ୍ଥାନରେ ଜଳବନ୍ଦୀ ହେଉଛି, ତାର ପ୍ରକୃତ କାରଣ ଏବଂ କେଉଁ ବିଭାଗ ଦ୍ୱାରା କେବେ ସୁଦ୍ଧା କାର୍ଯ୍ୟ ଶେଷ ହେବ (Action & Timeline), ତାର ଏକ ସ୍ପଷ୍ଟ ବିବରଣୀ ଫର୍ମାଟରେ ତୁରନ୍ତ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।ବର୍ଷା ଦିନେ ଲୋକେ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପାଇଁ ତୁରନ୍ତ ସମସ୍ତ ପ୍ରମୁଖ ଏବଂ ଶାଖା ଡ୍ରେନଗୁଡ଼ିକରୁ ପଙ୍କୋଦ୍ଧାର (Desilting) ଏବଂ ଜରୁରୀକାଳୀନ ଡ୍ରେନ ପ୍ରସ୍ତୁତ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ କହିଛନ୍ତି। ଏହି କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀ କିମ୍ବା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

 

 

 ସହରର ପ୍ରାକୃତିକ ନାଳ ଏବଂ ଡ୍ରେନ ଉପରେ ହୋଇଥିବା ବେଆଇନ ଜବରଦଖଲ ଯୋଗୁଁ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି। ଏଥିପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତ କରି ତୁରନ୍ତ ଜବରଦଖଲ ଉଚ୍ଛେଦ (Encroachment Removal) କରିବାପାଇଁ ଏବଂ ପ୍ରତିବନ୍ଧକ ସାଜୁଥିବା ବେଆଇନ ନିର୍ମାଣକୁ ଭାଙ୍ଗିବା ପାଇଁ ମହାନଗର ନିଗମ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ କହିଛନ୍ତି। ରେଡ୍‌ କିମ୍ବା ଅରେଞ୍ଜ ୱାର୍ଣ୍ଣିଂ (Red/Orange Warning) ସମୟରେ ତଳିଆ ଅଞ୍ଚଳରେ ପାଣି ଜମି ରହିଲେ, ତୁରନ୍ତ ପାଣି ପମ୍ପ (Water Lifting Pump) ଏବଂ ଜେସିବି (JCB) ମେସିନ ସହାୟତାରେ ଜଳ ନିଷ୍କାସନ କରାଯିବ। ସେଥିପାଇଁ ଅଗ୍ରୀମ ଭାବେ SMC ପକ୍ଷରୁ ସମସ୍ତ ୱାର୍ଡରେ ମାନବ ସମ୍ବଳ ଏବଂ ଯନ୍ତ୍ରପାତି ପ୍ରସ୍ତୁତ ରଖାଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣା କୁ ଏଡ଼ାବା ପାଇଁ ବର୍ଷା ସମୟରେ କାମ କରୁଥିବା ସମସ୍ତ ସଫେଇ ଓ ବୈଷୟିକ କର୍ମଚାରୀମାନେ ବାଧ୍ୟତାମୂଳକ ଭାବେ ବ୍ଲିଙ୍କିଙ୍ଗ ଲାଇଟ୍ ଥିବା ସ୍ପେଶାଲ ରିଫ୍ଲେକ୍ଟିଭ ଜ୍ୟାକେଟ୍ (Reflective Safety Jacket) ପିନ୍ଧିବାର ବ୍ୟବସ୍ତା କରିବା ପାଇଁ କହିଛନ୍ତି।

 

ବୈଠକରେ ୱାର୍ଡ ନମ୍ବର ୧୩ ବିହାରୀପଡା, ପୋଦ୍ଦାର ପଡା( Biharipada, Poddar Colony), ୱାର୍ଡ ନମ୍ବର ୧୪, ୱାର୍ଡ ନମ୍ବର ୧୫, ୱାର୍ଡ ୧୬ ଚମାରପଡ଼ା (Chamarpada), ୱାର୍ଡ ୧୮, ୱାର୍ଡ ୧୯ ଗୋପାଲମଲ, କୁଲାଟପଡା, ଦାନିପାଲି(Gopalmal, Kultapada, Danipali), ୱାର୍ଡ ୨୦, ୱାର୍ଡ ୨୨ ମୋଦିପଡା (Modipada), ୱାର୍ଡ ୨୩, ୱାର୍ଡ ଏବଂ ୱାର୍ଡ ୨୭ ବରୁଣ ଏନକ୍ଲେଭ ଜଗନ୍ନାଥ କଲୋନୀ, ଏକ୍ଜିକୁଇଟିଭ କଲୋନୀ (Varun Enclave, Jagannath Mandir Colony, Executive Colony) ୱାର୍ଡ ୨୮, ୱାର୍ଡ ୩୨, ୱାର୍ଡ ୩୬, ୱାର୍ଡ ୩୭, ୱାର୍ଡ ୩୮ ଆଦି ଅଞ୍ଚଳର ଜଳ ନିଷ୍କାସନ ସମସ୍ୟା 

ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଧନୁପାଲି ଛକ ଏବଂ ଆର.ଏନ.ବି (R&B) ରାସ୍ତା ପାର୍ଶ୍ୱରେ ଥିବା କଲଭର୍ଟଗୁଡ଼ିକୁ ତୁରନ୍ତ ସଫା କରିବା ସହ ପ୍ରତିଟି ମୁଖ୍ୟ ଡ୍ରେନର ଓସାର ଏବଂ ଗଭୀରତା ଅତିକମରେ ୧ ମିଟର ରଖିବା ପାଇଁ ଉପଦେଶ ନିଆଯାଇଛି। ଏହା ସହିତ ରାସ୍ତା ପ୍ରଶସ୍ତୀକରଣ ସମୟରେ ଉଭୟ ପାର୍ଶ୍ୱରେ ଥିବା ବିଦ୍ୟୁତ ଖୁଣ୍ଟ ଓ ପାଇପଲାଇନ ସ୍ଥାନାନ୍ତର କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର ସହରବାସୀଙ୍କ ବର୍ଷା ଦିନେ ଜଳବନ୍ଦୀ ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   20-Oct-2026
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   20-Oct-2026
  ରାଜ୍ୟ  
ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   20-Oct-2026
  ଜିଲ୍ଲା  
ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   20-Oct-2026
  ଜିଲ୍ଲା  
ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   20-Oct-2026
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026

You Might Also Like