-+91-9937148622 |

prerana_bgr@rediffmail.com |

  Tuesday 2nd June 2026 |

| | | |

R.N.I. Regd No. ODIODI/2010/46693

Breaking News

, କାମରେ ଲାଗୁନି ସରକାରୀ ଅର୍ଥରେ ନିର୍ମିତ ବସଷ୍ଟାଣ୍ଡ    (02-Jun-2026)       ||      ବିଶ୍ଵ କଲ୍ୟାଣାର୍ଥେ ରୁଦ୍ରାଭିସେକ ଓ ପୂଜନ    (02-Jun-2026)       ||      କଟକ-ବାରବାଟୀ ବିଧାୟିକାଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥିତି ପରଖିଲେ ଜିଲ୍ଲାପାଳ   (02-Jun-2026)       ||      ସରଗାଡ଼ ରେ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର   (01-Jun-2026)       ||      ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଉଦ୍‌ଘାଟିତ ବାଳକ ବର୍ଗରେ ବୌଦ୍ଧ ଓ ନୟାଗଡ଼, ବାଳିକା ବର୍ଗରେ ଦେବଗଡ଼ ବିଜୟୀ   (01-Jun-2026)       ||      ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (01-Jun-2026)       ||      ଏସ୍‌ଆଇଆର୍ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ତଦାରଖ କଲେ ଜିଲ୍ଲାପାଳ   (01-Jun-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଜୟନ୍ତୀ ମଞ୍ଜରୀ ରଥ ଙ୍କ ସ୍ମୃତି ସଭା   (01-Jun-2026)       ||      କଟକ ଜିଲ୍ଲାସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ ପାଳିତ   (01-Jun-2026)       ||      ଶିକ୍ଷା କ୍ଷେତ୍ରରେ ଜଣେ ଦକ୍ଷ ସଂଗଠକ ବିଇଓ ନୀଳମଣି ପଟେଲଙ୍କ ଅବସର   (01-Jun-2026)       ||      ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍)-୨୦୨୬ ପ୍ରକ୍ରିୟା ନିମନ୍ତେ ସାମ୍ବାଦିକ ସମ୍ମିଳନୀ   (01-Jun-2026)       ||      ଶିକ୍ଷା କ୍ଷେତ୍ରକୁ ବିଦାୟ ଦେଲେ ବଲାଙ୍ଗୀରର ୨୫ଜଣ କର୍ମନିଷ୍ଠ ଅଧିକାରୀ ଓ ଶିକ୍ଷାକର୍ମୀ   (01-Jun-2026)       ||      ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ   (01-Jun-2026)       ||      ଗଣ୍ଡପାଲି ରେ ବେଆଇନ କରତ କଲ  ଜବତ                        (01-Jun-2026)       ||      ସଂରକ୍ଷିତ ଜଙ୍ଗଲ କୁ ପଦା କରି ବିନା ସୂଚନା ଫଳକରେ ଜଙ୍ଗଲ ବିଭାଗର ନର୍ସରୀ ନିର୍ମାଣ କାହା ସ୍ୱାର୍ଥରେ?   (01-Jun-2026)       ||      ପଞ୍ଚମ ର ମାସନ୍ତ ସଂଗୀତ ସଂଧ୍ୟା   (01-Jun-2026)       ||      ତରଭା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୮ଟି ଦରଖାସ୍ତ ଗ୍ରହଣ   (01-Jun-2026)       ||      ଆଦର୍ଶ ଶିକ୍ଷକଙ୍କୁ ଅବସରକାଳୀନ ଭାବପୂର୍ଣ୍ଣ ବିଦାୟ   (01-Jun-2026)       ||      ଅଶୋକ ଚନ୍ଦନ ସ୍ନୁତି ସମାରୋହ ପାଳିତ   (01-Jun-2026)       ||      ଲୋକଙ୍କ ବିଶ୍ୱାସ ଜିତିଥିବା ଅତିରିକ୍ତ କମିଶନରଙ୍କୁ ଭାବବିହ୍ୱଳ ବିଦାୟୀ ସମ୍ବର୍ଦ୍ଧନା   (01-Jun-2026)       ||     

