-+91-9937148622 |

prerana_bgr@rediffmail.com |

  Friday 30th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||      ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||     

HOME   ରାଜ୍ୟ

ପଶ୍ଚିମ ଓଡ଼ିଶାରେ ବେଲଗାମ୍ ଆନ୍ତଃଜିଲ୍ଲା ଜିଏସଟି ଠକେଇ♦️ ସଇଁତଳାରେ ରାସ୍ତା ଉପରେ ଗାଡି ଚପାଇ ହତ୍ୟାଉଦ୍ୟମ ପୁଲିସର ଅଧାପନ୍ତରିଆ ବିଳମ୍ବିତ ତଦନ୍ତ ?

16-Apr-2026



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ପଶ୍ଚିମଓଡିଶାର ବଲାଙ୍ଗୀର, କଳାହାଣ୍ଡି ଓ ବରଗଡ ଆଦି ଜିଲ୍ଲାରେ ସକ୍ରିୟ ଥିବା ଏକ ଜାଲ୍ ଜିଏସଟି ବିଲ୍ ରାକେଟ୍ ବଲାଙ୍ଗୀର ଜିଲ୍ଲାର ସଇଁତଳାରୁ ବ୍ଯାପିଥିବା ଅଭିଯୋଗ ହେଉଛି। ଏଠାକାର ନବୀନଛକରେ ଏକ ହୋଣ୍ଡା ସୋ' ରୁମ୍ ଦେଇଥିବା ଜଣେ ସ୍ଥାନୀୟ ବ୍ୟବସାୟୀ ସୁନୀଲ ଅଗ୍ରୱାଲଙ୍କ ସାନପୁଅ ତିନିଶ ଅଗ୍ରୱାଲଙ୍କୁ ସେ ତାଙ୍କ ସୋ'ରୁମ୍ ସାମ୍ନାରେ ଠିଆ ହୋଇ ଥିବା ବେଳେ ଗତ ୧୦ ତାରିଖରେ ଏକ ଧଳାରଙ୍ଗର କାର୍ ଦ୍ରୁତଗତିରେ ବଲାଙ୍ଗୀର ପଟୁ ଆସି ସିଧା ଧକ୍କା ଦେଇଥିଲା। ପରେ ଏହି କାର୍ ଟି ବରଗଡ ଜିଲ୍ଲାର ପାଇକମାଳର ଜଣେ

ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲଙ୍କର ଓ ତାହାକୁ ଠିକାଦାର ଥିବା ତାଙ୍କ ପୁଅ ରୋହିତ ଅଗ୍ରୱାଲ ଚଳାଇ ଏହି ଦୁର୍ଘଟଣା ଘଟାଇଥିବା ଓ ଏହା ଏକ ଯୋଜନାବଦ୍ଧ ହତ୍ୟା ଉଦ୍ୟମ ବୋଲି ଅଭିଯୋଗରୁ ପ୍ରକାଶ। ଏଥିରେ ତନିଶଙ୍କର ଗୋଟିଏ ଗୋଡ ଭାଙ୍ଗିଥିବା ସହିତ ସେ ଗୁରୁତର ଆହତ ହୋଇଛନ୍ତି। ଏ ସମ୍ପର୍କରେ ସଇଁତଳା ଥାନାରେ ଏକ ଏତଲା ଭିତ୍ତିରେ  ମାମଲା ଋଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ଇତିମଧ୍ୟରେ 'କିଲର୍ କାର୍' କୁହାଯାଉଥିବା ଉକ୍ତ ଗାଡିଟିକୁ ପାଟଣାଗଡ ସିଲେଟପଡା ଜଙ୍ଗଲ ନିକଟସ୍ଥ ଏକ ବନ୍ଦ କ୍ରସର୍ ଓ ପିଚୁ କାରଖାନା ପାଖରେ  ଅଭିଯୁକ୍ତ ଛାଡି ପଳାଇଥିବା ଓ ପୁଲିସ ଜବତ କରିଥିବା ଜଣାଯାଇଛି। ତେବେ ଏହି ଗାଡି ଚପାଇ ହତ୍ୟାଉଦ୍ୟମର କାରଣ ସ୍ପଷ୍ଟ  ହୋଇନାହିଁ। ଅଭିଯୁକ୍ତ ଫେରାର୍ ରହିଥିବାରୁ ଓ ଅଭିଯୋଗକାରୀଙ୍କ ପକ୍ଷରୁ ମଧ୍ଯ ପ୍ରକୃତ କାରଣକୁ ଜାଣିଶୁଣି ଗୋପନ ରଖାଯାଉଥିବା ବେଳେ କେତେକ ଗଣମାଧ୍ୟମ ସୂତ୍ରରୁ ଏହାପଛରେ କୋଟି କୋଟି ଟଙ୍କାର ଏକ ବଡଧରଣର ଜାଲ୍ ଜିଏସଟି ଠକେଇ କାରବାର ରହିଥିବା ପ୍ରକାଶ। ହତ୍ୟା ଉଦ୍ୟମର ଶୀକାର ହୋଇଥିବା ତନିଶ୍ ଓ ତାଙ୍କ ଭାଇ  ତାଙ୍କର କୌଣସି ଲୁହାଛଡ ଓ ସିମେଣ୍ଟର ଦୋକାନ ନ ଥିଲେ ହେଁ, ଠିକାଦାରମାନଙ୍କୁ ଜାଲ୍ ଜିଏସଟି ବିଲ୍ ଦେଇ ଓ ଅନ୍ଯାନ୍ଯ ଠକେଇରେ କୋଟି କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହେଉଛି । ଏପରିକି ଜଣେ ସ୍ଥାନୀୟ ଠିକାଦାରଙ୍କର ୩୦ ଲକ୍ଷର ଠକେଇ ସହ ଏହିପରି ବହୁଲୋକଙ୍କୁ କୋଟି କୋଟି ଟଙ୍କାର ଠକେଇ କରିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମୁଖ୍ଯତଃ ପଡୋଶୀ କଳାହାଣ୍ଡି ଜିଲ୍ଲାର କସୃପଡାର ଜିତୁ ଓରଫ ଭଗବତ ପ୍ରସାଦ ମିଶ୍ର ମିଡିଆରେ ତନିଶ ଅଗ୍ରବାଲ ଓ ତାଙ୍କ ଭାଇ ଏକ ଜାଲ୍ ପ୍ରତିଷ୍ଠାନ ନାଁ'ରେ ୨୦ରୁ ୩୦ କୋଟିର ଠକେଇ କରିଥିବା ପ୍ରକାଶ କରିଛନ୍ତି । କେତେକ ସ୍ଥାନୀୟ ବ୍ୟବସାୟୀ, ଏହି ପୀଡିତ ବ୍ୟବସାୟୀ ଯୁବକଙ୍କୁ ' ଇଏ ଖାଲି ଚା ର୍ ଶ ବିଶ୍ ନୁହେଁ , ଆଠଶ' ଚାଳିଶ୍ ' ବୋଲି ମତବ୍ୟକ୍ତ କରିଛନ୍ତି । ଆଶ୍ଚର୍ଯ୍ୟର ବିଷୟ ଯେ , କାହିଁକି ତାଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ହେଲା , ଏହାର କାରଣ ଜାଣି ନ ଥିବା ତାଙ୍କର ସଫେଇ ପଛର କାରଣ କ'ଣ ?

କିନ୍ତୁ  ଏତେଦୂରର ବା ଅନ୍ୟଜିଲ୍ଲା ବରଗଡର ପାଇକମାଳର ଆକ୍ରମଣକାରୀ ରୋହିତ ଅଗ୍ରବାଲ ସହ ତୁମର କି ସମ୍ପର୍କ ଓ ଏହି ହତ୍ୟାଉଦ୍ୟମର କାରଣ ସମ୍ପର୍କରେ ପଚାରିବାରୁ  ପୀଡିତ ଯୁବକଙ୍କ ପିତା ସୁନୀଲ ଅଗ୍ରବାଲ ' କୌଣସିପ୍ରକାର ଜିଏସଟି ଫିଏସଟି ନୁହେଁ , ସେ ଆମର ଭଉଣୀର ଭଣଜା ଓ ଆମେ ତାଙ୍କଠାରୁ ୫ ଲକ୍ଷ ଟଙ୍କା ସୁଧରେ ବ୍ୟବସାୟ ନିମନ୍ତେ ଉଧାର ଆଣିଥିଲୁ , ସୁଝିବାରେ ଅସମର୍ଥ ହେବାରୁ ଏପରି କରିଥାଇ ପାରେ ' ବୋଲି ଏକ ସଫେଇ ଦେଇଥିଲେ । ଅନ୍ୟପକ୍ଷରେ ସୋ' ରୁମ୍ କରିବାକୁ ସେମାନେ ତାଙ୍କଠାରୁ ୪୩ ଲକ୍ଷ ଟଙ୍କା ଉଧାର ଆଣି ନ ଫେରେଇବାରୁ ଓ ଘଟଣାଦିନ ତନିଶ ଟଙ୍କା ଫେରସ୍ତ ଦେବାକୁ ଫୋନ୍ ରେ ହେଙ୍କେଡାମି ଦେଖାଇ  ଶେଷମୁହୂର୍ତ୍ତ ପର୍ଯ୍ୟନ୍ତ ମନା କରିଦେବାରୁ ଟଙ୍କାମାଗିବାକୁ ଆସିଥିବା ରୋହିତ ହତ୍ୟାଉଦ୍ୟମ ନୁହେଁ , ଡରାଇବାକୁ ଧକ୍କା ଦେଇଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ତେବେ ପୁଲିସ ପକ୍ଷରୁ ଅଦ୍ୟାବଧି ଏ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । 

ଅଧିକନ୍ତୁ ଏହାପୂର୍ବରୁ ତନିଶ ବିରୋଧରେ ଏକାଧିକ  ଚେକ୍ ବାଉନ୍ସ ଓ  ଠକେଇମାମଲା ରହିଥିବା ଶୁଣାଯାଇଛି ।  ପୁଲିସ ବା ଆୟକର ବିଭାଗ ପକ୍ଷରୁ ଏହାର ବିଭିନ୍ନ ଦିଗର ତଦନ୍ତ ଜରୁରୀ ବୋଲି ଜନମତ ପ୍ରକାଶ ପାଉଛି ।

