-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
20-May-2026
ବଲାଙ୍ଗୀର(ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ଅଂଚଳରୁ ଉଭୟ ବଲାଙ୍ଗୀର-ସୁବର୍ଣ୍ଣପୁର ଜିଲ୍ଲା କୁ ଗମନାଗମନ ରେ ଯୋଡି ବାକୁ କୁଟାସିଂହା-କପାଶିରା ମଧ୍ୟରେ ପ୍ରବାହିତ ଅଙ୍ଗନଦୀ ଉପରେ ଏକ ସୁଉଚ୍ଚ ସେତୁ ନିର୍ମାଣ କାମ ୨୦୧୯ ରେ ଆରମ୍ଭ ହୋଇଥିଲା।ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ନିର୍ମାଣକାରି ସଂସ୍ଥା ଆଶୀର୍ବାଦ କନଷ୍ଟ୍ରାକସନ ନିର୍ମାଣ କାମ କରୁଥିଲା ଏବଂ ୩-୩-୨୦୨୪ରେ କାଯ୍ୟ ଶେଷ କରିବାକୁ ସୂଚନା ଫଳକ ରେ ଉଲ୍ଲେଖ ରହିଥିଲା | ହେଲେ ୬ମାସ ପୂର୍ଵରୁ ଗତ ୨୦୨୩ ଅଗଷ୍ଟ ମାସରୁ ସମ୍ପୃକ୍ତ ଠିକାଦାର ନିର୍ମାଣ କାମ ଅସମ୍ପୂର୍ଣ କରି କୌଣସି କାରଣରୁ ଛୁ ମାରିଛି | ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଏନେଇ ଠିକାଦାରଙ୍କ ସହ ଯୋଗାଯୋଗ କରାଯିବାରୁ ତାଙ୍କ ଫୋନ ଲାଗୁନାହିଁ | ଏଠାରେ ସୂଚନାଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲର ଉପାନ୍ତ ଅଞ୍ଚଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ,ବିଭାଗୀୟ କର୍ତ୍ତୃପକ୍ଷ ଓ ନିର୍ବାଚିତ ଲୋକ ପ୍ରତିନିଧି ଦୃଷ୍ଟି ଦେଉ ନଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ନଦୀ ଉପରେ ସେତୁ କାମ ପ୍ରାୟ ସରି ଯାଇଥିଲେ ହେଁ ସେତୁ ସଂଲଘ୍ନ ଉଭୟ ପାର୍ଶ୍ୱ ରାସ୍ତା କାମ ବାକି ରହିଛି।ଏନେଇ ବିଭିନ୍ନ ଖବରକାଗଜରେ ଖବର ମଧ୍ୟ ପ୍ରକାଶିତ ହୋଇଛି। ଏହି ବ୍ରିଜ ସମ୍ପୂର୍ଣ୍ଣ ହେଲେ ବଲାଙ୍ଗୀର ସୋନପୁର ଜିଲ୍ଲାର ଜନସାଧାରଣ ଉପକୃତ ହେବେ। ବିଶେଷ କରି ସଲେଭଟା, ପଟୁଆପାଲି, ଜୋଗିସର୍ଡା,ବାଦିବା ହାଲ, ମୂର୍ସୁନ୍ଧି ,କପଶିରା,ଜୁଲୁଣ୍ଡା, ଲଛିପୂର୍, ଦିଗ୍ସିରା ଗ୍ରାମ ପଞ୍ଚାୟତ ଏବଂ ଆଗଲପୁର ବ୍ଲକ୍, ଲୋଇସିଂହା ବ୍ଲକ, ସୋନେପୁର ବ୍ଲକ୍,ବିନିକା ବ୍ଲକ୍,ଡୁଙ୍ଗୁରିପାଲି ବ୍ଲକ ବଲାଙ୍ଗୀର ଓ ସୋନପୁର ବ୍ଲକକୁ ସିଧାସଳଖ ଭାବେ ସ୍ଥାନୀୟ ଲୋକଙ୍କ ଗମନାଗମନରେ ସୁବିଧା ହେବ।ଏ ଅଞ୍ଚଳର ଜଣ ସାଧାରଣ,ବୁଦ୍ଧିଜୀବୀ କହିବା ଅନୁସାରେ ଏନେଇ ବହୁବାର ସ୍ଥାନୀୟ ଜନପ୍ରତିନିଧି, ଲୋଇସିଂହା ବିଧାୟକ, ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳି ପାରୁନାହିଁ | ଏଇ କିଛି ଦିନ ପରେ କାମ ଆରମ୍ଭ ହୋଇ ଯିବ ବୋଲି କହି ଭୁଆଁ ବୁଲାଉଛନ୍ତି | ଫଳରେ ଲୋକଙ୍କ ମଧ୍ୟ୍ୟରେ ଦିନକୁ ଦିନ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ବର୍ତ୍ତମାନ ସୁଦ୍ଧା ୱାର୍କ ବିଭାଗ ତରଫରୁ ଟେଣ୍ଡର ପ୍ରକ୍ରିୟା ପାଇଁ ଡିପିଆର ମଧ୍ୟ ହୋଇନାହିଁ। ଅଧୁରା ରହି ଯିବ କି ଅଙ୍ଗନଦୀ ସେତୁ ବୋଲି ଲୋକଙ୍କ ମଧ୍ୟ୍ୟରେ ଆଶଙ୍କା ରହିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ, ଜିଲ୍ଲପାଳ, ବିଭାଗୀୟ ଅଧିକାରୀ ଦୃଷ୍ଟିଦେଇ ସେତୁ ସମ୍ପୂର୍ଣ କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି |