-+91-9937148622 |

prerana_bgr@rediffmail.com |

  Wednesday 25th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଛାଡ଼ଖାଇକୁ ନେଇ ଆମିଷ ବଜାରରେ ଉତ୍ସବର ମାହୋଲ   (25-Nov-2026)       ||      ଶୀତ ଋତୁରେ ଅସହାୟଙ୍କ ପାଇଁ ସହଯୋଗ ଫାଉଣ୍ଡେସନର ସହାୟତାର ହାତ   (25-Nov-2026)       ||      ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ   (25-Nov-2026)       ||      ବାଞ୍ଜିପାଲିରେ ନିମ୍ବାର୍କ ଜୟନ୍ତି ପାଲିତ   (25-Nov-2026)       ||      *ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ ଶିଶୁକନ୍ୟାର ମୃତଦେହ*   (25-Nov-2026)       ||      ସିନାପାଲି ହାଇସ୍କୁଲପଡ଼ା ରେ ମା’ ମହାଲକ୍ଷ୍ମୀଙ୍କ ଭବ୍ୟ ପୂଜା ମହୋତ୍ସବ    (25-Nov-2026)       ||      ଦରଦାମ୍ ବୃଦ୍ଧି ପ୍ରତିବାଦରେ ଓଡ଼ିଶା ଜନତା କଂଗ୍ରେସର ବିଧାନସଭା ଘେରାଉ ଇଂ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ବିକ୍ଷୋଭ; ଦରଦାମ୍ ନିୟନ୍ତ୍ରଣ ଦାବିରେ ସରକାରଙ୍କ ବିରୋଧରେ ଗର୍ଜିଲା ଓଜେସି   (25-Nov-2026)       ||      ଧାନ ସଂଗ୍ରହରୁ ଚାଉଳ ଯୋଗାଣ ପର୍ଯ୍ୟନ୍ତ ସମସ୍ୟାରେ ଘାଣ୍ଟି ହେଉଛନ୍ତି ମିଲର୍ସ♦️ ମିଲର୍ସଙ୍କ ୧୨ ଦଫା ଦାବି ପୂରଣ ପାଇଁ ଦାବି    (25-Nov-2026)       ||      ବଡଦେଓ ଦେବ ଲୋକ ନାଟକ ମ‌ହୋସବ- ୨୦୨୬ କାର୍ଯ୍ୟକ୍ରମ   (24-Nov-2026)       ||      ୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬   (24-Nov-2026)       ||      ଓଡ଼ିଶାକୁ ଋଣରେ ବୁଡ଼ାଇ ଦେଉଛନ୍ତି ମୋହନ ମାଝୀ ସରକାର: କଂଗ୍ରେସ   (24-Nov-2026)       ||      ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ ସାମାଜିକ ସାଂସ୍କୃତିକ ସଂଘ ପକ୍ଷରୁ ହାଇସ୍କୁଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ   (24-Nov-2026)       ||      ପର୍ଲିମାଲ ବିରାଟ ବାଲିଯାତ୍ରା ପାଇଁ କଳସ ଯାତ୍ରା   (24-Nov-2026)       ||      କୋକସରା ବଡ଼ ପଡା ଠାରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ପାଳିତ   (24-Nov-2026)       ||      *କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କେଲିଆ ଝାଡେଶ୍ବର ଶୈବପୀଠ ରେ ଭକ୍ତଙ୍କ ଭିଡ଼*   (24-Nov-2026)       ||      ବାଞ୍ଜିପାଲିରେ ନିମ୍ବାର୍କ ଜୟନ୍ତୀ ପାଳିତ    (24-Nov-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ହସ୍ତକ୍ଷେପ: ଭାଲୁ ଆକ୍ରମଣ ଦ୍ଵାରା ଆହତ ଦୁଇ ପୀଡ଼ିତଙ୍କୁ ମିଳିଲା କ୍ଷତିପୂରଣ   (24-Nov-2026)       ||      ହରଡ଼ାଟାଳରେ ତ୍ରିଦିବସୀୟ ପୁରୋହିତ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ♦️ବୈଦିକ ଜ୍ଞାନର ପ୍ରସାର ଓ ନୂତନ ପୁରୋହିତ ସୃଷ୍ଟି ଉପରେ ଗୁରୁତ୍ୱ   (24-Nov-2026)       ||      ନୂଆପଡ଼ାରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–ଯୁବୋତ୍ସବ ୨୦୨୭ ଅନ୍ତର୍ଗତ PPT Challenge ପ୍ରତିଯୋଗିତା ଆୟୋଜିତ   (24-Nov-2026)       ||      ଭକ୍ତି ଆଗରେ ହାରିଲା ଜ୍ଞାନ, ଉଦ୍ଧବ-ମାଧବ ସମ୍ବାଦ ଶୁଣି ନାଚ ଗୀତରେ କମ୍ପି ଉଠିଲା ପାରାୟଣ ସ୍ଥଳ(ଫୁଲମୁଠି ସପ୍ତାହ ପାରାୟଣ ଉଦଯାପିତ)   (24-Nov-2026)       ||     

