-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
11-Jun-2026
କଟକ-(ତପନ ମହାନ୍ତି ସାମ୍ବାଦିକ) :ନୂଆବଜାର ଛକକୁ ବାରମ୍ବାର ଖୋଳି ରାସ୍ତା ନଷ୍ଟ କରୁଛି ଗେଲ୍ ଇଣ୍ଡିଆ। ଗ୍ୟାସ୍ ସଂଯୋଗୀକରଣ ଆଳରେ ବାରମ୍ବାର ରାସ୍ତା ଖୋଳି ପୂର୍ବବତ ନ ସଜାଡି ବେପରୁଆ ଢ଼ଙ୍ଗରେ ଖାଲ କରି ଛୁ’ ମାରୁଛି। ଖାଲରେ ପଡ଼ି ଅନେକ ଲୋକ ଗୁରୁତର ହୋଇଥିବା ପୂର୍ବରୁ ନଜିର ରହିଥିବା ବେଳେ କିଛି ଦିନ ତଳେ ଏକ ବାଇକି ଆରୋହି ତାର ପରିବାରକୁ ଧରି ରଜ ସାମଗ୍ରୀ କିଣିବାକୁ ଆସି ସେହି ଖାଲରେ ପଡି ଏସ୍ ସିବି ମେଡିକାଲରେ ଭର୍ତ୍ତି ହୋଇଥିଲା ବେଳେ ପୁଣି ବୁଧବାର ସନ୍ଧ୍ୟାରେ ଦୁଇଜଣ ଦୁର୍ଘଟଣା ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ୬ ମାସ ପୂର୍ବରୁ ଗେଲ୍ ଇଣ୍ଡିଆ ଏପରି ବେପରୁଆ ଡ଼ଙ୍ଗରେ ଖୋଳି ପଳାଇଥିଲା। ସିଏମସି ପକ୍ଷରୁ ରାସ୍ତା ନିର୍ମାଣ ପରେ ୫ ଦିନ ତଳେ ଛକରେ ୩ ପୁଟ ଚଉଡା ୭ ଫୁଟ ଗଭୀର ଓ ୧୨ ଫୁଟ ଲମ୍ବ ପର୍ଯ୍ୟନ୍ତ ଦୁର୍ଗା ଘର ପର୍ଯ୍ୟନ୍ତ ଗାତ ଖୋଳିଦେଇଛି। ଗେଲ୍ ଇଣ୍ଡିଆ ନୂଆବଜାର ଛକରେ ଖୋଳିଥିବା ଗାତରେ ଏକ ଲୁହା ପାଇପ୍ ରଖି ଛୁ’ ମାରିଛି। ଖାଲରୁ ପାଣି, କାଦୁଅ କାଢି ରାସ୍ତା ସାରା ଅଜାଡ଼ି ଦେଇଛି । ଫଳରେ ନୂଆବଜାର ଛକରୁ ଦୁର୍ଗା ଘର ଦେଇ ଏମ୍ଏସ୍ ଡବ୍ଲ୍ୟୁ ୨ ଡ୍ରେନ୍ ପର୍ଯ୍ୟନ୍ତ ରାସ୍ତାରେ କାଦୁଅ ପ ପଟ୍ପଚ୍ ହୋଇ ପଡ଼ିଛି। ନୂଆ ବଜାର ଆଡ଼କୁ ଯାଇଥିବା ରାସ୍ତାରେ ରେ ଯିବା ଆସିବା ଠପ୍ ହୋଇଯ ଇଯାଇଛି। ଗାଡ଼ିମଟର କାଦୁଅରେ ଖସି ଦୁର୍ଘଟଣାଗ୍ରସ୍ତ ହେଉଛି । ଉଠାଦୋକାନୀମାନେ ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି| ନୂଆବଜାର ବ୍ୟବସାୟୀମାନେ କହିଛନ୍ତି ଗେଲ୍ ଇଣ୍ଡିଆର ଏଭଳି ବେପରୁଆ ମନୋଭାବକୁ ବରଦାସ୍ତ କରାଯିବନି। ଏ ନେଇ ଆନ୍ଦୋଳନ କରିବାକୁ ସେମାନେ ଆନ୍ଦୋଳନ ଓହ୍ଲାଇବା ପାଇଁ ଚେତାବନୀ ଦେଇଥିବା ସୁଚନା