-+91-9937148622 |
prerana_bgr@rediffmail.com |
Friday 29th May 2026 |
R.N.I. Regd No. ODIODI/2010/46693
Breaking News
28-May-2026
କଟକ (ତପନ ମହାନ୍ତି):୨୮.୦୫/- ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର କମି ଚାଲିଥିଲା ବେଳେ କେନ୍ଦ୍ର ବିଜେପି ସରକାର ଗତ ୧୦ ଦିନ ମଧ୍ୟରେ ଚାରି ଥର ପେଟ୍ରୋଲ, ଡିଜେଲ ଓ ସିଏନଜି ର ଦର ବୃଦ୍ଧି କରିଛନ୍ତି। ରୁଷ ଓ ଇରାନ ଭାରତୀୟ ଟଙ୍କା ବିନିମୟରେ କମ୍ ଦରରେ ଆବଶ୍ୟକ ପରିମାଣର ଅଶୋଧିତ ତେଲ ଭାରତକୁ ଯୋଗାଇବ ବୋଲି ଘୋଷଣା କରିବା ସତ୍ତ୍ୱେ କେନ୍ଦ୍ର ବିଜେପି ସରକାର ଚଢ଼ା ଦରରେ ଅମେରିକା ଠାରୁ ଅଶୋଧିତ ତେଲ କିଣୁଛନ୍ତି। ରାଜ୍ୟ ବିଜେପି ସରକାର ମଧ୍ୟ ଭାଟ ହ୍ରାସକରି ସାଧାରଣ ଗ୍ରାହକଙ୍କୁ ମୂଲ୍ୟ ବୃଦ୍ଧିରୁ ରିହାତି ଦେଉନାହାନ୍ତି। ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଫଳରେ ଖାଦ୍ୟ ସାମଗ୍ରୀ ସମେତ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ହେଉଚି। ଅନ୍ୟ ଦିଗରେ ଉତ୍କଟ ବେକାରୀ, ଛଟେଇ, ବର୍ଷ ବର୍ଷ ଧରି ଦରମା ବୃଦ୍ଧି ନହେବା, ଫସଲର ଅଭାବୀ ବିକ୍ରି ଇତ୍ୟାଦି ଫଳରେ ସାଧାରଣ ଲୋକଙ୍କ କ୍ରୟ କ୍ଷମତା ହ୍ରାସ ପାଉଛି। ଏହିଭଳି ପରିସ୍ଥିତିରେ ଦରବୃଦ୍ଧି ସାଧାରଣ ଲୋକଙ୍କୁ ଅକଥନୀୟ ଦୁର୍ଦ୍ଦଶା ମଧ୍ୟରେ ନିକ୍ଷେପ କରିଚି। ପେଟ୍ରୋଲ ଡିଜେଲ ର ବର୍ଦ୍ଧିତ ଦର ହ୍ରାସ କରିବା ଓ ଆମେରିକା ପରିବର୍ତ୍ତେ ଅନ୍ୟ ଦେଶରୁ ଅଶୋଧିତ ତେଲ ଖରିଦ କରିବା ଦାବିରେ ଆଜି ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) କଟକ ଜିଲ୍ଲା କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ସମ୍ପାଦକ ବିଶ୍ୱାବସୁ ଦାସ ଙ୍କ ନେତୃତ୍ୱରେ ଅନୁଷ୍ଟିତ ଏହି ବିକ୍ଷୋଭରେ ଖଗେଶ୍ବର ସେଠୀ, ରାଜକିଶୋର ମଲ୍ଲିକ, ବବି ବଳବନ୍ତରାୟ ବସନ୍ତ ନାୟକ, ଦୀପକ ଦାସ, ସୌଭାଗ୍ୟ ସାମଲ, ଇଶା ଧର, ଶିବାନୀ ସାହୁ, ପ୍ୟାଭେଲ ପ୍ରିୟଦର୍ଶନ, ଭାଗ୍ୟଶ୍ରୀ ପ୍ରଧାନ, ଜ୍ୟୋତ୍ସ୍ନା ଦାସ, ସ୍ୱାଧିନୀ ବେହେରା, ଅକ୍ଷୟ ରାଉଳ, ପ୍ରତାପ ମିଶ୍ର , ଝରଣା ଦାସ, ପ୍ରମୁଖ ନେତୃତ୍ୱ ନେଇଥିଲେ।