-+91-9937148622 |

prerana_bgr@rediffmail.com |

  Sunday 12th July 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ   (12-Jul-2026)       ||      ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ   (12-Jul-2026)       ||      ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ    (12-Jul-2026)       ||      ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ    (12-Jul-2026)       ||      ରେଟାମୁଣ୍ଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ନୂତନ କାର୍ଯ୍ୟକାରି କମିଟି ଗଠିତ ,   (12-Jul-2026)       ||      ଗୋପାଳପୁର ଆଶ୍ରମ ସ୍କୁଲରେ ୭୭ ତମ ବନ ମହୋତ୍ସବ ପାଳିତ   (12-Jul-2026)       ||      ଆକାଶବାଣୀ ବଲାଙ୍ଗୀରର ସାମୟିକ ଉଦଘୋଷକ ଶରତ କୁମାର ନନ୍ଦ ଙ୍କୁ ଅବସର ସମ୍ବର୍ଦ୍ଧନା    (12-Jul-2026)       ||      ଆଗଲପୁର ଠାରେ ବିଜେପିର ବିଏଲଓ ବୈଠକ   (12-Jul-2026)       ||      ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।   (12-Jul-2026)       ||      ସୁରେନ୍ଦ୍ର ପଟେଲଙ୍କ କୋଶଲୀ ରାମାୟଣ ଲୋକାର୍ପଣ ଏବଂ ତହଁକ୍ କୁଟୁମ୍ ର ଝକେର୍ କବିତା ଆସର୍    (12-Jul-2026)       ||      ବୁଦ୍ଧିଜୀବୀ ମାନଙ୍କର ଶାସକ ଗୋଷ୍ଠୀର ଜୟଗାନ ମନୋବୃତ୍ତି ସମାଜ କୁ ଆହୁରି ଅଧୋପତନ ଆଡକୁ ନେଇ ଯାଉଛି    (12-Jul-2026)       ||      ବୃକ୍ଷରୋପଣ ଆମରି ପଣ   (12-Jul-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରଶ୍ନୋତ୍ତର ପ୍ରତିଯୋଗିତା    (12-Jul-2026)       ||      *ଗାଁ ମୁହାଁ ଜଙ୍ଗଲୀ ଭାଲୁ.... ବୋରିପଦର ଗ୍ରାମରେ ଭାଲୁର ଆତଙ୍କ*   (12-Jul-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଙ୍କ 53 ତମ ଜନ୍ମଦିବସ ବୁର୍ଡ଼l ଡାକ ବଙ୍ଗଳା ଠାରେ ମହା ସମାରୋହରେ ପାଳିତ    (12-Jul-2026)       ||      କୁଟୁମ୍ବଡୋଲା କ୍ଲଷ୍ଟର ପକ୍ଷରୁ ସିଆଲବାହାଲି ଠାରେ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା   (12-Jul-2026)       ||      ଅଲେଖ ଧର୍ମ ବଳାମ୍ବି ସ୍ବର୍ଗତ ବିନ୍ଦୁ ବାରିକ ଙ୍କ ଅକାଳ ବିୟୋଗ, ଅଂଚଳ ରେ ଶୋକର ଛାୟା   (12-Jul-2026)       ||      ଯୁବକଙ୍କୁ ହତ୍ୟା, ପୁଲିସର ତଦନ୍ତ ଜାରି   (11-Jul-2026)       ||     

