-+91-9937148622 |

prerana_bgr@rediffmail.com |

  Wednesday 21st October 2026 |

| | | |

R.N.I. Regd No. ODIODI/2010/46693

Breaking News

ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||     

HOME   ଜିଲ୍ଲା

ଗାନ୍ଧିଜୀଙ୍କ ହରିଜନ ପଦଯାତ୍ରାର ୯୨ତମ ସ୍ମୃତି ଦିବସରେ ସ୍ମାରକୀ ପଦଯାତ୍ରା ଓ ଜନସଭା l

31-May-2026



ବରୀ (ରଂଜିତ ମହାନ୍ତି )
ଜାତିର ପିତା ମହାତ୍ମା ଗାନ୍ଧୀ ୧୯୩୪ ମସିହା ମେ ମାସ ୩୦ ତାରିଖରେ ହରିଜନ ପଦଯାତ୍ରା କରି ବରୀ ଅନ୍ୟାସୀପୁରରେ ରାତ୍ର ଜାପାନ କରିଥିଲେ ଏବଂ ପରଦିନ ତା ୩୧ରିଖ ସକାଳୁ ଅରଙ୍ଗାବାଦ, ବାଗଦା, ବରୀ ମାଉଣ୍ଡ, ନୂଆଗାଁ ଆଦି ଅଞ୍ଚଳରେ ପଦଯାତ୍ରା କରି ସାହସପୁରର ଗୋବିନ୍ଦପୁର ଠାରେ ରାତ୍ରିଯାପନ କରିଥିଲେ ଏବଂ ଏହି ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ  ଆଜି ସକାଳ ୮ଘଟିକା ସମୟରେ ବରୀ ପୂଜ୍ୟ ପୂଜା ପରିଷଦର ଆବାହକ ସମାଜସେବୀ ସତ୍ୟରଞ୍ଜନ କରଙ୍କ ନେତୃତ୍ୱରେ ବରୀ ବାଗଦା ବାମନଚନ୍ଦ୍ର ଦାସଙ୍କ ଚୌପାଢୀ ଠାରୁ  ଆରମ୍ଭ କରି ସାହାସପୁ ଗୋବିନ୍ଦିପୁରର ଆମ୍ବତୋଟା ପଯ୍ୟନ୍ତ ଏକ ସ୍ମାରକୀ ପଦଯାତ୍ରା ବରୀ ପୂଜ୍ୟ ପୂଜା ପରିଷଦ ଦ୍ୱାରା ଆୟୋଜନ କରିବା ସହ ପଦଯାତ୍ରା କରିଥିଲେ l ଉକ୍ତ ପଦଯାତ୍ରା ପୂର୍ବରୁ ଚଳିତ ମାଟ୍ରିକ ପରୀକ୍ଷାରେ ଯାଜପୁର ଜିଲ୍ଲାର ଶ୍ରେଷ୍ଠ ଛାତ୍ର ଶୁଭମ ସାହୁ ଓ ବରୀ ବ୍ଲକର ଗ୍ରେଡ଼ ରଖିଥିବା ଛାତ୍ର ଛାତ୍ରୀ ବିଦୁସ୍ମିତା ସ୍ୱାଇଁ, ବିଶ୍ଵମୋହିତ ସାହୁ, ମଧୁସ୍ମିତା ସାହୁ, ଅମ୍ରିତା ମଲ୍ଲିକଙ୍କ ସହ +୨କଳାରେ ବରୀ ବ୍ଲକର ଶ୍ରେଷ୍ଠ ଛାତ୍ରୀ ଗୁଡୁଲୀ ସାହୁଙ୍କୁ ବରୀ ପୂଜ୍ୟପୂଜା ପରିଷଦ ପକ୍ଷରୁ ମାନପତ୍ର ଉତ୍ତରୀୟ ଓ ସ୍ମୁତି ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ l ସମାଜସେବୀ କୁଳମଣି ଶୁକ୍ଳ ଓ ଗ୍ଲୋବାଲ ପିସ ଫାଉଣ୍ଡେସନର ଅଧ୍ୟକ୍ଷ୍ୟ ଡାକ୍ତର ରାଜ କିଶୋର ପଣ୍ଡା ଉକ୍ତ ପଦଯାତ୍ରାକୁ ଉଦଘାଟନ କରିଥିଲେ l ବରିଷ୍ଠ ଗାନ୍ଧିଆନ ପ୍ରହ୍ଲାଦ ସିଂ, କୃଷକନେତା ଶେଷଦେବ ନନ୍ଦ, ଅହିଂସାବିଚାର ଫାଉଣ୍ଡେସନ ଶ୍ରୀ ସୋମ, ବିକ୍ରମ ମହାପାତ୍ର ସୀତାକାନ୍ତ ପଣ୍ଡା, ମହେଶ୍ୱର ପଲାଇ, ପ୍ରଶାନ୍ତ ବେହୁରିଆ,ଶରତ ଜେନା, ସାବିତ୍ରୀ ଦାଶ, ପଦନ କର, ଡ଼ ନୃସିଂହ ବେହେରା, ବ୍ରହ୍ମାନନ୍ଦ କର,  ସ୍ନେହଲତା ଧଳ, ଅନିରୁଦ୍ଧ ମଲ୍ଲ, ମକରଧ୍ୱଜ ସାହୁ, ସରୋଜ ଦାଶ, ଚିତ୍ତରଞ୍ଜନ କର, ବୈଷ୍ଣବ ଚରଣ ଦାସ, ଚୈତନ୍ୟ ଚରଣ ଶାନ୍ତି, ଅଜୟ ରଥ, ବିବେକାନନ୍ଦ ନାଥ ପ୍ରମୁଖ ପଦଯାତ୍ରା ରେ ଯୋଗଦେଇଥିଲେ l ବହୁ ସାମାଜିବ ଅନୁଷ୍ଠାନର କର୍ମକର୍ତ୍ତା ମାନେ ବିଭିନ୍ନ ଛକ ବଜାରରେ ପଦଯାତ୍ରାକୁ ସ୍ୱାଗତ କରିଥିବା ବେଳେ ସାହାସପୁର ପଂଚାୟତର ବୁଦ୍ଧିଜୀବୀ, ସମାଜସେବୀ, କୃଷକ ପ୍ରତିନିଧି ଏବଂ ଯୁବଗୋଷ୍ଠୀ ମାନେ ପଦଯାତ୍ରାକୁ ସ୍ୱାଗତ କରିବା ସହ ଏକ ସାଧାରଣ ସଭାର ଆୟୋଜନ କରିଥିଲେ l ଉକ୍ତ ସଭାରେ ଯୁବ ସମାଜସେବୀ ସତ୍ୟରଞ୍ଜନ କରଙ୍କ ସଭାପତିତ୍ବ ସଭାରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଗାନ୍ଧିଆନ ପ୍ରହ୍ଲାଦ ସିଂ, ମୁଖ୍ୟ ବକ୍ତା ଭାବେ କୃଷକନେତା ଶେଷଦେବ ନନ୍ଦ, ସମ୍ମାନିତ ଅତିଥି ଭାବେ ଅହିଂସାବିଚାର ଫାଉଣ୍ଡେସନ ଶ୍ରୀ ସୋମ, ବିକ୍ରମ ମହାପାତ୍ର ପ୍ରମୁଖ ଯୋଗ ଦେଇ ଗାନ୍ଧିଜୀଙ୍କ ହରିଜନ ପଦଯାତ୍ରାର ଆଭିମୁଖ୍ୟ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ l ଉକ୍ତ ସଭାରେ ଅତିଥି ମାନଙ୍କୁ ପରିଷଦ ପକ୍ଷରୁ ଖଦିବସ୍ତ୍ର ଦେଇ ସ୍ୱାଗତ କରିଥିଲା ବେଳେ ବାବୁଲି ରାଉତ ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ କୈବଲ୍ୟ ସାହୁ ସ୍ୱାଗତ ଅଭିଭାଷଣ ଦେଇଥିଲେ l ତୁଷାର ପ୍ରସାଦ ଅତିଥି ପରିଚୟ ଦେଇଥିବା ବେଳେ ଅମରେଶ ମିଶ୍ର ଧନ୍ୟବାଦ ଦେଥିଲେ l ଗାନ୍ଧିଜୀଙ୍କ ବିଚାରରେ ସ୍ଵାଧୀନ ଭାରତର ଏକ ନମ୍ବର ଭଲ କାମ "ନିଶା ନିବାରଣ" କାର୍ଯ୍ୟ ଟିକୁ ହାତକୁ ନେବାକୁ ମିଳିତ ଆହ୍ବାନ କରାଯାଇଥିଲା l ଉପସ୍ଥିତ ବହୁ ଚିନ୍ତାଶୀଳ ନାଗରିକମାନେ ତାଙ୍କର ସହମତି ପ୍ରକାଶ କରିଥିଲେ ଏବଂ କେବଳ ସ୍ମୃତି ଚାରଣ ନକରି ଗାନ୍ଧିଜୀ ଙ୍କ ପ୍ରବର୍ତ୍ତିତ ଅସ୍ପୃଶ୍ୟତା ମୁକ୍ତ, ନିଶା ଓ ହିଂସା ମୁକ୍ତ ସମାଜ ନିର୍ମାଣ ଦିଗରେ ବ୍ରତୀ ହେବାପାଇଁ ମିଳିତ ସଂକଳ୍ପ ଗ୍ରହଣ କରୁଥିଲେ l ଆଗାମୀ ଦିନରେ ଘୋଷିତ ସମସ୍ତ କାର୍ଯ୍ୟକ୍ରମ ରେ ନିଜ ନିଜର ସାମର୍ଥ୍ୟ ଅନୁଯାୟୀ ପୂର୍ଣ୍ଣ ପ୍ରାଣରେ ସହଯୋଗ କରିବାକୁ ଉପସ୍ଥିତ ଜନସାଧାରଣ ପ୍ରତିଶ୍ରୁତି ଦେଇ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   20-Oct-2026
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   20-Oct-2026
  ରାଜ୍ୟ  
ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   20-Oct-2026
  ଜିଲ୍ଲା  
ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   20-Oct-2026
  ଜିଲ୍ଲା  
ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   20-Oct-2026
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026

You Might Also Like