-+91-9937148622 |

prerana_bgr@rediffmail.com |

  Monday 13th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   (13-Apr-2026)       ||      ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   (13-Apr-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   (13-Apr-2026)       ||      ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   (13-Apr-2026)       ||      ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   (13-Apr-2026)       ||      *ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   (12-Apr-2026)       ||      କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   (12-Apr-2026)       ||      *ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   (12-Apr-2026)       ||      ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି    (12-Apr-2026)       ||      ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି    (12-Apr-2026)       ||      ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ    (12-Apr-2026)       ||      ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା    (12-Apr-2026)       ||      *ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-   (12-Apr-2026)       ||      ବିକାଶ କାମରେ ଦୁର୍ନୀତିଖୋରଙ୍କୁ ଘୋର ବିରୋଧ କରନ୍ତୁ ଲୋକେ: ନରସିଂହ   (12-Apr-2026)       ||      ଓଡିଆ ପକ୍ଷରେ କଳାକାର ସମ୍ଭର୍ଷିତ   (12-Apr-2026)       ||      ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ   (12-Apr-2026)       ||      ସ୍ୱାସ୍ଥ୍ୟ ଶିବିର ପାଇଁ ଯୋଜନା   (12-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ବଲାଙ୍ଗିର ଜିଲ୍ଲା କମିଟିର ବୈଠକ    (11-Apr-2026)       ||      କଣ୍ଟାବାଞ୍ଜି ଠାରେ ଜାତୀୟ ସେଭେନ ବ୍ଲକ ଜାତୀୟ ସ୍ତରୀୟ ରେଫରୀ ପରୀକ୍ଷା ଶିବିର ଉଦଘାଟିତ    (11-Apr-2026)       ||      ପିଏମ୍ ଶ୍ରୀ ମହାରାଜା ଉଚ୍ଚବିଦ୍ୟାଳୟ ର ପଞ୍ଚ ସଖା ଶିକ୍ଷା ସେତୁ ନୂତନ କମିଟି ଗଠନ   (11-Apr-2026)       ||     

HOME   ଜିଲ୍ଲା

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬  ମହିଳା ଉଦ୍ୟୋଗୀତା ଓ ସାଂସ୍କୃତିକ ପରମ୍ପରାର ମହୋତ୍ସବ ଉଦ୍ଘାଟିତ 