ତେବେ ପଶ୍ଚିମଓଡିଶାର ବଲାଙ୍ଗୀର, କଳାହାଣ୍ଡି , ବରଗଡ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ପୂର୍ତ୍ତବିଭାଗ, ଜଳସେଚନ ବିଭାଗ,  ଗ୍ରାମ୍ୟ ଉନ୍ନୟନ ବିଭାଗ,  ପୁଲିସ ହାଉସିଂ ବୋର୍ଡ ଓ ଅନ୍ଯାନ୍ଯ ବିଭାଗରେ ମାଳ ମାଳ ଜାଲ୍ ବିଲ୍ , ନକଲି ୱେ ବିଲ୍ ଇତ୍ୟାଦି ଯାଞ୍ଚ କରାଯିବାକୁ ଠିକାଦାରମାନେ ସରକାରଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି । ସଇଁତଳା ଲିଙ୍କ୍ ରେ  ରାଜ୍ୟର ବିଭିନ୍ନ ସ୍ଥାନକୁ ପ୍ରାୟ ଶହେକୋଟିର ଜାଲ୍ ଜିଏସଟି ବିଲ୍ ପଠାଯାଇ ଥିବା ଓ କେତେକ ଠିକାଦାରଙ୍କୁ ଏଥିପାଇଁ ଜୋରିମାନା ଆଦାୟ ନିମନ୍ତେ ନୋଟିସ ଦିଆଯାଇଥିବା ଗଣମାଧ୍ୟମ ସୂତ୍ରରୁ ପ୍ରକାଶ  ।  କେହି ସିଧାସଳଖ ଆକାଉଣ୍ଟରେ ଦେଣନେଣ କରି ନ ଥିଲେ ହେଁ , ଏହି ହତ୍ୟାଉଦ୍ୟମ ଘଟଣାରୁ ଏ ସମ୍ପର୍କିତ ପ୍ରମାଣ ମିଳିସାରିଥିବା ଏଥିରୁ ପ୍ରମାଣିତ । ଏଣୁ ସରକାର ଏ ମାମଲାଟିକୁ ସ୍ଥାନୀୟ ପୁଲିସ ଉପରେ ଛାଡି ନ ଦେଇ ଉପରସ୍ତରରେ ତଦନ୍ତ ନିର୍ଦ୍ଦେଶ ଦେବାକୁ ଜନସାଧାରଣ ଙ୍କ ପକ୍ଷରୁ ଦାବି ହେଉଛି । ଉଲ୍ଲେଖଯୋଗ୍ଯ ଯେ, କିଛିଦିନ ପୂର୍ବରୁ ଟିଟିଲାଗଡରେ ଏହି ବ୍ୟବସାୟୀ ସଂପ୍ରଦାୟର ଜଣେ ଯୁବକ ଅନ୍ୟଜଣେ ସେହି ସଂପ୍ରଦାୟର ଯୁବକଙ୍କୁ ସୁପାରୀ ଦେଇ ଗାଡି ଚପାଇ ହତ୍ୟାଉଦ୍ୟମ ମାମଲାରେ ଗିରଫ ହୋଇ ଇତିମଧ୍ୟରେ ଜାମିନରେ ବାହାରି ଥିଲେ ହେଁ , ଏହାର ପ୍ରକୃତ ସବିଶେଷ କାରଣକୁ ପୁଲିସ ରାଜନୈତିକ ଚାପରେ ଭିନ୍ନମୋଡ ଦେଇଥିବା ଲୋକଙ୍କର ସନ୍ଦେହ ରହିଛି । ସେହିପରି ଜିଲ୍ଲାର ବିଭିନ୍ନ କେତେକ ଅପରାଧ ଘଟଣାର ତଦନ୍ତ ଅଧାପନ୍ତରିଆ ରହିଥିବା ଚର୍ଚ୍ଚାରୁ ପ୍ରକାଶ  ।  ଏହି ବହୁଚର୍ଚ୍ଚିତ ଚାଞ୍ଚଲ୍ୟକର ହତ୍ୟାଉଦ୍ୟମ ମାମଲାର  ତଦନ୍ତରେ ଅହେତୁକ ବିଳମ୍ବ ଓ ଅଭିଯୁକ୍ତ କୁ ଗିରଫ ଓ କାଳକ୍ଷେପଣରେ ଅସନ୍ତୋଷ ପ୍ରକାଶ ପାଇଛି ।  ଏହାପୂର୍ବରୁ କଣ୍ଟାବାଞ୍ଜିରେ ବିବଦମାନ ହୋଇ ଏଠାକୁ ବଦଳି ହୋଇ ଆସିଥିବା ସଇଁତଳା ଥାନାଧିକାରିଣୀ ଏବଂ  ପୂର୍ବର ଗାଡିଚପାଇ ହତ୍ୟାଉଦ୍ୟମ ମାମଲା ବେଳେ ରହିଆସିଥିବା ଟିଟିଲାଗଡ ଏସଡିପିଓଙ୍କ ଉପରେ ଲୋକଙ୍କର ଆସ୍ଥା ନଥିବା ଜନସାଧାରଣଙ୍କ ଆଲୋଚନାରୁ ପ୍ରକାଶ । ସର୍ବୋପରି  ଏହି  ଜାଲ୍ ଜିଏସଟି ବିଲ୍ ଯାଞ୍ଚ କଡାକଡି କରାଯିବାକୁ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026
  ଜିଲ୍ଲା  
କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   29-Oct-2026
  ଜିଲ୍ଲା  
ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   29-Oct-2026
  ଜିଲ୍ଲା  
ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   29-Oct-2026
  ଜିଲ୍ଲା  
ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   29-Oct-2026
  ଜିଲ୍ଲା  
ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ   29-Oct-2026

You Might Also Like