-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||     

HOME   ଜିଲ୍ଲା

ପଂଜୀକରରଣରୁ ବାଦ ପଡ଼ିଥିବା ଚାଷୀଙ୍କ ଆସିଲା ଟୋକନ୍; ୫୦ ଦିନର ତାଲା ଦେବା ପରେ ଖୋଲିଲା ଝିଲିମିଣ୍ଡା ପ୍ୟାକ୍ସ ତାଲା

05-Dec-2025



ଅତାବିରା(ଆକାଶ ମିଶ୍ର): ପାରିବାରିକ ବଂଶାବଳୀ ଭଳି ଜଟିଳ ଚାଷୀ ପଂଜୀକରଣ ବ୍ୟବସ୍ଥା ଯୋଗୁଁ ବାଦ ପଡ଼ିଥିବା ଥିବା ୫ହଜାର ଚାଷୀ ଚାଷୀଙ୍କ ଟୋକନ ଆସିବାରେ ଲାଗିଛି। ଅତାବିରା ବ୍ଳକରେ ଝିଲିମିଣ୍ଡା ପ୍ରାଥମିକ କୃଷି ସେବା ସମିତିର ୪୮୨ ଜଣ ବାଦ ପଡ଼ିଯାଇଥିବାରୁ ଚାଷୀମାନେ ପତ୍ରାପାଲିସ୍ଥିତ ଅଫିସରେ ତାଲା ପକାଇଥିଲେ। ଗତ ଅଗଷ୍ଟରୁ ୨ଟି ପର୍ଯ୍ୟାୟ ରେ ୫୦ ଦିନ ତାଲା ପଡ଼ିଥିଲା। ଗତ କାଲି ପାଖାପାଖି ୩୦ ପ୍ରତିଶତ ଚାଷୀଙ୍କ ଟୋକନ ଆସିଥିବାରୁ ପ୍ରଶାସନିକ ଅଧିକାରୀ ପତ୍ରାପାଲିକୁ ଆସି ଚାଷୀଙ୍କ ସହ ଗୁରୁବାର ଆଲୋଚନା କରିବା ପରେ ବନ୍ଦ ପଡ଼ିଥିବା ତାଲା ଖୋଲିଛି। ଉପଜିଲ୍ଲାପାଳ ତଥା ଅତାବିରା ଆରଏମସି ଅଧ୍ୟକ୍ଷ ପ୍ରସନ୍ନ କୁମାର ପାଣ୍ଡେ, ଡ଼ିଆର୍ସିଏସ୍ ଯୁଗଳ କିଶୋର ଦାଶ, ସିଏସ୍ଓ ବ୍ୟୋମକେଶ ମାଝି, ଆରଏମ୍ସି ଭାରପ୍ରାପ୍ତ ସଂପାଦକ ଅଙ୍କିତ ପଣ୍ଡା ପତ୍ରପାଲି ଯାଇ ଚାଷୀଙ୍କ ସହ ଆଲୋଚନା କରିଥିଲେ। ପତ୍ରପାଲି ମାର୍କେଟ୍ ୟାର୍ଡରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ସଭାପତି ବୀରେନ୍ଦ୍ର କରଙ୍କ ଉପସ୍ଥିତିରେ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ପ୍ରକାଶ ଯେ, ଝିଲିମିଣ୍ଡା ପ୍ୟାକ୍ସ ଅଧିନସ୍ଥ ବୁଗବୁଗା ଓ ଜହ୍ନାପଡ଼ା ମୌଜାରେ ଚକବନ୍ଦି ଜମି ବନ୍ଦୋବସ୍ଥ ଯୋଜନା ଲାଗୁ ହୋଇ ନାହିଁ। ଚାଷୀ ପଂଜୀକରଣ ସମୟରେ ବଂଶାବଳୀ, ପରିବାର ଅନ୍ୟ ହକଦାରଙ୍କ ସହମତି ପତ୍ର ବ୍ୟାଧ୍ୟତା କରାଯାଇଥିଲା। ଯାହାକୁ ନେଇ ରାଜ୍ୟ ସାରା ଚାଷୀଙ୍କ ମଧ୍ୟରେ ଆକ୍ରୋଶ, ପ୍ରତିକ୍ରିୟା ଦେଖା ଦେଇଥିଲା। ଶେଷରେ ଅଗଷ୍ଟ ୧୮ ତାରିଖ ସେଲ୍ଫ ଡ଼ିକ୍ଳୋଦରେସନ୍ କରିହେବା ନେଇ ସରକାର ନିୟମ ଆଣିଥିଲେ। ଅଗଷ୍ଟ ୨୫ ତାରିଖ ସରଭର୍ ଡ଼ାଉନ୍ ହୋଇଯିବାରୁ ଏତେ ସଂଖ୍ୟକ ଚାଷୀକରଣରୁ ବାଦ ହୋଇଯାଇଥିଲେ। ଝିଲିମିଣ୍ଡାର ୩,୪୪୩ ଜଣ ଚାଷୀଙ୍କ ପଂଜୀକରଣ ହୋଇପାରିଥିବା ବେଳେ ବାଦ ପଡ଼ିଯାଇଥିବା ୪୮୨ ଜଣଙ୍କ ତାଲିକା ଉପରିସ୍ଥ ଅଧିକାରୀଙ୍କୁ ପଠାଯାଇଥିଲା। ଏହି ସମସ୍ୟା ଯୋଗୁଁ ଜିଲ୍ଲାସାରା ୫ ହଜାର ଚାଷୀ ବାଦ ପଡ଼ିଯାଇଥିଲେ। ଚାଷୀଙ୍କ ପଂଜୀକରଣ ନ ହେବାରୁ ପତ୍ରାପାଲି ଚାଷୀମାନେ ଅଗଷ୍ଟ ୨୬ ତାରିଖରୁ ତାଲା ପକାଇଥିଲେ। ଅନ୍ୟ ଚାଷୀଙ୍କ ସାର, ଋଣ ପରିଶୋଧ ନେବା ପାଇଁ ୧୮ ସେପ୍ଟେମ୍ବରରୁ ୨୭ ଅକ୍ଟୋବର ପର୍ଯ୍ୟନ୍ତ ଚାଷୀମାନେ ତାଲା ଖୋଲିଥିଲେ। ପଂଜୀକରଣରୁ ବାଦ ପଡ଼ିଯାଇଥିବା ଜିଲ୍ଲାର ପାଖାପାଖି ୫ ହଜାର ଚାଷୀଙ୍କ ପଂଜୀକରଣ କରିବା ନେଇ ସଂଯୁକ୍ତ କୃଷକ ସଂଗଠନ ଆହ୍ବାନକ୍ରମେ ବିଭିନ୍ନ ଚାଷୀ ସଂଗଠନ ଯୋଗ ଦେଇ ଗତ ମାସ ୧୧ ଦିନ ଧରି ଜିଲ୍ଲାପାଳଙ୍କ ସମ୍ମୁଖରେ ଦିନରାତି ଧାରଣ ଦେଇ ପ୍ରତିବାଦ କରିଥିଲେ। ସବୁ ବିଧାୟକ ଯାଇ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଶେଷରେ ଅତାବିରା ନିହାର ମହାନନ୍ଦ ବାଦ ପଡ଼ିଯାଇଥିବା ଚାଷୀଙ୍କ ପଂଜୀକରଣ ହେବା ନେଇ ନିର୍ଭର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଚାଷୀଙ୍କ ଦାବି ଆଗରେ ସରକାର ମୁ୍ଣ୍ଡ ନୁଆଇଁ ଟୋକନ ଇସ୍ୟୁ କରିଲା। ଗତ କାଲି କିଛି ଚାଷୀଙ୍କ ଟୋକନ ଆସିବା ପରେ ଗୁରୁବାର ପ୍ରଶାସନିକ ଅଧିକାରୀ ପତ୍ରାପାଲି ଯାଇ ଚାଷୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଚାଷୀଙ୍କ ଦାବିକୁ ସରକାରଙ୍କ ପାଖରେ ପହଂଚାଇଥିବାରୁ ଚାଷୀ ସଂଗଠନ, ପ୍ରଶାସନକୁ ଗ୍ରାମବାସୀ ଧନ୍ୟବାଦ ଜଣାଇଥିଲେ। ବ୍ୟବସ୍ଥିତ ଧାନ ସଂଗ୍ରହ ପାଇଁ ମାର୍କେଟ୍ ୟାର୍ଡ ଚାଷୀ କମିଟି ଗଠନ କରି କ୍ରମିକ ଅନୁସାରେ ଧାନ ବିକ୍ରି ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦେଇଥିଲେ। ଆଗାମୀ ଦିନରେ ଏପରି ପରିସ୍ଥିତି ଯେପରି ନ ଉପୁଜେ ସେ ନେଇ ଆଗୁଆ ତତ୍ବର ହେବାକୁ ଚାଷୀ ଅଧିକାରୀମାନେ ଅପିଲ୍ କରିଥିଲେ। ଓଡ଼ିଶା ରାଜ୍ୟ କୃଷକ ସଂଗଠନ ସଭାପତି ବୀରେନ୍ଦ୍ର କର ବାଦ ପଡ଼ିଯାଇଥିବା ଚାଷୀଙ୍କୁ ସୁଯୋଗ ଦେଇଥିବାରୁ ବିଧାୟକ ନୀହାର ମହାନନ୍ଦ ସମେତ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଚାଷୀଙ୍କ ଧାନ ତୁରନ୍ତ ଉଠାଇବାକୁ ଦାବି କରି ଥିଲେ। ଆଲୋଚନା ବେଳେ ଝିଲିମିଣ୍ଡା ପେକ୍ସ ସଭାପତି ହରେକୃଷ୍ଣ ପ୍ରଧାନ, ଚାଷୀ ଯୁଗଳ ସିଂ, ଆଶୁତୋଷ ଗେଜୋ, ନରସିଂହ ଗେଜୋ, ଭଗବାନ ପ୍ରଧାନ, କୁଳମଣି ସାହୁ, ଚୈତନ୍ୟ କର୍ଣ୍ଣ ପ୍ରମୁଖ ଯୋଗ ଦେଇଥିଲେ। ସଭାପରେ ୫୦ ଦିନ ତାଲା ପଡ଼ିଥିବା ପେକ୍ସ କାର୍ଯ୍ୟାଳୟ ଚାଷୀଙ୍କ ଉପସ୍ଥିତିରେ ଅଧିକାରୀମାନେ ତାଲା ଖୋଲିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026
  ଜିଲ୍ଲା  
ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ   26-Oct-2026
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026

You Might Also Like