-+91-9937148622 |
prerana_bgr@rediffmail.com |
Sunday 12th July 2026 |
R.N.I. Regd No. ODIODI/2010/46693
Breaking News
10-Jun-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ) ସୋନପୁରରେ ସହରରେ ଗତ ୨୮ ତାରିଖ କାଳ ବୈଶାଖୀରେ କ୍ଷତିଗ୍ରସ୍ତ ହୋଇଥିବା ଭଙ୍ଗା ମାଟି ଓ ଟିଣ ଛପର ଘରେ ବସବାସ କରୁଥିବା ସହର ର ବିଭିନ୍ନ ୱାର୍ଡରେ ପୌର ପରିଷଦ ପକ୍ଷରୁ ପଲିଥିନ୍ ବଣ୍ଟନ କରା ଯାଇଥିବା ବେଳେ ଆଜି ସନ୍ଧ୍ୟାରେ ସୋନପୁର ପୌର ପରିଷଦର ୱାର୍ଡ ନଂ ୧୧ ବନ୍ଧପଡ଼ା ଠାରେ ପୌର ପରିଷଦ ପ୍ରଦତ୍ତ ୩୫ ଗୋଟି ପଲିଥିନ୍ ଭାଜପା ସୋନପୁର ନଗର ମଣ୍ଡଳ ଦ୍ୱାରା ବଣ୍ଟନ କରାଯାଇଛି । ବିଜେପି ମହିଳା ମୋର୍ଚ୍ଚା ନଗର ସଭାପତି ହେମଲତା ବକ୍ସି, ବୁଥ ସଭାପତି ଉତ୍ତମ ନାଏକ, ମଣ୍ଡଳ ସାଧାରଣ ସମ୍ପାଦକ ଦାଶରଥି ମେହେର, ବରିଷ୍ଠ କାର୍ଯ୍ୟକର୍ତ୍ତା ଦୀପକ ମହାପାତ୍ର ୧୧ ନମ୍ବର ୱାର୍ଡ ବସ୍ତି ଅଞ୍ଚଳକୁ ପହଞ୍ଚି କ୍ଷତି ଘଟିଥିବା ଭଙ୍ଗା ମାଟି ଘର ସବୁ ବୁଲି ଦେଖିଥିଲେ ଓ ୩୫ରୁ ଉର୍ଦ୍ଧ୍ବ ଘର କୁ ପଲିଥିନ ବଣ୍ଟନ କରିଥିଲେ ।
ଏହା ସହିତ ୱାର୍ଡ ଲୋକ ଙ୍କ ବାର୍ଦ୍ଧକ୍ୟ ଭତ୍ତା, ଆବାସ ଘର ନିର୍ମାଣ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ପୌର ପରିଷଦ ଜରିଆ ରେ ସମାଧାନ କରି ବାକୁ ପ୍ରତିଶୁତି ଦେଇଥିଲେ