-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||      ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||      ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||      ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||     

HOME   ଜିଲ୍ଲା

ନୀଳଜି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅଷ୍ଟାଦଶ ବାର୍ଷିକ ଉତ୍ସବ ପାଳିତ

15-Apr-2026



ସିନାପାଲି,(ଚିନ୍ତାମଣି ନେତାମ):
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୀଳଜି ଗ୍ରାମରେ ଅବସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅଷ୍ଟାଦଶ ବାର୍ଷିକ ଉତ୍ସବ ଉତ୍ସାହ, ଉଲ୍ଲାସ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ସ୍ଥାନୀୟ ଗଣମାନ୍ୟ ବ୍ୟକ୍ତିଙ୍କର ଭରପୂର ସମାଗମ ଦେଖିବାକୁ ମିଳିଥିଲା।
ଉତ୍ସବ ଅବସରରେ ଆୟୋଜିତ ସଭାରେ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବରେ ପୂର୍ବତନ ବୋଡେ଼ନ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଲମ୍ବୋଦର ନିଆଲ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ଗୌରାଙ୍ଗ କୁମାର ସାହୁ, କବି-ଶିକ୍ଷକ ପି.ଏମ. ଶ୍ରୀ ରାଜା (ଏ.ଟି. ହାଇସ୍କୁଲ, ଖଡ଼ିଆଳ) ଉପସ୍ଥିତ ରହି ପ୍ରେରଣାଦାୟକ ଭାଷଣ ଦେଇଥିଲେ।
ଏହାସହ ଉପାଧ୍ୟାକ୍ଷା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ନୂଆପଡା ଶ୍ରୀମତୀ ବେଳମତି ମାଝୀ, ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ତୁଳସୀ ରାମ ମେହେର, ପରିଚାଳନା ସମିତି ସମ୍ପାଦକ ଶ୍ରୀ ଲକ୍ଷ୍ମଣ ପ୍ରଧାନ ଏବଂ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରସାନନ୍ଦ କୁମ୍ଭାର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନେ ପ୍ରଭୁ ଶ୍ରୀରାମ, ମା ସରସ୍ବତୀ, ଶ୍ରୀଗୁରୁଜୀ, ଡ଼ଃ ହେଡ଼ଗୱାର ଓ ଭାରତ ମାତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ୱଳନ ସହ ପୂଜାର୍ଚ୍ଚନା କରିଥିଲେ। ଶିଶୁମନ୍ଦିର ଛାତ୍ରୀମାନେ ସୁମଧୁର କଣ୍ଠରେ ସ୍ୱାଗତ ସଙ୍ଗୀତ ପ୍ରସ୍ତୁତ କରି ସମସ୍ତଙ୍କୁ ମୋହିତ କରିଥିଲେ। ପରବର୍ତ୍ତୀତ ମୁଖ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ସ୍ମୃତିଚିହ୍ନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ସମ୍ପାଦକ ଶ୍ରୀ ଲକ୍ଷ୍ମଣ ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବୀରଭଦ୍ର ସା ବାର୍ଷିକ ବିବରଣୀ ପଠନ କରିଥିଲେ। ଅତିଥିମାନେ ନିଜ ଭାଷଣରେ ଶିଶୁମନ୍ଦିରକୁ ଏକ ଆଦର୍ଶ ଶିକ୍ଷା ଅନୁଷ୍ଠାନ ବୋଲି ବର୍ଣ୍ଣନା କରି, ଏଠାରେ ଶିକ୍ଷା ସହ ସଂସ୍କାର ଓ ଚରିତ୍ର ଗଠନକୁ ଯେପରି ଗୁରୁତ୍ୱ ଦିଆଯାଉଛି ତାହାର  ପ୍ରଶଂସା କରିଥିଲେ।