HOME   ଜିଲ୍ଲା

ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ 

08-Jul-2026




ବଲାଙ୍ଗୀର,ତା.୦୮/୦୭/୨୦୨୬:ସ୍ଥାନୀୟ ଗାନ୍ଧୀନଗର ପଡ଼ା ସ୍ଥିତ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ମିନି ଷ୍ଟାଡିୟମ ଠାରେ ୭୭ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସେଵାଶ୍ରୀ ଭୋଇ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦ୍ଘାଟନୀ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଯୋଗଦେଇ ବୃକ୍ଷ ହିଁ ଜୀବନ ର ଆଧାର ବୋଲି କହିବା ସହ ବୃକ୍ଷ କେବଳ ପରିବେଶ ର ସନ୍ତୁଳନ ରକ୍ଷା କରେ ନାହିଁ,ବରଂ ମାନବ ଜୀବନର ଅସ୍ତିତ୍ୱ ପାଇଁ ଅମୂଲ୍ୟ ସମ୍ପଦ।ପ୍ରତ୍ୟେକ ଛାତ୍ରୀ ଅନ୍ତତଃ ଗୋଟିଏ ବୃକ୍ଷ ରୋପଣ କରି ତାହାର ଯତ୍ନ ନେବାକୁ ସେ ଆହ୍ୱାନ ଦେଇଥିଲେ।ନିମନ୍ତ୍ରୀତ ଅତିଥି ଭାବେ ଟିଟିଲାଗଡ଼

ଡିଏଭି କଲେଜ ର ପୂର୍ବତନ ଅଧ୍ୟକ୍ଷ ଶିବ ବେହେରା ନିଜ ବକ୍ତବ୍ୟରେ ପ୍ରକୃତି ଓ ମାନବ ପରସ୍ପର ପରିପୂରକ ବୋଲି କହିଵା ସହ ବନ ସମ୍ପଦର ସୁରକ୍ଷା ଏବଂ ଅଧିକରୁ ଅଧିକ ବୃକ୍ଷରୋପଣ ହିଁ ଜଳବାୟୁ ପରିବର୍ତ୍ତନ,ପ୍ରଦୂଷଣ ଓ ବୈଶ୍ୱିକ ଉତ୍ତାପ ଭଳି ସମସ୍ୟା ର ଦୀର୍ଘସ୍ଥାୟୀ ସମାଧାନ ବୋଲି କହିଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର ପଣ୍ଡା ନିଜ ବକ୍ତବ୍ୟରେ ଆଜି ରୋପଣ କରାଯାଉଥିବା ପ୍ରତ୍ୟେକ ଚାରା ଆଗାମୀ ପିଢ଼ି ପାଇଁ ଏକ ଅମୂଲ୍ୟ ଉପହାର ବୋଲି କହିଥିବା ବେଳେ ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ସବୁଜ ପରିବେଶ ହିଁ ସୁସ୍ଥ ସମାଜ ଓ ସମୃଦ୍ଧ ଭବିଷ୍ୟତ ର ଆଧାର ବୋଲି କହିଥିଲେ।ଏହି ଅବସରରେ ବିଦ୍ୟାଳୟ ର ଶିକ୍ଷୟତ୍ରୀ ନୂତନ ନାୟକ,ସବିତା ମିଶ୍ର,ରଶ୍ମିତା ଦାଶ,ଯାଜ୍ଞସିନୀ ମହାପାତ୍ର,ପ୍ରିୟମ୍ବଦା ଦେବ,ସୋମନାଞ୍ଜଳି ସାହୁ,ଶିକ୍ଷକ ସୁରେଶ ବାରିକ,ରଞ୍ଜିତ ମିଶ୍ର ଓ ହରି ଖେତୀଙ୍କ ନେତୃତ୍ୱରେ ଛାତ୍ରୀମାନେ ଏକ ସଚେତନତା ରାଲି ରେ "ଗଛ ଲଗାଅ,ଜୀବନ ବଞ୍ଚାଅ",'ଆଜିର ଗଛ,ଆସନ୍ତା କାଲିର ଭବିଷ୍ୟତ', "ପ୍ରତ୍ୟେକ ଲଗାଇବା ଗୋଟିଏ ଗଛ,ସବୁଜ ହେବ ଆମ ପରିବେଶ", "ବୃକ୍ଷ ଆମର ବନ୍ଧୁ,ସୁରକ୍ଷା କରିବା ସିନ୍ଧୁ" ପରି ବିଭିନ୍ନ ପରିବେଶ ସଚେତନତାମୂଳକ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ।ଏହି ରାଲି ମାଧ୍ୟମରେ ବୃକ୍ଷରୋପଣ, ପରିବେଶ ସୁରକ୍ଷା ଏବଂ ସବୁଜ ପରିବେଶ ଗଠନ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପହଞ୍ଚା ଯାଇଥିଲା।ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରାଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯକ୍ରମରେ ଏନସିସି ର ଦ୍ଵିତୀୟ କମାଣ୍ଡିଙ୍ଗ ଅଫିସର

