-+91-9937148622 |

prerana_bgr@rediffmail.com |

  Monday 2nd November 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   (01-Nov-2026)       ||      *ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   (01-Nov-2026)       ||      ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ    (01-Nov-2026)       ||      ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   (01-Nov-2026)       ||      ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ    (01-Nov-2026)       ||      ୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   (01-Nov-2026)       ||      ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   (01-Nov-2026)       ||      “୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   (01-Nov-2026)       ||      ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||     

HOME   ଜିଲ୍ଲା

ପ୍ରେମ ସପ୍ତାହରେ ପ୍ରତାରଣାର କାହାଣୀ : ପ୍ରେମିକକୁ ପାଇବା ଜିଦ୍‌ରେ ଘର ଆଗରେ ଧାରଣା ଦେଲେ ଯୁବତୀ, ଅଖିଆ ଅପିଆ ବସି ରହିଛନ୍ତି…

08-Feb-2021



ଭୋଗରାଇ, (ପ୍ରେରଣା ଖବର ବ୍ୟୁରୋ): ଚାଲିଛି ପ୍ରେମ ସପ୍ତାହ । ପ୍ରେମୀ ଯୁଗଳମାନେ ଏହି ସପ୍ତାହକୁ ଅତି ଆନନ୍ଦରେ ପାଳନ କରୁଛନ୍ତି । କିଏ ଗୋଲପ ଦେଉଛି ତ କିଏ ଚକୋଲେଟ୍ ଦେଇ ମନର କଥା କହୁଛନ୍ତି । ପ୍ରେମ ନିବେଦନ ମଧ୍ୟ କରୁଛନ୍ତି । ସବୁଦିନ ସାଥି ହୋଇ ଗୋଟିଏ ରାସ୍ତାରେ ହାତ ଧରାଧରି ହୋଇ ପଥିକ ହେବେ ବୋଲି କଥା ଦେଉଛନ୍ତି । ଏହି ସମୟରେ କିନ୍ତୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ନୂଆଗାଁରେ କିଛି ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରେମିକକୁ ପାଇବା ପାଇଁ ଜିଦ୍ ଧରି ବସିଛି ପ୍ରେମିକା । ପ୍ରେମିକର ଘର ଆଗରେ ଦେଇଛି ଧାରଣା ।

ସୂଚନାନୁସାରେ,  ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ଜଣେ ଯୁବକଙ୍କର ଜଗତିପୁର ପଞ୍ଚୟତର ଅଣ ଦେଉଳା ଗ୍ରାମର ଜଣେ ଯୁବତୀଙ୍କ ସହ ବନ୍ଧୁତା ହୋଇଥିଲା । ଫେସବୁକରେ ଆରମ୍ଭ ହୋଇଥିବା ଏହି ବନ୍ଧୁତା ଧିରେ ଧିରେ ପ୍ରେମର ରୂପ ନେଇଥିଲା । ଏହାପରେ ଏହା ଗଭୀର ହେବାରେ ଲାଗିଥିଲା । ଧିରେ ଧିରେ ଅନ୍ତରଙ୍ଗତା ଏତେ ବୃଦ୍ଧି ପାଇଥିଲା ଯେ ଉଭୟ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ପ୍ରେମିକାକୁ ବାହା ହେବ ବୋଲି କଥା ଦେଇଥିଲା ପ୍ରେମିକ । ଦୀର୍ଘ ୨ ବର୍ଷ ଧରି ରହିଥିବା ଏହି ସମ୍ପର୍କ ବିଗିଡିବାରେ ଲାଗିଲା ।  ଯୁବତୀ ଜଣଙ୍କ ବିବାହ ପାଇଁ ଜିଦ୍ କରିଥିଲେ । କିନ୍ତୁ ଏଥିରେ ପ୍ରେମିକ ଜଣଙ୍କ ଅରାଜି ଥିଲେ । ବାହା ହୋଇପାରିବ ନାହିଁ ବୋଲି ରୋକ୍‌ଠୋକ୍ ଶୁଣାଇଦେଲା । ଧିରେ ଧିରେ କଥାବାର୍ତ୍ତା ବି ବନ୍ଦ କରିଦେଲା । କିନ୍ତୁ ପ୍ରେମିକକୁ ପାଇଦା ଜିଦ୍ ଛାଡିନଥିଲେ ପ୍ରେମିକା । ଶେଷରେ କିଛି ଉପାୟ ନପାଇ ପ୍ରେମିକର ଘର ଆଗରେ ଧାରଣାରେ ବସିଲେ ।

ପ୍ରେମ ଓ ପ୍ରେମିକକୁ ପାଇବା ପାଇଁ  ରାତିସାରା ନଖାଇ ନପିଇ ଯୁବକଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି ଯୁବତୀ । ତେବେ ପ୍ରେମିକ ଜଣଙ୍କ ଘରୁ ଫେରାର ହୋଇଯାଇଥିବା ଜଣାପଡିଛି । ଶେଷରେ ନ୍ୟାୟ ନପାଇ ବାଲିଆପାଳ ଥାନାରେ ଫୋନ୍ ଯୋଗେ ଅଭିଯୋଗ କରିଛନ୍ତି ଯୁବତୀ । ତେବେ ପ୍ରେମିକକୁ ନପାଇବା ଯାଏଁ ସେ ଧାରଣାରୁ ହଟିବେ ନାହିଁ ବୋଲି ଯୁବତୀ କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   01-Nov-2026
  ଜିଲ୍ଲା  
*ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   01-Nov-2026
  ଜିଲ୍ଲା  
ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ   01-Nov-2026
  ଜିଲ୍ଲା  
ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   01-Nov-2026
  ଜିଲ୍ଲା  
ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ   01-Nov-2026
  ଜିଲ୍ଲା  
୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   01-Nov-2026
  ଜିଲ୍ଲା  
“୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   01-Nov-2026
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026

You Might Also Like