HOME   ଜିଲ୍ଲା

*ଆଦର୍ଶ ଶିକ୍ଷକଙ୍କୁ ଭାବପୂର୍ଣ୍ଣ ବିଦାୟ*

01-Jun-2026



ବରପାଲି - (ସୁଦାମ ଦୀପ )        ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମ ପଞ୍ଚାୟତର ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ଝିଲିମିଣ୍ଡାର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଧର୍ମରାଜ ପ୍ରଧାନଙ୍କର ସେବାନିବୃତ୍ତି ଉପଲକ୍ଷେ ଆୟୋଜିତ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶରେ ସମାପନ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଦସ୍ୟ, ଗ୍ରାମବାସୀ, ବୁଦ୍ଧିଜୀବୀ, ପୁରାତନ ଛାତ୍ରଛାତ୍ରୀ ଶହ ଶହ ସଂଖ୍ୟାରେ  ନିଜ ପ୍ରିୟ ଶିକ୍ଷକଙ୍କ ବିଦାୟୀ ସଭାରେ ଯୋଗଦାନ କରିଥିଲେ। ପ୍ରଥମେ ସକାଳ ୬ଟା ୩୦ ମିନିଟ୍‌ରେ ଗ୍ରାମ ପରିକ୍ରମା ଓ ଦେବଦର୍ଶନ କାର୍ଯ୍ୟକ୍ରମ ଏକ ଭାବବିହ୍ୱଳ ପରିବେଶର ସୃଷ୍ଟି କରିଥିଲା। ପରବର୍ତ୍ତୀ ସମୟରେ ଗ୍ରାମ ମଧ୍ୟରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶିଶିର କୁମାର ଭୋଇଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ସକାଳ ୮ଟା ୩୦ ମିନିଟ୍‌ରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ଭୁଏ ଯୋଗଦାନ କରିଥିବାବେଳେ ମୁଖ୍ୟ ବକ୍ତା ଭାବେ ଜାଣ୍ଡୋଲ ଉଚ୍ଚ ବିଦ୍ୟାଳୟର ସେବାନିବୃତ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋବିନ୍ଦ ତ୍ରିପାଠୀ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଝିଲିମିଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପୂଜା କୁମ୍ଭାର, ଶିକ୍ଷାବିତ୍ ଶ୍ରୀଯୁକ୍ତ ବାଳଗୋବିନ୍ଦ ବାବୁ, ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ କଷ୍ଟ ସାହୁ, ଭୂତପୂର୍ବ ସରପଞ୍ଚ ଶ୍ରୀଯୁକ୍ତ ମକରଧ୍ୱଜ ଭୋଇ, ଜିଲ୍ଲା ଜୁନିଅର ରେଡ୍ କ୍ରସ୍ ଅଫିସର ଶ୍ରୀଯୁକ୍ତ ହେମନ୍ତ କୁମାର ସାମଲ, ଜିଲ୍ଲା ସ୍କାଉଟ୍ ଟ୍ରେନିଂ କମିଶନର ଶ୍ରୀଯୁକ୍ତ ମନୋଜ କୁମାର ସାହୁ, ଜିଲ୍ଲା ସ୍କାଉଟ୍ ଅର୍ଗାନାଇଜିଙ୍ଗ  କମିଶନର ଶ୍ରୀଯୁକ୍ତ ସୁଦର୍ଶନ ମହାକୁର, ପୂର୍ବତନ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ସାହୁ , ଜିଲ୍ଲା ଜୁନିଅର ରେଡ୍ କ୍ରସ୍‌ର ବରିଷ୍ଠ ସାଧନ କର୍ମୀ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦ୍ୱାଦଶ କୁମାର ପ୍ରଧାନ ମଞ୍ଚାସୀନ ଥିଲେ।
ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ଭିମସାର, ବୁର୍ଲାର ୟୁରୋଲୋଜି ବିଭାଗର ପ୍ରଫେସର ଡାକ୍ତର ସଞ୍ଜୟ କୁମାର ମହାପାତ୍ର ନିଜ ଶିକ୍ଷକଙ୍କ ପ୍ରତି ଶ୍ରଦ୍ଧା ଓ କୃତଜ୍ଞତା ବ୍ୟକ୍ତ କରି ଅତ୍ୟନ୍ତ ମର୍ମସ୍ପର୍ଶୀ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହା ବ୍ୟତୀତ କାଦୋବାହାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ଯେଶ୍ୱାଲ, ଲସ୍ତଲା ନୋଡାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ବୈଲୋଚନ ପ୍ରଧାନ ଏବଂ ପୂର୍ବତନ ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ଦୟାନିଧି ନାୟକ ନିଜ ନିଜ ବକ୍ତବ୍ୟରେ ଶ୍ରୀ ପ୍ରଧାନଙ୍କର ବହୁମୁଖୀ ଗୁଣାବଳୀ ଓ ଅବଦାନକୁ ଉଲ୍ଲେଖ କରିଥିଲେ, ଯାହା ଉପସ୍ଥିତ ଶ୍ରୋତାମଣ୍ଡଳୀଙ୍କୁ ମୁଗ୍ଧ କରିଦେଇଥିଲା।ଜିଲ୍ଲା ସ୍କାଉଟ୍ ଗାଇଡ୍ ପରିବାର, ଜୁନିଅର ରେଡକ୍ରସ ସୋସାଇଟି,ବିଭିନ୍ନ ସାହିତ୍ଯ ସଂସଦ, ଅନୁଷ୍ଠାନ ଙ୍କ ଦ୍ବାରା ତାହାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଶ୍ରୀଯୁକ୍ତ ନିରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
, କାମରେ ଲାଗୁନି ସରକାରୀ ଅର୍ଥରେ ନିର୍ମିତ ବସଷ୍ଟାଣ୍ଡ   02-Jun-2026
  ଜିଲ୍ଲା  
ବିଶ୍ଵ କଲ୍ୟାଣାର୍ଥେ ରୁଦ୍ରାଭିସେକ ଓ ପୂଜନ   02-Jun-2026
  ଜିଲ୍ଲା  
କଟକ-ବାରବାଟୀ ବିଧାୟିକାଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥିତି ପରଖିଲେ ଜିଲ୍ଲାପାଳ   02-Jun-2026
  ଜିଲ୍ଲା  
ସରଗାଡ଼ ରେ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର   01-Jun-2026
  ଜିଲ୍ଲା  
ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଉଦ୍‌ଘାଟିତ ବାଳକ ବର୍ଗରେ ବୌଦ୍ଧ ଓ ନୟାଗଡ଼, ବାଳିକା ବର୍ଗରେ ଦେବଗଡ଼ ବିଜୟୀ   01-Jun-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   01-Jun-2026
  ଜିଲ୍ଲା  
ଏସ୍‌ଆଇଆର୍ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ତଦାରଖ କଲେ ଜିଲ୍ଲାପାଳ   01-Jun-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଜୟନ୍ତୀ ମଞ୍ଜରୀ ରଥ ଙ୍କ ସ୍ମୃତି ସଭା   01-Jun-2026
  ଜିଲ୍ଲା  
କଟକ ଜିଲ୍ଲାସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ ପାଳିତ   01-Jun-2026
  ଜିଲ୍ଲା  
ଶିକ୍ଷା କ୍ଷେତ୍ରରେ ଜଣେ ଦକ୍ଷ ସଂଗଠକ ବିଇଓ ନୀଳମଣି ପଟେଲଙ୍କ ଅବସର   01-Jun-2026
  ଜିଲ୍ଲା  
ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍)-୨୦୨୬ ପ୍ରକ୍ରିୟା ନିମନ୍ତେ ସାମ୍ବାଦିକ ସମ୍ମିଳନୀ   01-Jun-2026
  ରାଜ୍ୟ  
ଶିକ୍ଷା କ୍ଷେତ୍ରକୁ ବିଦାୟ ଦେଲେ ବଲାଙ୍ଗୀରର ୨୫ଜଣ କର୍ମନିଷ୍ଠ ଅଧିକାରୀ ଓ ଶିକ୍ଷାକର୍ମୀ   01-Jun-2026

You Might Also Like