-+91-9937148622 |
prerana_bgr@rediffmail.com |
Friday 29th May 2026 |
R.N.I. Regd No. ODIODI/2010/46693
Breaking News
27-May-2026
କଣ୍ଟାମାଳ(ଜୟ କୁମାର ମହାରଣା): ଖୁବଶୀଘ୍ର ନିଗମ ଓ ବୋର୍ଡ ରେ ନିଯୁକ୍ତି l ବୋର୍ଡ ନିଗମରେ ନେତାଙ୍କୁ ଥଇଥାନ ପାଇଁ ଆରମ୍ଭ ହୋଇ ଯାଇଛି କସରତ l ପିଏସୟୁ କୁ ତଥ୍ୟ ମାଗିଲେ ସରକାର l ରାଜ୍ୟ ସରକାର ଙ୍କ ସମସ୍ତ ୪୪ଟି ସରକାରୀ ଉଦ୍ୟୋଗ (ପିଏସୟୁ )କୁ ନିର୍ଦ୍ଧାରିତ ଫର୍ମାଟ ରେ ତଥ୍ୟ ମଗା ଯାଇଛି l ସାଧାରଣ ପ୍ରଶାସନ ବିଭାଗର ଚିଠି ଅନୁସାରେ ୨୦୨୪ଜୁନ ୧୨ରୁ ୨୦୨୬ଏପ୍ରିଲ ୩୦ତାରିଖ ମଧ୍ୟରେ କେଉଁ ପିଏସୟୁ କେତେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ଓ ଆଗାମୀ ଜୁନ ୩୦ତାରିଖ ସୁଦ୍ଧା କେଉଁ ସବୁ ପଦବୀରେ ନିଯୁକ୍ତି ଦିଆଯିବ l ଆଗାମୀ ଦିନରେ ଆଉ କେତେ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି ସେସବୁର ସମ୍ପୂର୍ଣ ରିପୋର୍ଟ ନିର୍ଧାରିତ ଫର୍ମାଟ ରେ ବିଭାଗ କୁ ଇ -ମେଲ ରେ ଦେବାକୁ କୁହା ଯାଇଛି l କେବଳ ସେତିକି ନୁହେଁ ପି ଏସ ୟୁ ରେ ଖାଲି ପଡି ଥିବା ପଦବୀ ଓ ମୋଟ କର୍ମଚାରି ଙ୍କ ସଂଖ୍ୟା ମଧ୍ୟ ମଗା ଯାଇଛି l ବିଭିନ୍ନ ଜିଲ୍ଲାରେ ଏସଡ଼ିସି ର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସରକାରୀ ଓକିଲ, ଭିଜଲାନ୍ସ କମିଟି ଅଧକ୍ଷ, ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧକ୍ଷ, ସଦସ୍ୟ, ସଦସ୍ୟା ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର l ଖୁବ ଶିଘ୍ର ନିଗମ ଓ ବୋର୍ଡ ଗୁଡିକର ପୁନର୍ଗଠନ ସହ ଖାଲି ପଦବୀ ପୂରଣ ହେବାକୁ ଯାଉଛି ବୋଲି କିଛି ଦିନ ପୂର୍ବରୁ ସାମ୍ବାଦିକ ମାନଙ୍କୁ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସାଂସଦ ମନମୋହନ ସାମଲ ସୂଚନା ଦେବାପରେ ଏ ନେଇ ବୌଦ୍ଧ ଜିଲ୍ଲାରେ ନିଗମ ଲଡ଼ୁ କାହା ଭାଗରେ ପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି lବିଜେପି ର ବରିଷ୍ଟ ନେତା ମାନଙ୍କ ମଧ୍ୟରୁ ନବୀନ କୁମାର ମହାପାତ୍ର,ସୁଶାନ୍ତ କୁମାର ପ୍ରଧାନ,ଯୁଗଳ କିଶୋର ସାମଲ,ମାଗୁଣି ଗାଈଗୋଉରିଆ, ସୁଶାନ୍ତ ପ୍ରଧାନ (କାଇଁଚ ଭାଇ )ସଚିତାନନ୍ଦ ଦଲାଲ,ସୂର୍ଯ୍ୟ କୁମାର ମହାପାତ୍ର,ମନରଞ୍ଜନ ଦାସ, ପ୍ରେମାନଦ ମିଶ୍ର,ଶେଷ କୁମାର ମେହେର, ପ୍ରିୟ ଦର୍ଷି ପ୍ରତ୍ୟୁଷ ରଥ(ବବି ରଥ), ଗୋପାଳ ପୁରୋହିତ, ଓମ ପ୍ରକାଶ ମିଶ୍ର ପ୍ରମୁଖ ଆଶାୟୀ ଥିବା ବେଳେ କାହା ଭାଗରେ ନିଗମ ଲଡ଼ୁ ପଡିବ ବୋଲି ଜନସାଧାରଣରେ ଆଲୋଚନା ହେଉଛି l ବୌଦ୍ଧ ଜିଲ୍ଲା ରେ ଦୁଇଟି ବିଜେପି ଦଳର ବିଧାୟକ ଥିବା ବେଳେ କନ୍ଧମାଳ ସାଂସଦ ମଧ୍ୟ ବିଜେପି ଦଳର l କଣ୍ଟାମାଳ ବିଧାନସଭା ଅଂଚଳର ବିଜେପିର ବରିଷ୍ଠ ନେତା ନବୀନ କୁମାର ମହାପାତ୍ର, ଶେଷଦେବ ମେହେର,ପ୍ରିୟଦର୍ଶି ପ୍ରତ୍ୟୁଷ ରଥ ଗୋପାଳ ପୁରୋହିତ ନିଗମ ଲଡ଼ୁ ପାଇଁ ଆଶାୟୀ ଥିବାବେଳେ ଦଳ ତଥା ସରକାର ବରିଷ୍ଟତା ଭିତରେ ଗୁରୁତ୍ୱ ଦେଲେ ନବୀନ ମହାପାତ୍ର, ଗୋପାଳ ପୁରୋହିତ ଆଗରେ ଥିବା ବେଳେ ଜଦି ନୁଆଁ କରି ନିର୍ବାଚନ ପୂର୍ବରୁ ଦଳରେ ସାମିଲ ହେଇଥିବା ନେତା ମାନଙ୍କୁ ଗୁରୁତ୍ୱ ଦିଏ ତାହେଲେ ଶେଷକୁମାର ମେହେର ଓ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ ଭାଗ୍ୟରେ ନିଗମ ଲଡ଼ୁ ପଡିପାରେ ବୋଲି ସାଧାରଣ ରେ ଆଲୋଚନା ହେଉଛି l ସେପଟେ ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀରେ ଦେଖିବାକୁ ଗଲେ ସୁଶାନ୍ତ ପ୍ରଧାନ (କାଇଁଚ ଭାଇ ), ସୁଶାନ୍ତ ପ୍ରଧାନ,ମନରଞ୍ଜନ ଦାସ, ମାଗୁଣି ଗାଇଗୌ ରିଆ, ସଚ୍ଚିଦାନନ୍ଦ ଦଲାଲ, ସୂର୍ଯ୍ୟ କୁମାର ମହାପାତ୍ର ପ୍ରେମାନନ୍ଦ ମିଶ୍ର,ଯୁଗଳ କିଶୋର ସାମଲ ନିଗମ ଲଡ଼ୁ ପାଇଁ ଦୌଡ ରେ ଅଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛିl ବୌଦ୍ଧ ବିଧାନସଭା ରେ ଯାଉଥିବା ସୁଶାନ୍ତ ପ୍ରଧାନ (କାଇଁଚ ଭାଇ )ଯୁଗଳ ସାମଲ ଓ ସୁଶାନ୍ତ ପ୍ରଧାନ ଦୌଡରେ ଆଗରେ ଥିବା ସାଧାରଣ ରେ ଆଲୋଚନା ହେଉଛି l ଜିଲ୍ଲାକୁ ଯଦି ଦୁଇଟି ନିଗମ ସିଟ ଭାଗ ପଡେ ତାହେଲେ ଯୁଗଳ କିଶୋର ସାମଲ ଓ ସୁଶାନ୍ତ ପ୍ରଧାନ ଆଗରେ ରହି ଥିବା ସାଧାରଣରେ ଚର୍ଚ୍ଚା ହେଉଛି, କାରଣ ଯୁଗଳ କିଶୋର ସାମଲ ଏବେ କନ୍ଧମାଳ ସାଂସଦ ଙ୍କ ବୌଦ୍ଧ ଜିଲ୍ଲା ପ୍ରତିନିଧି ଥିବାବେଳେ ବୌଦ୍ଧ ଓ କଣ୍ଟାମାଳ ବିଧାୟକଙ୍କ ଆଶୀର୍ବାଦ ଥିବା ସାଧାରଣରେ ଚର୍ଚ୍ଚା ହେଉଛି l ସେହିପରି ବୌଦ୍ଧ ବିଧାନସଭା ଅଂଚଳରେ ଦଳୀୟ ସଂଘଠନକୁ ଆଗେଇ ନେବାରେ ସୁଶାନ୍ତ ପ୍ରଧାନଙ୍କ ଭୂମିକା ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି ଓ ତାଙ୍କ ସାନଭାଇ ହେଉଛନ୍ତି ବୌଦ୍ଧ ବିଧାୟକ ଓ କନ୍ଧମାଳ ସାଂସଦ ଙ୍କ ମଧ୍ୟ ଆଶୀର୍ବାଦ ଅଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l ବାକି ରହିଲା ବୌଦ୍ଧ ଜିଲ୍ଲା କୁ ନିଗମ ଲଡ଼ୁ ମିଳୁଛି କି ନାହିଁ ଆଶା ଆଶଙ୍କାରେ ଆଶାୟୀ l