-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||     

HOME   ଜିଲ୍ଲା

ଶିଶୁ ,ଭବିଷ୍ୟତ ଭଗ୍ନାଂଶ ର ଭାଗଶେଷ, ଶିଶୁ ହସରେ ଦେଶ ହସେ ଅତାବିରା ଓଷ୍ଟା ବ୍ଲକ ସ୍ତରୀୟ ଶିଶୁମେଳା

14-Dec-2025



ରେଙ୍ଗାଲିକ୍ୟାମ୍ପ(ଆକାଶମିଶ୍ର): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ  ପତ୍ରାପାଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଓଷ୍ଟା ପକ୍ଷରୁ ଅତାବିରା ବ୍ଲକ ସ୍ତରୀୟ ଶିଶୁମେଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅତାବିରା ବ୍ଲକର ବିଭିନ୍ନ ହାଇସ୍କୁଲର ୨୫୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବ୍ଲକ୍ ଓଷ୍ଟl ସଭାପତି ବାଳମୁକୁନ୍ଦ ସାହୁ ଙ୍କ ସଭାପତିତ୍ଵ
ରେ ଆୟୋଜିତ ଏହାର ଉଦଘାଟନୀ ଉତ୍ସବରେ
 ସ୍ଥାନୀୟ ସରପଞ୍ଚ ଶେଷଦେବ ଛନ୍ଦ ମୁଖ୍ୟ ଅତିଥ୍‌ ରୂପେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ସ୍କୁଲ ପରିଚାଳନା କମିଟିର ସଭାପତି ମଦନ ମହାକୁର , ଓଷ୍ଟl ଜିଲ୍ଲା ଉପସଭାପତି ସଚ୍ଚିଦାନନ୍ଦ ପ୍ରଧାନ, ଯୁଗ୍ମ ସମ୍ପାଦକ ଯାଦବ ପ୍ରଧାନ, ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଟୁନା କର୍ଣ୍ଣ, ବ୍ଲକ୍ ଓଷ୍ଟା ସମ୍ପାଦକ ପ୍ରସନ୍ନ ବେହେରା ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚlସିନ ଥିଲେ। ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ପ୍ରଥମେ ସ୍ଥାନୀୟ ବିଦ୍ୟାଳୟ ର ପ୍ରତିଷ୍ଠାତା ସ୍ବର୍ଗତ ଯୋଗେନ୍ଦ୍ର ଗେଜୋ କ ସମାଧି ପୀଠରେ ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କୁ ସମ୍ମାନ ଜଣାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଶିକ୍ଷୟିତ୍ରୀ ରେବତୀ ବାଦି ଙ୍କ ନିର୍ଦ୍ଦେଶନା ରେ ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ ।
ଓଷ୍ଟ୍ଟା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବଳରାମ ସାହୁ ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ । ଏହି ଶିଶୁ ମହୋତ୍ସବ ରେ ଏକକ ନୃତ୍ୟ, ଏକକ ଅଭିନୟ, ଗଳ୍ପ ଲିଖନ , କବିତା ଆବୃତ୍ତି , କବିତା ଲିଖନ , ଚିତ୍ରାଙ୍କନ , କଣ୍ଠ ସଙ୍ଗୀତ , ତର୍କ, ସାଧାରଣ ଜ୍ଞାନ ଓ ବୁଦ୍ଧି ପରୀକ୍ଷା ଆଦି ୧୦ ଟି ବିଷୟରେ ପ୍ରତିଯୋଗିତା ହୋଇଥିଲା । ପ୍ରଥମେ ପ୍ରତିଯୋଗୀ ଙ୍କ ନାମ ପଞ୍ଜିକରଣ କରାଯାଇ ଥିଲା ।ଶିକ୍ଷୟିତ୍ରୀ ନିତୁ ମଲ୍ଲିକ ଓ ସୁନୀତା ମେହେର ପଞ୍ଜିକରଣ ଦାୟିତ୍ଵ ତୁଲାଇ ଥିଲେ ।ବିଚାରକ ଭାବରେ ଶିବାଜି ବିଶି, ସତ୍ୟାନନ୍ଦ ପ୍ରଧାନ, ଓକିଲ ପ୍ରଧାନ, ରାଧେଶ୍ୟାମ ପ୍ରଧାନ, ପର୍ଶୁରାମ ପାତ୍ର , ମେଦିନିକାନ୍ତ ସାହୁ,ଅମୂଲ୍ୟ କୁମାର ସାହୁ,ମନୋଜ ସାହୁ,ମନୋଜ ଭୋଇ,ଶଙ୍କର ବାରିକ ପ୍ରମୁଖ ବିଚାରକ ଭାବରେ ଦାୟିତ୍ଵ ତୁଲାଇ ଥିଲେ । ଏହି ଶିଶୁ ମହୋତ୍ସବର ଉଦଯାପନୀ ଉତ୍ସବରେ ଅତାବିରା ଓଷ୍ଟା ସଭାପତି ଶ୍ରୀଯୁକ୍ତ ସାହୁ ଙ୍କ ଅଧ୍ଯକ୍ଷତା ରେ ପୁରସ୍କାର ବିତରଣ ଉତ୍ସବ ହୋଇଥିଲା । ଉତ୍ସବରେ  
 ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସମବାୟ ସମିତି ର ସଭାପତି ନରେନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ , ଓଷ୍ଟl ରାଜ୍ୟ ସହ ସଂପାଦକ ଆଶୁତୋଷ ରଥ,ଜିଲ୍ଲା ସମ୍ପାଦକ ସଞ୍ଜୟ ସିଂ, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ଋଷୁଭ ହୋତା, ଜିଲ୍ଲା ଉପ ସଭାପତି ଅନୁସୂୟା ଦେବତା,ସରପଞ୍ଚ ଶ୍ରୀ ଛନ୍ଦ, ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କର୍ଣ୍ଣ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଆସନ ଅଳଙ୍କୃତ କରିଥିଲେ ।ସମ୍ପାଦକ ଶ୍ରୀଯୁକ୍ତ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ ।ଏହି ଉତ୍ସବରେ ଓଷ୍ଟା ପକ୍ଷରୁ ଅବସର ପ୍ରାପ୍ତ ଶିକ୍ଷକ ,ଦିଲୀପ ଶର୍ମା,ସନାତନ ପ୍ରଧାନ,ରଞ୍ଜନ ବିଶ୍ଵାଳ,ସୁନିଲ ଶତପଥୀ, ଶିକ୍ଷା କର୍ମଚାରୀ ମୀନକେତନ ପଶାୟତ ଓ ସନ୍ତୋଷ ପଟେଲ ଙ୍କୁ ସଂଘ ପକ୍ଷରୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ପ୍ରତି ପ୍ରତିଯୋଗିତା ରେ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା  ଯଥା ତର୍କରେ ଅଙ୍କିତା ଛନ୍ଦ , ଭାରତୀ ଭୁ ଏ, ପପିନ ସେଠ୍, କବିତା ଲିଖନରେ , ଦିବ୍ୟା ବାରିକ୍, ଚାନ୍ଦିନୀ ପ୍ରଧାନ, ତାନିଆ ରାଣୀ ପ୍ରଧାନ ,ଗଳ୍ପ ଲିଖନ ରେ ବସନ୍ତ ପଞ୍ଚବିହା , ଜୁଲି ଭୁ ଏ, ଭୂମିଶୁତା ସାହୁ ଓ ମୋନାଲିସା ବାରିକ୍ ,ସାଧାରଣ ଜ୍ଞାନରେ , ପ୍ରିୟଙ୍କା ପ୍ରିୟଦର୍ଶିନୀ କର୍ଣ୍ଣ ,ନମ୍ରତା ଭୋଇ , ଖୁସି ନାଏକ , ବୁଦ୍ଧି ପରୀକ୍ଷାରେ କାହ୍ନା ମିଶ୍ର,ଜିଜ୍ଞାସା ନନ୍ଦ, ଜସ୍ମିନ ଭୋଇ, ଚିତ୍ରାଙ୍କନ ରେ , ବାସୁଦେବ ସାହୁ, ରାଏମତି ବିଶି ଓ ଇସିକା ଦାଶ ,ଏକକ ଅଭିନୟରେ , ଇଶାନ୍ ପ୍ରଧାନ, ରଶ୍ମି ମହାପାତ୍ର ଓ ଦୀପିକା ମଲ୍ଲିକ , କଣ୍ଠ ସଙ୍ଗୀତରେ କୁସୁମ ଭୂଏ, ରୋଶନ ସେଟ୍ ଓ ସୁଦିକ୍ଷା ପ୍ରଧାନ, ଲକ୍ଷ୍ମୀ ବାରିକ୍, ଏକକ୍ ନୃତ୍ୟ ରେ ଅଞ୍ଚଳ ପ୍ରଧାନ,ଶୀତଳ ବେସନ, ଆଲିସା ମିଶ୍ର , କବିତା ଆବୃତ୍ତିରେ   ପ୍ରଞ୍ଜୁଲିକା କର୍ଣ୍ଣ ,ଇତିଶ୍ରୀ ମହାକୁର ଓ କରଣ ସାହୁ

