-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||     

HOME   ରାଜ୍ୟ

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ

12-Jul-2026



ବଲାଙ୍ଗିର: ଓଡ଼ିଶାରେ ଦ୍ରୁତଗତିରେ ବେସରକାରୀ ନର୍ସିଂ କଲେଜର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଅନେକ ଅନୁଷ୍ଠାନ ଭାରତୀୟ ନର୍ସିଂ ପରିଷଦ (INC)ର ନିର୍ଦ୍ଦେଶାବଳୀ ଅନୁସରଣ କରୁନଥିବା ଅଭିଯୋଗ ଦୀର୍ଘଦିନ ଧରି ଉଠିଆସୁଛି।ବଲାଙ୍ଗିର ଜିଲ୍ଲାରେ ମଧ୍ୟ କିଛି ବେସରକାରୀ ନର୍ସିଂ କଲେଜ INC ଗାଇଡ ଲାଇନ୍ ଉଲ୍ଲଂଘନ କରି ପରିଚାଳିତ ହେଉଥିବା ଅଭିଯୋଗ ରହିଛି।
ଗତ ୨ ଏପ୍ରିଲ ୨୦୨୬ ତାରିଖରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପତ୍ର ସଂଖ୍ୟା ୯୭୪୨ ଜାରି କରି ଜିଲ୍ଲାଗୁଡ଼ିକରେ ଥିବା ବେସରକାରୀ ନର୍ସିଂ କଲେଜଗୁଡ଼ିକ INC ନିୟମାବଳୀ ଅନୁଯାୟୀ ପରିଚାଳିତ ହେଉଛି କି ନାହିଁ,ତାହାର ତଦାରଖ ପାଇଁ ଅତିରିକ୍ତ ଜିଲ୍ଲାପାଳ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଏବଂ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଅଭିଯୋଗ ଅନୁସାରେ,ସରକାରୀ ନିର୍ଦ୍ଦେଶ ଜାରି ହେବା ପରେ ମଧ୍ୟ ଦୀର୍ଘ ସମୟ ଧରି ଜିଲ୍ଲାସ୍ତରରେ ଯାଞ୍ଚକାର୍ଯ୍ୟ ଆରମ୍ଭ ହୋଇନଥିଲା। ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ଏକାଧିକ ଖବର ପ୍ରକାଶ ପାଇଥିଲେ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ଉଠିଥିଲା।ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଜଣେ କର୍ମଚାରୀଙ୍କ ସହ ଫୋନରେ ଯୋଗାଯୋଗ କରାଯିବା ସମୟରେ ସେ “As When Required” ଶବ୍ଦ ପ୍ରୟୋଗ କରିଥିବା କଥା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା।
ଏପରି ସ୍ଥିତିରେ କିଛିଦିନ ପୂର୍ବରୁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସମସ୍ତ ବେସରକାରୀ ନର୍ସିଂ କଲେଜର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ଚଳିତ ଜୁଲାଇ ମାସ ଶେଷ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଳରେ ସ୍ୱାଗତ କରାଯାଇଛି।
ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାସ୍ତରରେ ଯାଞ୍ଚ କମିଟି ଗଠନ କରାଯାଇ ବେସରକାରୀ ନର୍ସିଂ କଲେଜଗୁଡ଼ିକର ତଦନ୍ତ ଆରମ୍ଭ ହୋଇଛି।ତେବେ ବଲାଙ୍ଗିରରେ ଚାଲିଥିବା ଯାଞ୍ଚ ପ୍ରକ୍ରିୟାକୁ ନେଇ ପୁଣି ପ୍ରଶ୍ନ ଉଠିଛି।କେତେକ ସ୍ଥାନରେ କମିଟି କେବଳ କାର୍ଯ୍ୟାଳୟ ରେ ବସି ଦସ୍ତାବେଜ ଯାଞ୍ଚ ଓ ମୌଖିକ ପଚରାଉଚରା କରି ଫେରି ଆସୁଥିବା ଅଭିଯୋଗ ହେଉଛି।ଏହା ଫଳରେ ପ୍ରକୃତ ଭିତ୍ତିଭୂମି ଓ ସୁବିଧାର ସଠିକ୍ ମୂଲ୍ୟାଙ୍କନ ହେଉଛି କି ନାହିଁ,ସେନେଇ ସନ୍ଦେହ ପ୍ରକାଶ ପାଉଛି।
INC ନିୟମାବଳୀ ଅନୁଯାୟୀ ନର୍ସିଂ କଲେଜ ପାଇଁ ନିର୍ଦ୍ଦିଷ୍ଟ ଜମି, ଏକାଡେମିକ୍ ବିଲ୍ଡିଂ,ହଷ୍ଟେଲ,ଖେଳ ପଡ଼ିଆ,ଫାୟାର ସେଫ୍ଟି ସାର୍ଟିଫିକେଟ,ଟାଉନ୍ ପ୍ଲାନିଂ ଅନୁମତି ସହ ଅନ୍ୟାନ୍ୟ ମୌଳିକ ସୁବିଧା ବାଧ୍ୟତାମୂଳକ ରହିଛି।ଏହାସହ ଅଧ୍ୟକ୍ଷ,ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ଅଭିଜ୍ଞତା ମଧ୍ୟ ଯାଞ୍ଚ କରିବାର ବ୍ୟବସ୍ଥା ରହିଛି।କଲେଜ ରେ କାର୍ଯ୍ୟରତ ଥିବା କର୍ମଚାରୀ ମାନଙ୍କୁ ଯାଞ୍ଚ କମିଟି ସମ୍ମୁଖରେ ଦାଖଲ କରାଯାଉ ନ ଥିବା ପରିଲକ୍ଷିତ ହେଉଛି।
ତେବେ ବଲାଙ୍ଗିରର କିଛି ନର୍ସିଂ କଲେଜ ଅଳ୍ପ ଜାଗାରେ ଭଡ଼ା ଘରରେ ପରିଚାଳିତ ହେଉଥିବା ଏବଂ ଯାଞ୍ଚ ସମୟରେ ଆବଶ୍ୟକୀୟ ଦସ୍ତାବେଜ ପରେ ଦିଆଯିବ ବୋଲି କହି କମିଟି ସେଠାରୁ ଫେରି ଆସୁଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।
ଏହାଛଡ଼ା,କିଛି ପ୍ରତିଷ୍ଠିତ ନର୍ସିଂ କଲେଜ ଇଡକୋ ଓ ସରକାରୀ ଜମିରେ ପରିଚାଳିତ ହେଉଥିବା ବେଳେ ସେହି ଜମି ବଣ୍ଟନ ପ୍ରକ୍ରିୟା ସରକାରୀ ନିୟମ ଅନୁଯାୟୀ ହୋଇଛି କି ନାହିଁ,ତାହାର ମଧ୍ୟ ତଦନ୍ତ ଦାବି କରାଯାଉଛି।
ସେହିପରି,ଜଣେ ସରକାରୀ ହସ୍ପିଟାଲରେ କାର୍ଯ୍ୟରତ କ୍ଲିନିକାଲ ନର୍ସଙ୍କୁ ଏକ ବେସରକାରୀ ନର୍ସିଂ କଲେଜରେ ଫୁଲ୍-ଟାଇମ୍ କର୍ମଚାରୀ ଭାବେ ଦର୍ଶାଯାଇଥିବା ଏବଂ ତାଙ୍କ ନାମକୁ ବିଏସ୍‌ସି ନର୍ସିଂ ଅଷ୍ଟମ ସେମିଷ୍ଟାର ପରୀକ୍ଷା ପାଇଁ ଏକ୍ସଟର୍ନାଲ ଏକ୍ଜାମିନର ଭାବେ ପଠାଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।ଯଦି ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ,ତେବେ ଏହା INC ନିୟମାବଳୀ ର ଉଲ୍ଲଂଘନ କି ନୁହେଁ,ସେନେଇ ପ୍ରଶ୍ନ ଉଠୁଛି।ଜିଲ୍ଲାର କିଛି ସଂସ୍ଥା ଏହି କଡ଼ା କଡି ଯାଞ୍ଚରୁ ବର୍ତ୍ତିବା ପାଇଁ ମନ୍ତ୍ରୀ ଙ୍କ ଶରଣାଗତ ହେବା ପାଇଁ କସରତ ଚଳାଇଲେଣି।
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ ପରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜଗୁଡ଼ିକରେ ଚାପ ବଢ଼ିଥିବା କୁହାଯାଉଛି।ଏବେ ସମସ୍ତଙ୍କ ନଜର ରହିଛି ଯେ,ବଲାଙ୍ଗିର ସମେତ ସମଗ୍ର ରାଜ୍ୟରେ ଚାଲିଥିବା ଏହି ଯାଞ୍ଚ ପ୍ରକ୍ରିୟା କେତେ ସ୍ୱଚ୍ଛ,ନିରପେକ୍ଷ ଓ କଡ଼ାକଡ଼ି ଭାବେ ସମ୍ପନ୍ନ ହେଉଛି ଏବଂ ଏହାର ଆଧାରରେ ସରକାର କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026

You Might Also Like