-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||     

HOME   ଜିଲ୍ଲା

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ

12-Jul-2026



ବଲାଙ୍ଗିର(ପ୍ରେରଣା ଖବର): ଓଡ଼ିଶାରେ ଦ୍ରୁତଗତିରେ ବେସରକାରୀ ନର୍ସିଂ କଲେଜର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଅନେକ ଅନୁଷ୍ଠାନ ଭାରତୀୟ ନର୍ସିଂ ପରିଷଦ (INC)ର ନିର୍ଦ୍ଦେଶାବଳୀ ଅନୁସରଣ କରୁନଥିବା ଅଭିଯୋଗ ଦୀର୍ଘଦିନ ଧରି ଉଠିଆସୁଛି।ବଲାଙ୍ଗିର ଜିଲ୍ଲାରେ ମଧ୍ୟ କିଛି ବେସରକାରୀ ନର୍ସିଂ କଲେଜ INC ଗାଇଡ ଲାଇନ୍ ଉଲ୍ଲଂଘନ କରି ପରିଚାଳିତ ହେଉଥିବା ଅଭିଯୋଗ ରହିଛି।
ଗତ ୨ ଏପ୍ରିଲ ୨୦୨୬ ତାରିଖରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପତ୍ର ସଂଖ୍ୟା ୯୭୪୨ ଜାରି କରି ଜିଲ୍ଲାଗୁଡ଼ିକରେ ଥିବା ବେସରକାରୀ ନର୍ସିଂ କଲେଜଗୁଡ଼ିକ INC ନିୟମାବଳୀ ଅନୁଯାୟୀ ପରିଚାଳିତ ହେଉଛି କି ନାହିଁ,ତାହାର ତଦାରଖ ପାଇଁ ଅତିରିକ୍ତ ଜିଲ୍ଲାପାଳ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଏବଂ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଅଭିଯୋଗ ଅନୁସାରେ,ସରକାରୀ ନିର୍ଦ୍ଦେଶ ଜାରି ହେବା ପରେ ମଧ୍ୟ ଦୀର୍ଘ ସମୟ ଧରି ଜିଲ୍ଲାସ୍ତରରେ ଯାଞ୍ଚକାର୍ଯ୍ୟ ଆରମ୍ଭ ହୋଇନଥିଲା। ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ଏକାଧିକ ଖବର ପ୍ରକାଶ ପାଇଥିଲେ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ଉଠିଥିଲା।ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଜଣେ କର୍ମଚାରୀଙ୍କ ସହ ଫୋନରେ ଯୋଗାଯୋଗ କରାଯିବା ସମୟରେ ସେ “As When Required” ଶବ୍ଦ ପ୍ରୟୋଗ କରିଥିବା କଥା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା।
ଏପରି ସ୍ଥିତିରେ କିଛିଦିନ ପୂର୍ବରୁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସମସ୍ତ ବେସରକାରୀ ନର୍ସିଂ କଲେଜର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ଚଳିତ ଜୁଲାଇ ମାସ ଶେଷ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଳରେ ସ୍ୱାଗତ କରାଯାଇଛି।
ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାସ୍ତରରେ ଯାଞ୍ଚ କମିଟି ଗଠନ କରାଯାଇ ବେସରକାରୀ ନର୍ସିଂ କଲେଜଗୁଡ଼ିକର ତଦନ୍ତ ଆରମ୍ଭ ହୋଇଛି।ତେବେ ବଲାଙ୍ଗିରରେ ଚାଲିଥିବା ଯାଞ୍ଚ ପ୍ରକ୍ରିୟାକୁ ନେଇ ପୁଣି ପ୍ରଶ୍ନ ଉଠିଛି।କେତେକ ସ୍ଥାନରେ କମିଟି କେବଳ କାର୍ଯ୍ୟାଳୟ ରେ ବସି ଦସ୍ତାବେଜ ଯାଞ୍ଚ ଓ ମୌଖିକ ପଚରାଉଚରା କରି ଫେରି ଆସୁଥିବା ଅଭିଯୋଗ ହେଉଛି।ଏହା ଫଳରେ ପ୍ରକୃତ ଭିତ୍ତିଭୂମି ଓ ସୁବିଧାର ସଠିକ୍ ମୂଲ୍ୟାଙ୍କନ ହେଉଛି କି ନାହିଁ,ସେନେଇ ସନ୍ଦେହ ପ୍ରକାଶ ପାଉଛି।
INC ନିୟମାବଳୀ ଅନୁଯାୟୀ ନର୍ସିଂ କଲେଜ ପାଇଁ ନିର୍ଦ୍ଦିଷ୍ଟ ଜମି, ଏକାଡେମିକ୍ ବିଲ୍ଡିଂ,ହଷ୍ଟେଲ,ଖେଳ ପଡ଼ିଆ,ଫାୟାର ସେଫ୍ଟି ସାର୍ଟିଫିକେଟ,ଟାଉନ୍ ପ୍ଲାନିଂ ଅନୁମତି ସହ ଅନ୍ୟାନ୍ୟ ମୌଳିକ ସୁବିଧା ବାଧ୍ୟତାମୂଳକ ରହିଛି।ଏହାସହ ଅଧ୍ୟକ୍ଷ,ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ଅଭିଜ୍ଞତା ମଧ୍ୟ ଯାଞ୍ଚ କରିବାର ବ୍ୟବସ୍ଥା ରହିଛି।କଲେଜ ରେ କାର୍ଯ୍ୟରତ ଥିବା କର୍ମଚାରୀ ମାନଙ୍କୁ ଯାଞ୍ଚ କମିଟି ସମ୍ମୁଖରେ ଦାଖଲ କରାଯାଉ ନ ଥିବା ପରିଲକ୍ଷିତ ହେଉଛି।
ତେବେ ବଲାଙ୍ଗିରର କିଛି ନର୍ସିଂ କଲେଜ ଅଳ୍ପ ଜାଗାରେ ଭଡ଼ା ଘରରେ ପରିଚାଳିତ ହେଉଥିବା ଏବଂ ଯାଞ୍ଚ ସମୟରେ ଆବଶ୍ୟକୀୟ ଦସ୍ତାବେଜ ପରେ ଦିଆଯିବ ବୋଲି କହି କମିଟି ସେଠାରୁ ଫେରି ଆସୁଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।
ଏହାଛଡ଼ା,କିଛି ପ୍ରତିଷ୍ଠିତ ନର୍ସିଂ କଲେଜ ଇଡକୋ ଓ ସରକାରୀ