ଆଦି କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ପ୍ରତ୍ୟେକ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି।ଏହି ସମସ୍ତ ପୁରସ୍କାର ପାରିଜାତ ଏଗ୍ରୋ କେୟାର ପ୍ରୋପାଇଟର ସଂଜୀବ ପରିଜା ପକ୍ଷରୁ ପ୍ରଦାନ କରାଯାଇଥିଲା।।।କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ହିଂମାଶୁ ଶେଖର ସାହୁ, ପୁରନ୍ଦର ପ୍ରଧାନ, ରବିନାରାୟଣ ପ୍ରଧାନ, ଚନ୍ଦ୍ରମଣି ସିଂ,ସଚ୍ଚିଦାନନ୍ଦ ପୂଜାରୀ, ସରମା ନାଏକ, ଦେବାନନ୍ଦ ସାହୁ, ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ , ଗ୍ରାମବାସୀ,ବିଦ୍ୟାଳୟ କମିଟିର ସଭ୍ୟ ସଭ୍ୟା ,ଛାତ୍ରଛାତ୍ରୀ ସକ୍ରିୟ ସହଯୋଗ କରିଥିଲେ । ପରି ଶେଷରେ ଶିକ୍ଷକ ସତ୍ୟବାନ୍ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026
  ଜିଲ୍ଲା  
ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ   26-Oct-2026
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026

You Might Also Like