-+91-9937148622 |
prerana_bgr@rediffmail.com |
Tuesday 2nd June 2026 |
R.N.I. Regd No. ODIODI/2010/46693
Breaking News
01-Jun-2026
କଟକ(ତପନ ମହାନ୍ତି ସାମ୍ବାଦିକ) କଟକ ପ୍ରେସ ଛକ ମାଛ ମାର୍କେଟରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ପୁରା ମାଛ ମାର୍କେଟ ଜଳିପୋଡି ଛାରଖାର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସହ ବିଡା ବିଡା ଟଙ୍କା ପୋଡି ଯାଇଥିବା ମାଛ ବ୍ୟବସାୟ କୁହନ୍ତି । ବହୁ ବିଳମ୍ବରେ ଫାୟାର ଗାଡି ପହଁଚିବାରୁ ସେତେବେଳକୁ ସବୁ ପୋଡି ପାଉଁଶ ହୋଇଯାଥିଲା ବୋଲି ସ୍ଥାନୀୟ ଲୋକ କୁହନ୍ତି । ରବିବାର ବିଳମ୍ବିତ ରାତିରେ ସଟ୍ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା ବୋଲି କୁହାଯାଉଛି । ଲକରେ ଥିବା ୨୦୦ ଟଙ୍କିଆ ୫୦୦ ଟଙ୍କିଆ ବଣ୍ଡଲ୍ ସବୁ ପୋଡି ପାଉଁଶ ହୋଇଯାଇଛି ବୋଲି କୁହନ୍ତି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲାଯେ ନିକଟରେ ଥିବା ବ୍ୟାଙ୍କ ଅନ୍ୟ ଦୋକାନ ସବୁ ପ୍ରଭାବିତ ହୋଇଛି । ଘଟଣା ସ୍ଥଳରେ ନିଆଁ ଲିଭା କାର୍ଯ୍ୟରେ ଅତ୍ୟାଧୁନିକ ରବଟ୍ ଗାଡି ପହଂଚି ନିଆଁକୁ ଆୟତ୍ତ କରିଥିଲା । ଖବର ପାଇ ମେୟର ସୁବାସ ସିଂ , ଚୌଦ୍ୱାର-କଟକ ପୂର୍ବତନ ବିଧାୟିକ ପ୍ରଭାତ ରଞ୍ଜନ ବିଶ୍ୱାଳ, ବାରବାଟୀ-କଟକ ବିଧାୟିକା ସୋଫିଆ ଫିଦୋଷ ଘଟଣା ସ୍ଥଳରେ ପହଂଚି ସ୍ଥିତି ପରଖିଥିଲେ ।