HOME   ଜିଲ୍ଲା

୫ମ ପ୍ରତିଷ୍ଠା ଦିବସ ଉତ୍ସବରେ ଓଡ଼ିଆ ଅସ୍ମିତାର ପର୍ବ ପାଳିଲେ ଶରତ କର ଓ ଅନିମା କର ଫାଉଣ୍ଡେସନ

02-Apr-2026




ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର, ସମାଜସେବୀ ନରୋତ୍ତମ ଦାସ ସମ୍ବର୍ଦ୍ଧିତ 

ଭୁବନେଶ୍ୱର,(ପ୍ରେରଣା ଖବର): ଆଜି ଥିଲା ପବିତ୍ର ଓଡ଼ିଆ ଅସ୍ମିତାର ପର୍ବ "ଉତ୍କଳ ଦିବସ" । ରାଜଧାନୀ ଭୁବନେଶ୍ଵର ୟୁନିଟ୍ - ୩ ସ୍ଥିତ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରସ୍ ସର୍ଭିସ୍ ଆସୋସିଏସନ୍ ସଭା କକ୍ଷରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ "ଶରତ କର ଅନିମା କର ଫାଉଣ୍ଡେସନ" ଆୟୋଜନ କରିଥିଲେ ଅନୁଷ୍ଠାନର ୫ମ ପ୍ରତିଷ୍ଠା ଦିବସ ଉତ୍ସବ । ଶ୍ରୀ ଜଗନ୍ନାଥଙ୍କ ବନ୍ଦନା, ଅର୍ଚ୍ଚନା ତଥା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସମାରୋହ ଉଦ୍ ଘାଟିତ ହୋଇଥିଲା । 

ପ୍ରାରମ୍ଭରେ ରାଜ୍ୟ ସଙ୍ଗୀତ "ବନ୍ଦେ ଉତ୍କଳ ଜନନୀ" ଗାୟନରେ ଦଣ୍ଡାୟମାନ ସମସ୍ତ ଦର୍ଶକ ତଲ୍ଲୀନ ହୋଇଯାଇଥିଲେ । "ନିର୍ଭୀକ" ସମ୍ପାଦକ ତଥା ସ୍ତମ୍ଭକାର ଅବନୀ ଚନ୍ଦ୍ର ଦାସଙ୍କ ସଂଯୋଜନାରେ ଏବଂ
ଫାଉଣ୍ଡେସନ ଅଧ୍ୟକ୍ଷ ତଥା ପୂର୍ବତନ ଆୟକର କମିଶନର ଶୋଭନ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଜନନେତା ତଥା ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ଅନୁଷ୍ଠାନର ସମାଜସେବା ତଥା ଜନତାଙ୍କ ସାମଗ୍ରିକ ବିକାଶ ଦିଗରେ ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । 