ଏହି ଅବସରରେ ସିନାପାଲି ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଚରଣ ନେତାମ ଓ ସ୍ୱାଗତ ସଙ୍ଗୀତ ସମୟରେ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିବା ଶିକ୍ଷକ ଶ୍ରୀ ଦୀପକ ସା ଏବଂ ଶ୍ରୀ ଧୀରେନ୍ଦ୍ର କୁମାର ସାଙ୍କୁ ନାରିକେଳ ଓ ଉପହାର ଦେଇ ସମ୍ମାନିତ କରାଯାଇଥିଲା।
ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଛାତ୍ରଛାତ୍ରୀମାନଙ୍କର ଚମତ୍କାର ସାଂସ୍କୃତିକ କାର୍ଯ୍ୟକ୍ରମ। ନୃତ୍ୟ, ସଙ୍ଗୀତ, ଅଭିନୟ ଓ ବିଭିନ୍ନ ସୃଜନଶୀଳ ପ୍ରଦର୍ଶନ ମାଧ୍ୟମରେ ଶିଶୁମାନେ ନିଜ ପ୍ରତିଭାର ଦୃଶ୍ୟମାନ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିନେଇଥିଲେ। ଦର୍ଶକମାନେ ମଧ୍ୟ ଏହି ପ୍ରଦର୍ଶନକୁ ଭୁରିଭୁରି ପ୍ରଶଂସା କରିଥିଲେ।
ଏହାସହ ଶିକ୍ଷା, କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯାଇଥିଲା, ଯାହା ସେମାନଙ୍କ ମନରେ ନୂଆ ଉତ୍ସାହ ଓ ପ୍ରେରଣା ସୃଷ୍ଟି କରିଥିଲା।
ସମଗ୍ର କାର୍ଯ୍ୟକ୍ରମକୁ ଆଚାର୍ଯ୍ୟ ଶ୍ରୀ ବୀରଭଦ୍ର ସା ସୁଚାରୁ ଭାବରେ ସଂଚାଳନା କରିଥିବାବେଳେ, ଶେଷରେ ପରିଚାଳନା ସମିତିର କୋଷାଧ୍ୟକ୍ଷ ଶ୍ରୀ ଓଂକାର ପାଣ୍ଡେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ଉତ୍ସବରେ ଅଞ୍ଚଳର ବିଭିନ୍ନ ପ୍ରମୁଖ ବ୍ୟକ୍ତିମାନେ ଯଥା ତାରାଚନ୍ଦ୍ର ପ୍ରଧାନ, କୁମ୍ଭ ବାଗ, ଅଶୋକ ପ୍ରଧାନ, କିଶୋର ସା, ଜନ୍ମେଜୟ ଦଣ୍ଡସେନା, ଥବିର ନିଆଲ, ଗଜମନ ନିଆଲ, ତୁଳସୀ ରାମ ନିଆଲ, ତରୁଣ ସା, ଦୁର୍ବଳ ସୁନାନୀ, ଲୋମସ ସା, ଦେବାନନ୍ଦ ବାଗ, ରୋହିତାଶ୍ୱ ସୁନାନୀ, ବୁଲୁ ସୁନାନୀ, ବିଜୟ ନାଗ, ଗଗନ ସା, ସନ୍ତୋଷ ସାହୁ ଆଦି ଉପସ୍ଥିତ ରହିଥିଲେ।ଉତ୍ସବର ସଫଳ ଆୟୋଜନରେ ସୁନେଶ୍ୱର ପୁଞ୍ଜି, ବେଣୁଧର ନିଆଲ, ଖିରାଦ୍ରୀ ସୁନାନୀ, ଡୁମେରମତି ଗହୀର, ପ୍ୟାରୀ ସା ଓ ମିନା ନାଗଙ୍କ ସହଯୋଗ ପ୍ରଶଂସନୀୟ ରହିଥିଲା। ଅଭିଭାବକ ଓ ପରିଚାଳନା ସମିତିର ସଭ୍ୟସଭ୍ୟା  ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   28-Oct-2026
  ଜିଲ୍ଲା  
ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   28-Oct-2026
  ଜିଲ୍ଲା  
ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   28-Oct-2026
  ଜିଲ୍ଲା  
ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   28-Oct-2026
  ଜିଲ୍ଲା  
*ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   28-Oct-2026
  ଜିଲ୍ଲା  
ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   28-Oct-2026
  ରାଜ୍ୟ  
ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ   28-Oct-2026
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026

You Might Also Like