10-Mar-2026



ନୂଆପଡ଼ା(ପରମେଶ୍ୱର ମେହେର): ଓଡ଼ିଶାର ମହିଳା ଉଦ୍ୟୋଗୀତା ସହିତ ସାଂସ୍କୃତିକ ପରମ୍ପରାକୁ ଆଗେଇ ନେବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ, ନୂଆପଡ଼ା ଓ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା–୨୦୨୬ ,ନୂଆପଡ଼ା ସ୍ଥିତ ନେସନାଲ ମହାବିଦ୍ୟାଳୟ ପଡ଼ିଆରେ ବର୍ଣ୍ଣାଢ଼୍ୟ ପରିବେଶରେ ଉଦ୍ଘାଟିତ ହୋଇଯାଇଛି। ଏହି ମେଳା ମାର୍ଚ୍ଚ ୧୦ ରୁ ୧୬ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ  ଆୟୋଜିତ ହେବ।  ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଉଦ୍ଘାଟନୀ ଉତ୍ସବ ସମାରୋହରେ ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡଲି ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l ସମ୍ମାନିତ ଅତିଥି ଭାବେ ନୂଆପଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଖଡ଼ିଆଳ ଅଜିଜ ଖାନ, ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ୱରୀ ସାହୁ, ଖରିଆର ରୋଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଡଃ ସୋନିଆ ଜୈନ ଓ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉମା ଠାକୁର ଉପସ୍ଥିତ ଥିଲେ।ପ୍ରଥମେ ବରେଣ୍ୟ ଅତିଥିମାନଙ୍କ ଦ୍ବାରା ମେଳାର ଶୁଭ ଉଦ୍ଘାଟନ କରାଯାଇଥିଲା। ପରେ ଅତିଥିମାନେ ଷ୍ଟଲଗୁଡ଼ିକ ପରିଭ୍ରମଣ କରି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ, ଘରୋଇ ଉତ୍ପାଦ, ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ବୁଲି ଦେଖିଥିଲେ।ପରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୂଜାର୍ଚ୍ଚନା ପରେ ସାଂସ୍କୃତିକ ସନ୍ଧ୍ୟାର ଶୁଭାରମ୍ଭ ହୋଇଥିଲା। ଆୟୋଜିତ ସଭାରେ ଅତିଥିମାନେ ମହିଳା ସଶକ୍ତିକରଣ ଓ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ଆର୍ଥିକ ଉନ୍ନତିରେ ଏପରି ମେଳାର ଗୁରୁତ୍ୱ ରହିଛି ବୋଲି  କହିଥିଲେ। ମେଳା ଉପଲକ୍ଷେ ଆୟୋଜିତ ଦୌଡ଼ ଡିଆଁ ଓ ମେହେନ୍ଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା l ମଞ୍ଚରେ ଅତିଥିମାନଙ୍କୁ ସ୍ମୃତି ଉପହାର ପ୍ରଦାନ କରାଯାଇଥିଲା।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଧନ୍ୟବାଦ ଅର୍ପଣ  କରିଥିଲେ l 
ପ୍ରଥମ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମରେ କୋମନାର ରାଧେଶ୍ୟାମ ଘୁମୁରା ଦଳ, ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ, ନୂଆପଡ଼ା କେଜିବିଭି  ବିଦ୍ୟାଳୟ , କୋଶଳ ଫୋକ ଏକାଡେମୀ, ମା ବିଣାପାଣି ବଜାସାଲ (କୋନାବିରା)  ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ କରି ଥିଲେ । ସେହିପରି ପ୍ରଥମ ଦିନ ସନ୍ଧ୍ୟାରେ ଆୟୋଜିତ ଷ୍ଟାର୍ ନାଇଟ୍ କାର୍ଯ୍ୟକ୍ରମରେ ପ୍ରସିଦ୍ଧ କଳାକାର ଭାଗ୍ୟଶ୍ରୀ, ଦେବେଶ ପତି ଓ ଶୁଭଲକ୍ଷ୍ମୀଙ୍କ ଆକର୍ଷଣୀୟ ଅର୍କେଷ୍ଟ୍ରା ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା। ଏହି ଅବସରରେ
ଜିଲ୍ଲାପାଳ ସାମ୍ବାଦିକମାନଙ୍କୁ କହିଥିଲେ ଯେ ସୁଭଦ୍ରା ଶକ୍ତି ମେଳା ମାଧ୍ୟମରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ଉତ୍ପାଦକୁ ବଜାର ସୁବିଧା ଯୋଗାଇବା ସହିତ ମହିଳା ସଶକ୍ତିକରଣକୁ ଆହୁରି ମଜବୁତ କରିବାର ଲକ୍ଷ୍ୟ ରହିଛି। ଜିଲ୍ଲାବାସୀଙ୍କୁ ବହୁ ସଂଖ୍ୟାରେ ମେଳାକୁ ଆସି ଷ୍ଟଲଗୁଡ଼ିକ ପରିଦର୍ଶନ କରିବା, ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ପଦାର୍ଥ କ୍ରୟ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେବାକୁ ସେ ଆହ୍ୱାନ କରିଥିଲେ।ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ମେଳାରେ ଜିଲ୍ଲା ଓ ରାଜ୍ୟର ପ୍ରାୟ ୩୦୦ ଉଦ୍ୟୋଗୀ ଓ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ତାଙ୍କର ହସ୍ତଶିଳ୍ପ, ଘରୋଇ ଉତ୍ପାଦ, ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି। ଏହା ସହିତ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଥିବାରୁ ମେଳା ପରିସର ଉତ୍ସବମୁଖର ହେବ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   13-Apr-2026
  ଜିଲ୍ଲା  
ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   13-Apr-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   13-Apr-2026
  ଜିଲ୍ଲା  
ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   13-Apr-2026
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   13-Apr-2026
  ଜିଲ୍ଲା  
*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   12-Apr-2026
  ଜିଲ୍ଲା  
କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   12-Apr-2026
  ଜିଲ୍ଲା  
*ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   12-Apr-2026
  ଜିଲ୍ଲା  
ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି   12-Apr-2026
  ଜିଲ୍ଲା  
ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି   12-Apr-2026
  ଜିଲ୍ଲା  
ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ   12-Apr-2026
  ଜିଲ୍ଲା  
ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା   12-Apr-2026

You Might Also Like