ବିଶିଷ୍ଟ ଅତିଥି ଭାବେ ଏସିଆ ମହାଦେଶୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ "ସଲିଡ଼ାରିଡ଼ାଡ୍" ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶତଦୃ ଚଟ୍ଟୋପାଧ୍ୟାୟ  ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର୍ ମଣୀନ୍ଦ୍ର କୁମାର ମେହେର ଯୋଗଦେଇ ଓଡ଼ିଆ ଅସ୍ମିତା ର ମହାନ୍ ପର୍ବ ଉତ୍କଳ ଦିବସର ତାତ୍ପର୍ଯ୍ୟ ବର୍ଣ୍ଣନା କରିବା ସହିତ ବନ୍ଦେ ଉତ୍କଳ ଜନନୀ କୁ ରାଜ୍ୟ ଜାତୀୟ ସଙ୍ଗୀତ ର ମାନ୍ୟତା ଦେବାରେ ଓଡ଼ିଶାର ପୂର୍ବତନ ବାଚସ୍ପତି ସ୍ବର୍ଗତ ଶରତ କୁମାର କରଙ୍କ ଅନନ୍ୟ ଅବଦାନ ତଥା ତାଙ୍କ ନାମରେ ନାମିତ ପ୍ରତିଷ୍ଠାନର ବିଭିନ୍ନ ଲୋକପ୍ରିୟ କାର୍ଯ୍ୟକ୍ରମର ଅଦ୍ଭୁତ ସାମଞ୍ଜସ୍ୟ ରହିଛି ବୋଲି ମତବ୍ୟକ୍ତ କରିଥିଲେ । 

ଏହି ଅବସରରେ ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ପ୍ରକାଶିତ "*ନିର୍ଭୀକ*" ପତ୍ରିକାର ଉତ୍କଳ ଦିବସ ସଂସ୍କରଣ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା ଏବଂ ତାହା ପ୍ରେକ୍ଷାଳୟରେ ସମସ୍ତଙ୍କୁ ନିଃଶୁଳ୍କ ବିତରଣ କରାଯାଇଥିଲା ।

ପୁନଶ୍ଚ  ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ପାଇଁ ବରିଷ୍ଠ ମୁକ୍ତବୃତ୍ତ ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର ଏବଂ ସମାଜ ସେବା କ୍ଷେତ୍ରରେ ଉଦ୍ଧାର ଫାଉଣ୍ଡେସନ ଚୌଦ୍ଵାର ର ସଂସ୍ଥାପକ ନରୋତ୍ତମ ଦାସଙ୍କୁ ଫାଉଣ୍ଡେସନ ପକ୍ଷରୁ ଉତ୍ତରୀୟ,  ସମ୍ମାନ ଫଳକ ଉପଢୌକନ ବୃକ୍ଷଚାରା ଓ  ପୁରସ୍କାର ଅର୍ଥରାଶି ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତିକ୍ରିୟାରେ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ଵ ଦ୍ବୟ ଓଡ଼ିଆ ଅସ୍ମିତାର ଗୌରବମୟ ଦିବସରେ ସମ୍ମାନିତ ହୋଇଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ ।

ଫାଉଣ୍ଡେସନ ପକ୍ଷରୁ ସଦ୍ୟ ପ୍ରକାଶିତ ସତ୍ୟାନନ୍ଦ ଦାଶଙ୍କ ରଚିତ କବିତା ସଂକଳନ "କୁନା ପାଇଁ ଚୂନା ଫୁଲ" ଏବଂ ମାହାଙ୍ଗା ମୈତ୍ରୀ ମଞ୍ଚ ପ୍ରକାଶିତ ଅବନୀ ଚନ୍ଦ୍ର ଦାସଙ୍କ ଲିଖିତ ମାର୍ଗଦର୍ଶିକା ପୁସ୍ତକ "ମୋ କଲମ କଥା କହେ" ସଭମଞ୍ଚରେ ଅତିଥି ମାନଙ୍କ ଦ୍ଵାରା ପାଠକାର୍ପିତ ହେବା ସହିତ ପୁସ୍ତକର ସ୍ରଷ୍ଟାଦ୍ୱୟଙ୍କୁ "ଲେଖକୀୟ କୃତି ସମ୍ମାନ" ରେ ସମ୍ମାନିତ କରାଯାଇଥିଲା ।