ଜମିରେ ପରିଚାଳିତ ହେଉଥିବା ବେଳେ ସେହି ଜମି ବଣ୍ଟନ ପ୍ରକ୍ରିୟା ସରକାରୀ ନିୟମ ଅନୁଯାୟୀ ହୋଇଛି କି ନାହିଁ,ତାହାର ମଧ୍ୟ ତଦନ୍ତ ଦାବି କରାଯାଉଛି।
ସେହିପରି,ଜଣେ ସରକାରୀ ହସ୍ପିଟାଲରେ କାର୍ଯ୍ୟରତ କ୍ଲିନିକାଲ ନର୍ସଙ୍କୁ ଏକ ବେସରକାରୀ ନର୍ସିଂ କଲେଜରେ ଫୁଲ୍-ଟାଇମ୍ କର୍ମଚାରୀ ଭାବେ ଦର୍ଶାଯାଇଥିବା ଏବଂ ତାଙ୍କ ନାମକୁ ବିଏସ୍‌ସି ନର୍ସିଂ ଅଷ୍ଟମ ସେମିଷ୍ଟାର ପରୀକ୍ଷା ପାଇଁ ଏକ୍ସଟର୍ନାଲ ଏକ୍ଜାମିନର ଭାବେ ପଠାଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।ଯଦି ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ,ତେବେ ଏହା INC ନିୟମାବଳୀ ର ଉଲ୍ଲଂଘନ କି ନୁହେଁ,ସେନେଇ ପ୍ରଶ୍ନ ଉଠୁଛି।ଜିଲ୍ଲାର କିଛି ସଂସ୍ଥା ଏହି କଡ଼ା କଡି ଯାଞ୍ଚରୁ ବର୍ତ୍ତିବା ପାଇଁ ମନ୍ତ୍ରୀ ଙ୍କ ଶରଣାଗତ ହେବା ପାଇଁ କସରତ ଚଳାଇଲେଣି।
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ ପରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜଗୁଡ଼ିକରେ ଚାପ ବଢ଼ିଥିବା କୁହାଯାଉଛି।ଏବେ ସମସ୍ତଙ୍କ ନଜର ରହିଛି ଯେ,ବଲାଙ୍ଗିର ସମେତ ସମଗ୍ର ରାଜ୍ୟରେ ଚାଲିଥିବା ଏହି ଯାଞ୍ଚ ପ୍ରକ୍ରିୟା କେତେ ସ୍ୱଚ୍ଛ,ନିରପେକ୍ଷ ଓ କଡ଼ାକଡ଼ି ଭାବେ ସମ୍ପନ୍ନ ହେଉଛି ଏବଂ ଏହାର ଆଧାରରେ ସରକାର କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   15-Aug-2026
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like