-+91-9937148622 |
prerana_bgr@rediffmail.com |
Friday 30th October 2026 |
R.N.I. Regd No. ODIODI/2010/46693
Breaking News
16-Apr-2026
କାକଟପୁର(ପ୍ରେରଣା ଖବର): ସ୍ବାସ୍ଥ୍ୟବୀମା, ୧୫ହଜାର ଟଙ୍କା ପେନ୍ସନ୍, ସାମ୍ବାଦିକ ସୁରକ୍ଷା ଆଇନ ଆଦି ରାଜ୍ୟର ସାମ୍ବାଦିକଙ୍କ ବୃତ୍ତିଗତ ସୁରକ୍ଷା ଦାବିରେ ଉତ୍କଳ ସାମ୍ବାଦିକ ସଂଘ (ୟୁଜେଏ) ଆସନ୍ତା ୨୯ ତାରିଖରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମଇ ୧ରେ କଳାବ୍ୟାଜ୍ ପିନ୍ଧି ରାଜ୍ୟ ସରକାରଙ୍କ ଅଣଦେଖା ନୀତି ବିରୋଧରେ ପ୍ରତିବାଦ କରିବ। ଏନେଇ ଅନୁଗୁଳରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର କର୍ମକର୍ତ୍ତା ସୂଚନା ଦେଇଛନ୍ତି। ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର କହିଛନ୍ତି, ଅନ୍ୟ ରାଜ୍ୟଗୁଡ଼ିକରେ ସାମ୍ବାଦିକଙ୍କ ସୁରକ୍ଷା ଯୋଗାଇ ଦେଉଥିବା ବେଳେ ଓଡ଼ିଶାରେ ଏଦିଗରେ ଅଣଦେଖା କରାଯାଉଛି।