-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
11-Nov-2025
ବଲାଙ୍ଗୀର(ପ୍ରେରଣାଣଖବର): ସ୍ଥାନୀୟ ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ତରଫରୁ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କ ମାର୍ଗଦର୍ଶନରେ ତଥା ଜିଲ୍ଲା ବିଜ୍ଞାନ ତତ୍ଵାବଧାରକ ନବଘନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରଦର୍ଶନୀକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ଉଦଘାଟନ କରି ନିଜ ବକ୍ତବ୍ୟରେ ଏହି ପ୍ରଦର୍ଶନୀ କେବଳ ଏକ ଶିକ୍ଷାତ୍ମକ କାର୍ଯ୍ୟକ୍ରମ ନୁହେଁ ବରଂ ଭବିଷ୍ୟତ ନିର୍ମାଣ ପାଇଁ ଏକ ଅବସର ବୋଲି କହିବା ସହ ଏହି ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କୁ ଇଞ୍ଜିନିୟରିଂ, ଡାକ୍ତରୀ,ବୈଜ୍ଞାନିକ ଗବେଷଣା ଓ ନବ ଉନ୍ମେଷ
ମାଧ୍ୟମରେ ଭବିଷ୍ୟତରେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ ବୋଲି ମତବ୍ୟକ୍ତ କରିଥିଲେ। ତିନି ଦିନ ଧରି ହେବାକୁ ଥିବା ଏହି ପ୍ରକଳ୍ପ ପ୍ରଦର୍ଶନୀରେ ମାପ ସମ୍ବନ୍ଧୀୟ ୨୦ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଛି। ପବନର ଗତି ମାପିବା, ହାତରେ ଜାବୁଡି ଧରିବା, ହୃଦୟ ସ୍ପନ୍ଦନ ର ହାର, ଆର୍ଦ୍ରତା ମାପକ ଯନ୍ତ୍ର:ଆର୍ଦ୍ରତା ର ପରିମାଣ ନିର୍ଧାରଣ, ଗୋଟିଏ ସ୍ଥାନରେ ଉଚ୍ଚତା ମାପିବା ପ୍ରଣାଳୀ,ଜମିର କ୍ଷେତ୍ରଫଳ ମାପିବା, ବସ୍ତୁର ଆୟତନ ମାପିବା,ପାଏ ର ମୂଲ୍ୟ ନିର୍ଧାରଣ,ବୃତ୍ତ ର କ୍ଷେତ୍ରଫଳ ନିର୍ଧାରଣ,ବସ୍ତୁ ର ଆୟତନ ମାପିବା,ଶବ୍ଦର ତୀବ୍ରତା ମାପିବା, ଅଲଟ୍ରା ସୋନିକ ମାପ, ନଦୀର ପ୍ରବାହ ମାପ,ପିଏଚ ସ୍କେଲ,ଇନ୍ଦ୍ରିୟାଗ୍ରାହୀ ମାନବ ଶରୀର ର ଗଠନ,ପାଟର୍ନ ମେମୋରୀ,ମାଧ୍ୟାକର୍ଷଣ:ଜି ର ମାନ ନିର୍ଧାରଣ,ପ୍ରତିକ୍ରିୟା
ସମୟ, ଫୋଟୋ ଇଲାଷ୍ଟିସିଟି:ଚାପର ବିଶ୍ଳେଷଣ, ତାପମାତ୍ରା ମାପ,ପବନ ର ଗତି ମାପିବା ଆଦି ପ୍ରକଳ୍ପ ସ୍ଥାନୀତ ହୋଇଛି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ନୂତନ ନାୟକ ଙ୍କ ସମେତ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟତ୍ରୀ ସବିତା ମିଶ୍ର,ସ୍ୱରୂପା ସାମାନ୍ତରା, ସ୍ୱରୂପା ଦେ,ପ୍ରିୟମ୍ବଦା ଦେବ, ସୁମାଞ୍ଜଳି ସାହୁ, ଧରାଶ୍ରୀ ବେହେରା ପ୍ରମୁଖ ଙ୍କ ସମେତ ବିଜ୍ଞାନ ସଂଯୋଜକ ସୁଧାଂଶୁ ଶେଖର ସ୍ୱାଇଁ, ପ୍ରଦର୍ଶନୀ ଟେକନିସିଆନ ସମ୍ବିତ ରଥ, ସହଯୋଗୀ ଶୈଳେନ୍ଦ୍ର ଦାଶ ଛାତ୍ରଛାତ୍ରୀ ଙ୍କୁ ଏହି ପ୍ରଦର୍ଶନୀ ଦେଖିବା ସମୟରେ ସହଯୋଗ କରିଥିଲେ।ସ୍ଥାନୀୟ ବିଦ୍ୟାଳୟ ର ସମସ୍ତ ଛାତ୍ରୀଙ୍କ ସମେତ ପୃଥ୍ଵୀରାଜ ଉଚ୍ଚ ବିଦ୍ୟାଳୟ,ପିପି ଏକାଡେମୀର ଛାତ୍ରମାନେ ମଧ୍ୟ ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ।