-+91-9937148622 |
prerana_bgr@rediffmail.com |
Tuesday 27th October 2026 |
R.N.I. Regd No. ODIODI/2010/46693
Breaking News
13-Apr-2026
ବଲାଙ୍ଗୀର(ପ୍ରେରଣା ଖବର): ଵଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ବୁଢାବାହାଲ ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ବ୍ରହ୍ମାନନ୍ଦ ନାଗ ଙ୍କ ୯୦ବର୍ଷ ବୟସରେ ପରଲୋକ ହୋଇ ଯାଇଛି।ସେ କିଛିଦିନ ଧରି ଅସୁସ୍ଥ ଥିଲେ ଓ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।ଶ୍ରୀ ନାଗ ଜଣେ ନିଷ୍ଠାବାନ ଓ ଆଦର୍ଶବାଦୀ ଶିକ୍ଷକ ଥିଲେ।ସେ ବୁଢାବାହାଲ ଗ୍ରାମରେ ଦୀର୍ଘ ଦିନ ଧରି ସେବା ଦେଇ ଅନେକ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଗଢ଼ିଥିଲେ।ତାଙ୍କର ଶିକ୍ଷାଦାନ ଶୈଳୀ, ଶିଷ୍ଟାଚାର ଓ ମାନବିକତା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଥିଲା।ତାଙ୍କ ପରଲୋକରେ ଶିକ୍ଷକମଣ୍ଡଳୀ, ସମାଜସେଵୀ,ପୁରାତନ ଛାତ୍ରଛାତ୍ରୀ, ସହକର୍ମୀବୃନ୍ଦ ଓ ସ୍ଥାନୀୟ ଲୋକ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।ତାଙ୍କ ପଛରେ ଧର୍ମପତ୍ନୀ,ଏକ ମାତ୍ର ପୁଅ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ଓ ଆଠ ଝିଅ, ନାତି-ନାତୁଣୀ ରହିଛନ୍ତି। ବୁଢାବାହାଲ ଗ୍ରାମରେ ତାଙ୍କର ଶବଦାହ କାର୍ଯ୍ୟ ସମ୍ପନ୍ନ ହେଲା।ନାତି ପ୍ରତ୍ୟୁଷ ନାଗ ମୁଖାଗ୍ନି ଦେଲେ।