-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||     

HOME   ଜିଲ୍ଲା

ସରକାରୀ ମହିଳା ମହାବିଦ୍ୟାଳୟରେ ବାର୍ଷିକ ପତ୍ରିକା

14-Apr-2026



ବଲାଙ୍ଗୀର(ପ୍ରେରଣା ଖବର): ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ବାର୍ଷିକ ପତ୍ରିକା "ଅନନ୍ୟା" ଯୁକ୍ତ ୨ରୁ ସ୍ନାତୋକୋତ୍ତରର ସମସ୍ତ କଳା ଓ ବିଜ୍ଞାନ ଛାତ୍ରୀଙ୍କୁ ବିତରଣ କରାଯାଇଥିଲା।ଏହି ବିତରଣ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝା ଛାତ୍ରୀ ମାନଙ୍କର ସାହିତ୍ୟିକ ପ୍ରତିଭାକୁ ପ୍ରଶଂସା କରିଥିଲେ ଏବଂ ଏପରି ସୃଜନଶୀଳ  ପ୍ରୟାସ ତାଙ୍କର ବ୍ୟକ୍ତିତ୍ୱ ବିକାଶରେ ମୁଖ୍ୟ ଭୂମିକା ନେବ ବୋଲି କହିଥିଲେ।ପତ୍ରିକା "ଅନନ୍ୟା"ର ସଫଳ ପ୍ରକାଶନ ପଛରେ ସମ୍ପାଦନାମଣ୍ଡଳୀର ସହକାରୀ ଅଧ୍ୟାପକ ସଂସ୍କୃତ ବିଭାଗ ଡଃ.ସଦାଶିବ ମଲ୍ଲିକ, ସହକାରୀ ଅଧ୍ୟାପକ ଓଡ଼ିଆ ଭାଷା ଓ ସାହିତ୍ୟ ରତିକାନ୍ତ ନାଏକ, ସହକାରୀ ବିଭାଗ ଅଧ୍ୟକ୍ଷା ଇଂରାଜୀ ବିଭାଗ ଡଃ.ଅନୁରାଧା ମିଶ୍ରଙ୍କ ଭୂମିକା ଅଛି ବୋଲି ପତ୍ରିକାର ସମ୍ପାଦକ ଅଧ୍ୟକ୍ଷ ଡଃ.ଅରବିନ୍ଦ ଓଝା ମତପ୍ରକାଶ କରିବା ସହ ପତ୍ରିକାର ସାମଗ୍ରୀ ଚୟନ, ସମ୍ପାଦନା, ଭାଷା ଶୈଳୀର ସୁନିଶ୍ଚିତତା ଗୁଣତ୍ୱ ରକ୍ଷାରେ ସେମାନଙ୍କ ନିଷ୍ଠାପୂର୍ଣ୍ଣ ପ୍ରୟାସ ଅନନ୍ୟାକୁ ଏକ ଉଚ୍ଚମାନର ମୁଖପତ୍ର ଭାବେ ପରିଚିତ କରାଇଛି।ବାର୍ଷିକ ପତ୍ରିକା 'ଅନନ୍ୟା'ର ପ୍ରଥମ ପୃଷ୍ଠା ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ପତ୍ରିକାର ପ୍ରଚ୍ଛଦପୃଷ୍ଠାରେ ସ୍ଥାନ ପାଇଥିବା ଏହି ଚିତ୍ରଟି କେବଳ ଏକ ସାଧାରଣ ଚିତ୍ର ନୁହେଁ, ବରଂ ଏହା ଶିକ୍ଷା, କଳ୍ପନା ଓ ସ୍ୱପ୍ନର ଏକ ସୁନ୍ଦର ସମନ୍ୱୟକୁ ପ୍ରତିଫଳିତ କରୁଛି। ଚିତ୍ରରେ ଦେଖାଯାଉଛି ଜଣେ ଛାତ୍ରୀ ପୃଥିବୀର ଗ୍ଲୋବ ଉପରେ ବସି ଗୋଟିଏ ପୁସ୍ତକ ପଢୁଛନ୍ତି। ଏହି ଦୃଶ୍ୟ ଶିକ୍ଷାର ଶକ୍ତି ଓ ଜ୍ଞାନର ଅସୀମ ସମ୍ଭାବନାକୁ ସ୍ପଷ୍ଟ କରୁଛି। ଗ୍ଲୋବ ଉପରେ ବସିଥିବା ଛାତ୍ରୀ ଦେଖାଉଛି ଯେ ଶିକ୍ଷା ଦ୍ୱାରା ସମଗ୍ର ପୃଥିବୀକୁ ଜିତିବା ସମ୍ଭବ। ପୁସ୍ତକ ପଢ଼ୁଥିବା ଏହି ଛବି ଜ୍ଞାନାର୍ଜନର ପ୍ରତି ଆକର୍ଷଣ ଓ ନିରନ୍ତର ଅଭ୍ୟାସର ପ୍ରତୀକ ଅଟେ।