-+91-9937148622 |
prerana_bgr@rediffmail.com |
Tuesday 27th October 2026 |
R.N.I. Regd No. ODIODI/2010/46693
Breaking News
14-Apr-2026
(ମନୋରଞ୍ଜନ ତ୍ରିପାଠୀ )
ପବିତ୍ର ହନୁମାନ ଜୟନ୍ତୀ, ପଣା ସଂକ୍ରାନ୍ତି ଓ ଓଡିଆ ନବ ବର୍ଷ ଅବସର ରେ ସ୍ବଚ୍ଛ ଭାରତ ସଙ୍ଗଠନ ସୋନପୁର -ମନ ମୁଣ୍ଡା ପକ୍ଷରୁ ସ୍ଥାନୀୟ ଥାନା ସମ୍ବୁଖ ପ୍ରଭାସ ଲଜ୍ ଠାରେ ପଣା ଭୋଗ ବଣ୍ଟନ କରା ଯାଇଥିଲା l ଏହି କାର୍ଯ୍ଯ କ୍ରମ କୁ ସୋନପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଯାଦବ ବାଗ ଓ ଅତିରିକ୍ତ ଅଗ୍ନିଶମ ବିଭାଗ ଅଧିକାରୀ ଶ୍ରୀ ଧୀରେନ୍ଦ୍ର ନାଥ ଦେ, ସ୍ଵଚ୍ଛ ଭାରତ ସଙ୍ଗଠନ ପ୍ରତିଷ୍ଠାତା ସଭ୍ୟା ପଦ୍ମାବତୀ ମେହେର, ସାମ୍ୱାଦିକ ପୀତାମ୍ବର ମହାପାତ୍ର , ସନ୍ତୋଷ ମିଶ୍ର, ମହାଦେବ ମଲ୍ଲିକ ଶୁଭ ଉଦ୍ଘାଟନ କରି ହନୁମାନ ଜୟନ୍ତୀ ଶୋଭାଯାତ୍ରା ର ଭକ୍ତ ଶ୍ରଦ୍ଧାଳୁ ତଥା ସଧାରଣ ଜନତା ଙ୍କୁ ପଣା ବଣ୍ଟନ କରି ସ୍ଵେଚ୍ଛାସେବୀ ଙ୍କୁ ଉତ୍ସାହିତ କରିଥିଲେ l କାର୍ଯ୍ଯ କ୍ରମ କୁ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିଲେ l
ସଙ୍ଗଠନ ର ଉପ ସଭାନେତ୍ରୀ ଇନ୍ଦୁମତୀ ପୁରୋହିତ ଓ ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ସାହୁ, ପରେଶ ମେହେର, ରବୀନ୍ଦ୍ର ଜେନା,ଲଡ଼ୁ କିଶୋର ମଲ୍ଲିକ, ପ୍ରଫୁଲ୍ଲ ନାଏକ, ବୈକୁଣ୍ଠ ଶତପଥୀ ଙ୍କ ତତ୍ତ୍ଵl ବଧାନ ରେ ଅନୁଷ୍ଟିତ ଏହି କାର୍ଯ୍ଯ କ୍ରମ ରେ ତ୍ରିଲୋଚନ ତରିଆ, ପ୍ରତ୍ୟୁଷ ମେହେର, ଜୟ ନାରାୟଣ ସାହୁ, ବୀରବର ମେହେର,ଜୟନ୍ତ ବେହେରା, ରାଧା ଗୋବିନ୍ଦ ମେହେର, ସରୋଜ ପଟେଲ, ସୁଶାନ୍ତ ସାହୁ, କାହୁଁ ଚରଣ ସାହୁ, ନରେଶ ଅଗ୍ରୱାଲ, ମନୋଜ ଅଗ୍ରୱାଲ , ଦୁର୍ଯ୍ୟୋଧନ ସାହୁ, ଯଶବନ୍ତୀ ମେହେର, ସସ୍ମିତା ମେହେର ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l