-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||     

HOME   ଜିଲ୍ଲା

୫ ଏନ୍ ଏ ସି ଓ ୧ ମୁ୍ନିସିପାଲିଟି ଗଠନ ପାଇଁ ଅଧିସୂଚନା ଜାରୀ ହୋଇନାହିଁ । ସରକାରଙ୍କ ଆନ୍ତରିକତା ଉପରେ ସନେ୍ଦହ- ହେମନ୍ତ ପଣ୍ଡା

04-Dec-2025



ବଲାଙ୍ଗିର(ପ୍ରେରଣା ଖବର): ରାଜ୍ୟସରକାର ଇତିମଧ୍ୟରେ ୩୦ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ ଏ ସି ) ଓ ୮ ଟି ମୁ୍ନିସିପାଲିଟି ଗଠନ କରିଥିବା ତଥ୍ୟ ସୂଚନା ଅଧିକାର  କର୍ମୀ  ହେମନ୍ତ କୁମାର ପଣ୍ଡାଙ୍କୁ  ପ୍ରଦାନ କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନିର୍ବାଚନ ଶାଖା ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ପଣ୍ଡା କହିଛନ୍ତି ଯେ, ନୂତନ ୩୦ଟି ଏନ୍ ଏ ସି ଓ ୮ଟି ମୁ୍ନିସିପାଲିଟି  ଗଠନ କରାଯାଇଥିବା କଥା ସରକାର ଘୋଷଣା କରିଥିଲେ ମଧ୍ୟ ୪ଟି ଏନ ଏ ସି ଓ ୧ ଟି ମୁ୍ନିସିପାଲିଟି ପାଇଁ ଅଧିସୂଚନା ଜାରୀ କରାଯାଇ ନଥିବା ଜଣାଯାଇଛି। ସୂଚନା ଅଧିକାର ତଥ୍ୟକୁ ଆଧାର କରି ପଣ୍ଡା କହିଛନ୍ତି ଯେ, ପୌର ଆଇନ ୧୯୫୦ ଅନୁଯାୟୀ ଗତ ୧୬ ଅଗଷ୍ଟ ଦିନ ୧୨ଟି ନୂତନ ଏନଏସି ଯଥା ପାଲଲହଡା, ସିମୂଳିଆ, ବସ୍ତା, ତିହିଡି, ଧୂସୁରି, ବେତନଟି, ବାଙ୍ଗିରିପୋଷି, ଚିତ୍ରଡା, ବିଷମକଟକ, ବାମରା, ରେଙ୍ଗାଲି, ବୀରମହାରାଜପୁର ପାଇଁ ସରକାରୀ ଅଧିସୂଚନା ଜାରି କରିଥିବା ବେଳେ ୧ ସେପ୍ଟେମ୍ବର ଦିନ ୧୩ଟି ଯଥା – ସୋହେଲା, ସାଲେପୁର, ବଡମ୍ବା, ନରସିଂହପୁର, ଗଁଦିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ନର୍ଲା, ଜୟପାଟଣା, ଟାଙ୍ଗି, ବରିଗୁମ୍ମା ଓ ୨ଟି ମୁ୍ନିସିପାଲିଟି ପୋଲସରା, କରଞିଆ ଗଠନ ପାଇଁ ଅଧିସୂଚନା ଜାରୀ କରିଥିଲେ । କପ୍ତିପଦା ଏନ ଏ ସି ପାଇଁ ୮ ସେପ୍ଟେମ୍ବର ଦିନ, ନୂତନ ମୁ୍ନିସିପାଲିଟି ଆସ୍କା ପାଇଁ ୧୭ ସେପ୍ଟେମ୍ବର, କବିସୂର୍ଯ୍ୟନଗର ୧୦ ଅକ୍ଟୋବର, ଭଞନଗର ୧୪ ଅକ୍ଟୋବର, ବୌଦ୍ଧଗଡ ୧୬ ଅକ୍ଟୋବର, ଛତ୍ରପୁର ପାଇଁ ଯଥାକ୍ରମେ ୩୦ ଅକ୍ଟୋବର ଦିନ ରାଜ୍ୟ ସରକାର ଅଧିସୂଚନା ଜାରୀ କରିଥିଲେ । ଅଧିସୂଚନାରେ ସମ୍ପୃକ୍ତ ଏନ ଏ ସି ଓ ମ୍ୟୁନିସିପାଲିଟି ଅଞ୍ଚଳରେ ସାମିଲ ହେବାକୁ ଥିବା ରାଜସ୍ୱ ଗ୍ରାମ ଗୁଡିକୁ ଚିହ୍ନଟ କରାଯାଇ ସାମିଲ କରିବା ପାଇଁ ପ୍ରସ୍ତାବ ରଖା ଯାଇଛି । କିନ୍ତୁ ବଲାଙ୍ଗିର ଜିଲ୍ଲାର ଲୋଇସିଂହା, ଯାଜପୁରର ଚଣ୍ଡିଖୋଲ, ନୁଆପଡା ଜିଲ୍ଲାର ସିନାପାଲି, କୋମନା, ମୟୁରଭଞ ଜିଲ୍ଲାର ଯଶିପୁର ଏନ ଏ ସି ଏବଂ ନୁଆପଡାର ଖରିଆର ରୋଡ ମୁ୍ୟନିସିପାଲିଟି ଗଠନ ପାଇଁ ଅଧିସୂଚନା ଜାରୀ କରାଯାଇନଥିବା ତଥ୍ୟରୁ ଜଣା ପଡିଛି ବୋଲି ସୂଚନା କର୍ମୀ ପଣ୍ଡା କହିଛନ୍ତି । ନୁଆପଡା ନିର୍ବାଚନ ପ୍ରକ୍ରିୟା ସମାପ୍ତ ହୋଇଥିଲେ ମଧ୍ୟ କେତେକ ଏନ ଏ ସି ଓ ମୁ୍ନିସିପାଲିଟି ଗଠନ ପାଇଁ ପୌର ଆଇନ ଅନୁଯାୟୀ ଅଧିସୂଚନା ଜାରୀ କରାଯାଇ ନାହିଁ । ସିନାପାଲି, କୋମନା ଏନ ଏ ସି ଓ ଖରିଆର ରୋଡ ମୁ୍ନିସିପାଲିଟି ପାଇଁ  ନୁଆପଡା ଜିଲ୍ଲାପାଳଙ୍କ ରିପୋର୍ଟ ପ୍ରଦାନ କରି ନଥିବା ତଥ୍ୟରୁ ଜଣାଯାଇଛି । 

 


News Comment




Photo in News

Advertisment
Lastest News
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026
  ଜିଲ୍ଲା  
ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ   26-Oct-2026
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026

You Might Also Like