ସୌମ୍ୟାଶ୍ରୀ ସାହୁ,ଭାରତ ସ୍କାଉଟ ଗାଇଡ଼ ର ଗାଇଡ଼ ଶିକ୍ଷୟତ୍ରୀ ଲିଜା ସାହୁ,ଜୁନିଅର ରେଡ଼କ୍ରସ କାଉନସେଲର ଦୀପ୍ତି ବେହେରା, ଇକୋ କ୍ଲବ ଇନଚାର୍ଜ ପ୍ରଜ୍ଞା ପରମିତା ବଘାର, ସ୍ୱରଞ୍ଜିକା ରାଉତ, ରଶ୍ମିରେଖା ବାଗ ଙ୍କ ତତ୍ୱାବଧାନରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ମିନି ଷ୍ଟାଡିଅମର ଚତୁଃପାର୍ଶ୍ୱ ରେ ଆମ୍ବ,ଜାମୁ, ନିମ୍ବ, ଆତ, କରଞ୍ଜ, ବର, ପିପ୍ପଳ, ଅଁଳା,ଅମୃତ ଭଣ୍ଡା,କାଜୁ ସମେତ ବିଭିନ୍ନ କିସମର ଫଳ, ଔଷଧୀୟ ଓ ଛାୟାପ୍ରଦ  ବୃକ୍ଷର ଚାରା ରୋପଣ କରାଯାଇ ଥିଲା।ରୋପଣ କରାଯାଇଥିବା ପ୍ରତ୍ୟେକ ଚାରା ର ସୁରକ୍ଷା ଓ ନିୟମିତ ଯତ୍ନ ନେବା ପାଇଁ ଛାତ୍ରୀମାନେ ସଂକଳ୍ପ ନେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   12-Jul-2026
  ରାଜ୍ୟ  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   12-Jul-2026
  ଜିଲ୍ଲା  
କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ   12-Jul-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ   12-Jul-2026
  ଜିଲ୍ଲା  
ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   12-Jul-2026
  ଜିଲ୍ଲା  
ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ   12-Jul-2026
  ଜିଲ୍ଲା  
ରେଟାମୁଣ୍ଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ନୂତନ କାର୍ଯ୍ୟକାରି କମିଟି ଗଠିତ ,   12-Jul-2026
  ଜିଲ୍ଲା  
ଗୋପାଳପୁର ଆଶ୍ରମ ସ୍କୁଲରେ ୭୭ ତମ ବନ ମହୋତ୍ସବ ପାଳିତ   12-Jul-2026
  ଜିଲ୍ଲା  
ଆକାଶବାଣୀ ବଲାଙ୍ଗୀରର ସାମୟିକ ଉଦଘୋଷକ ଶରତ କୁମାର ନନ୍ଦ ଙ୍କୁ ଅବସର ସମ୍ବର୍ଦ୍ଧନା   12-Jul-2026
  ଜିଲ୍ଲା  
ଆଗଲପୁର ଠାରେ ବିଜେପିର ବିଏଲଓ ବୈଠକ   12-Jul-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।   12-Jul-2026
  ଜିଲ୍ଲା  
ସୁରେନ୍ଦ୍ର ପଟେଲଙ୍କ କୋଶଲୀ ରାମାୟଣ ଲୋକାର୍ପଣ ଏବଂ ତହଁକ୍ କୁଟୁମ୍ ର ଝକେର୍ କବିତା ଆସର୍   12-Jul-2026

You Might Also Like