ଏହି ପ୍ରଚ୍ଛଦ ପୃଷ୍ଠା ର ଅଳଙ୍କରଣ ଦାୟିତ୍ୱ ନିର୍ବାହ କରିଥିଲେ ଅତିଥି ଅଧ୍ୟାପକ ଆଦର୍ଶ ମହାପାତ୍ର ଓ ସିଦ୍ଧାର୍ଥ ଦାଶ। ସଂସ୍କୃତରେ ସମ୍ପାଦକୀୟ ବିବରଣୀ ଉପସ୍ଥାପନା କରିଛନ୍ତି ସଂସ୍କୃତ ବିଭାଗର ପ୍ରାଧ୍ୟାପକ ଡଃ.ସଦାଶିବ ମଲ୍ଲିକ।ସମ୍ପାଦକୀୟ ବିବରଣୀ ପରେ ୨୦୨୫ ମସିହାର ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ରଙ୍ଗୀନ ଫୋଟୋଚିତ୍ରକୁ ନେଇ "ବର୍ଷ ୨୦୨୫ ର କିଛି ଅଭୁଲା ସ୍ମୃତି" ଶୀର୍ଷକ ୨୫ଗୋଟି ରଙ୍ଗୀନ ଫୋଟୋଚିତ୍ର ସ୍ଥାନ ପାଇଛି।ସୂଚୀପତ୍ର ର ସୂଚନା ଆଧାରରେ ଏହି ପତ୍ରିକାରେ ୭ଟି ଓଡ଼ିଆ ପ୍ରବନ୍ଧ, ୫ଟି ଓଡ଼ିଆ ଗଳ୍ପ, ୧୬ଟି ଓଡ଼ିଆ କବିତା, ହିନ୍ଦୀର ଗୋଟିଏ ପ୍ରେରଣା ଦାୟକ କାହାଣୀ ସହ ୫ଟି ହିନ୍ଦୀ କବିତା, ୧୨ଟି ସଂସ୍କୃତ ପ୍ରବନ୍ଧ, ୬ଟି ଇଂରାଜୀ ପ୍ରବନ୍ଧ ଓ ୫ଟି ଇଂରାଜୀ କବିତା ସ୍ଥାନ ପାଇଛି।ତା' ପରେ 'ଅନନ୍ୟା' ଶୀର୍ଷକ ପତ୍ରିକାର ମାଲିକାନା ତଥା ବୈଶିଷ୍ଟ୍ୟ ସମ୍ପର୍କୀୟ ବିବରଣୀ ପ୍ରଦାନ କରା ଯାଇଛି। ଏହା ସହ ବର୍ଷ ୨୦୨୪-୨୫ ରେ ଅନୁଷ୍ଠିତ ହୋଇ ଥିବା ବିଭିନ୍ନ ବିଭାଗର ରାଷ୍ଟ୍ରୀୟ ସଂଗୋଷ୍ଠୀର ରଙ୍ଗୀନ ଫୋଟୋ ଚିତ୍ର ସ୍ଥାନୀତ ହୋଇଛି।ପତ୍ରିକାର ଅନ୍ତିମ ଫର୍ଦ୍ଦରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ ମାନଙ୍କ ସହ ଉଠେଇଥିବା ଫୋଟୋ ମାଧ୍ୟମରେ ଶିକ୍ଷା ସହିତ ଆତ୍ମବିଶ୍ୱାସ, ଏକତା, ସେବା ଭାବ, ନେତୃତ୍ୱ ଗୁଣ ଓ ଦେଶଭକ୍ତିର ଶିକ୍ଷା ଦିଆଯାଉଥିବା ଦର୍ଶାଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026
  ଜିଲ୍ଲା  
ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026

You Might Also Like