ଶେଷରେ ଫାଉଣ୍ଡେସନ୍ ର ସହଅଧ୍ୟକ୍ଷ ପ୍ରଫେସର୍ ସୁମନ କର ଧନ୍ୟବାଦ୍ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଛାଡ଼ଖାଇକୁ ନେଇ ଆମିଷ ବଜାରରେ ଉତ୍ସବର ମାହୋଲ   25-Nov-2026
  ଜିଲ୍ଲା  
ଶୀତ ଋତୁରେ ଅସହାୟଙ୍କ ପାଇଁ ସହଯୋଗ ଫାଉଣ୍ଡେସନର ସହାୟତାର ହାତ   25-Nov-2026
  ଜିଲ୍ଲା  
ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ   25-Nov-2026
  ଜିଲ୍ଲା  
ବାଞ୍ଜିପାଲିରେ ନିମ୍ବାର୍କ ଜୟନ୍ତି ପାଲିତ   25-Nov-2026
  ଜିଲ୍ଲା  
*ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ ଶିଶୁକନ୍ୟାର ମୃତଦେହ*   25-Nov-2026
  ଜିଲ୍ଲା  
ସିନାପାଲି ହାଇସ୍କୁଲପଡ଼ା ରେ ମା’ ମହାଲକ୍ଷ୍ମୀଙ୍କ ଭବ୍ୟ ପୂଜା ମହୋତ୍ସବ   25-Nov-2026
  ରାଜ୍ୟ  
ଦରଦାମ୍ ବୃଦ୍ଧି ପ୍ରତିବାଦରେ ଓଡ଼ିଶା ଜନତା କଂଗ୍ରେସର ବିଧାନସଭା ଘେରାଉ ଇଂ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ବିକ୍ଷୋଭ; ଦରଦାମ୍ ନିୟନ୍ତ୍ରଣ ଦାବିରେ ସରକାରଙ୍କ ବିରୋଧରେ ଗର୍ଜିଲା ଓଜେସି   25-Nov-2026
  ଜିଲ୍ଲା  
ଧାନ ସଂଗ୍ରହରୁ ଚାଉଳ ଯୋଗାଣ ପର୍ଯ୍ୟନ୍ତ ସମସ୍ୟାରେ ଘାଣ୍ଟି ହେଉଛନ୍ତି ମିଲର୍ସ♦️ ମିଲର୍ସଙ୍କ ୧୨ ଦଫା ଦାବି ପୂରଣ ପାଇଁ ଦାବି   25-Nov-2026
  ଜିଲ୍ଲା  
ବଡଦେଓ ଦେବ ଲୋକ ନାଟକ ମ‌ହୋସବ- ୨୦୨୬ କାର୍ଯ୍ୟକ୍ରମ   24-Nov-2026
  ଜିଲ୍ଲା  
୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬   24-Nov-2026
  ଜିଲ୍ଲା  
ଓଡ଼ିଶାକୁ ଋଣରେ ବୁଡ଼ାଇ ଦେଉଛନ୍ତି ମୋହନ ମାଝୀ ସରକାର: କଂଗ୍ରେସ   24-Nov-2026
  ଜିଲ୍ଲା  
ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ ସାମାଜିକ ସାଂସ୍କୃତିକ ସଂଘ ପକ୍ଷରୁ ହାଇସ୍କୁଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ   24-Nov-2026

You Might Also Like