-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
11-Nov-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ର ସମୀକ୍ଷା ବୈଠକ ୨୦୨୪/୨୫ ବନଖଣ୍ଡ ସଭା ଗୃହ ଠାରେ ଅନୁଷ୍ଟିତ ହୋଇ ଯାଇଛି l ଜଙ୍ଗଲ ର ସୁରକ୍ଷା ଓ ଉଜୁଡ଼ା ଜଙ୍ଗଲ ର ପୁନରୁଦ୍ଧାର ଲକ୍ଷ୍ୟ ନେଇ ଖଣ୍ଡିୟ ପରିଚାଳନା ଏକକ ଦ୍ୱାରା ଆୟୋଜିତ ଏହି ସମୀକ୍ଷା ବୈଠକ ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପ ରାଜ ସାହୁ ଯୋଗ ଦେଇଥିଲେ l ଓ ପ୍ରଥମେ ନିଜ ଗାଁ ଠୁ ପରିବର୍ତ୍ତନ ର କଥା ମୁଁ ଚିନ୍ତା କରେ ବୋଲି ଅନେକ ଉଦାହରଣ ଦେଇ ପରସ୍ପର ଭାଗିଦାରୀ ରେ ହିଁ ଜଙ୍ଗଲ ସୁରକ୍ଷା ସମ୍ଭବ ବୋଲି ଜିଲ୍ଲାପାଳ ଡ. ସାହୁ କହିଥିଲେ l ବିଭାଗ ର ସଫଳତା ପାଇଁ ପ୍ରଶଂସା କରି ଥିଲେ l ଜୀବନ ଟିଏ ଚାହୁଛନ୍ତି ତ ଗଛ ଟିଏ ଲଗାନ୍ତୁ, ଶାନ୍ତି ଚାହୁଛନ୍ତି ତ ଗଛ ଟିଏ ଲଗାନ୍ତୁ, ସ୍ୱାଵୀଲମ୍ବି ହେବାକୁ ଚାହୁଛନ୍ତି ତ ଗଛ ଟିଏ ଲଗାନ୍ତୁ, ଆଉ ସମଗ୍ର ପୃଥିବୀ ରେ ଶାନ୍ତି ଓ ସଦଭାବନା ସୃଷ୍ଟି କରିବାକୁ ଚାହାନ୍ତି ତ ଗଛ ଟିଏ ଲଗାନ୍ତୁ ବୋଲି ଜିଲ୍ଲାପାଳ ଡ଼. ସାହୁ ଏକ ହୃଦୟସ୍ପର୍ଶି ବାର୍ତ୍ତା ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବରେ ଜିଲ୍ଲା ବନ ଖଣ୍ଡ ଅଧିକାରୀ ଶ୍ରୀ ମଦନ ଲାଲ୍ ଶର୍ମା ଯୋଗ ଦେଇ ସୁବର୍ଣ୍ଣପୁର ଜିଲ୍ଲା ରେ ପାଞ୍ଚ ଗୋଟି ବ୍ଲକ ର ୮୪ ଗୋଟି ବନ ସୁରକ୍ଷା ସମିତି କୁ ବିଭାଗ ର ବିଭିନ୍ନ ପ୍ରକଳ୍ପ ରେ ସାମିଲ୍ କରାଯାଇଛି ବୋଲି ମତ ରଖି ଜଙ୍ଗଲ ର ପାର୍ଶ୍ୱ ବର୍ତ୍ତୀ ଅଞ୍ଚଳ ଲୋକ ଙ୍କ ଜୀବନ ଜୀବିକା ବୃଦ୍ଧି ପାଇଁ ଆୟ ର୍ବହିଭୁତ କାର୍ଯ୍ଯ ପାଇଁ ୧ କୋଟି କୋଡିଏ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି ବୋଲି ମତ ଦେଇଥିଲେ l ସୋନପୁର ବ୍ଲକ ର ମାଝୀ ମୁଣ୍ଡା, ଝାଙ୍କରପାଲି, ଓ ବିନିକା ବ୍ଳକ୍ ର ସାହାଜ ବାହାଲ, ନକଟା ମୁଣ୍ଡା ଓ ଉଲୁଣ୍ଡା ବ୍ଳକ୍ ର ବାଘ ପାଲି , ରଡ଼ିଆ ପାଲି ବନ ସୁରକ୍ଷା ସମିତି ଉତ୍ସର୍ଗୀକୃତ କାର୍ଯ୍ଯ କରୁ ଥିବା ବିଷୟ ଉଦାହରଣ ଦେଇ ଉପସ୍ଥିତ ସମସ୍ତ ବନ ସୁରକ୍ଷା ସମିତି ସଦସ୍ୟ ଓ ବିଭାଗୀୟ କର୍ମଚାରୀ ଙ୍କୁ ଶ୍ରୀ ଶର୍ମା ପ୍ରେରଣା ଦେଇଥିଲେ l ୨୦୧୮ ମସିହା ରେ ଜିଲ୍ଲା ରେ ଜଙ୍ଗଲ ର ସ୍ଥିତି କଣ ଥିଲା ଓ ୨୦୨୪ /୨୫ ରେ କେମିତି ଉନ୍ନତ ସ୍ଥିତି ରହିଛି ସେ ସବୁ ଏଲ ଇ ଡି ମାଧ୍ୟମ ରେ ଆଜି ଭିଡ଼ିଓ ପ୍ରଦର୍ଶନ କରା ଯାଇଥିଲା l ଅନ୍ୟତମ ଅତିଥି ଭାବେ ସି ଡି ଇ ଓ ଜିଲ୍ଲା ପରିଷଦ ଶ୍ରୀ ଅଶ୍ଵିନୀ କୁମାର ମେହେର , ସୋନପୁର ଏ ସି ଏଫ୍ ଗିରିଧର ନାଗ, ସମାଜ ସେବୀ ଗୋବିନ୍ଦ ମହାରଣା ଯୋଗ ଦେଇ ଜଙ୍ଗଲ ସୁରକ୍ଷା ବ୍ୟବସ୍ଥା ଉପରେ ବିଭିନ୍ନ ମତ ରଖି ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ l ଏସ ଏମ ଏସ ପ୍ରକାଶ କୁମାର ସାହୁ ଅତିଥି ସ୍ଵାଗତ କରି ଥିବା ବେଳେ ଏସ ଏମ ଏସ ସୌଭାଗ୍ୟ ରଞ୍ଜନ ସ୍ବାଇଁ ୨୦୨୪/୨୫ ର ଉନ୍ନୟନ ମୂଳକ କାର୍ଯ୍ଯ ସମୀକ୍ଷା ବିବରଣୀ ପ୍ରଦାନ କରିଥିଲେ l ବନ ସୁରକ୍ଷା ସମିତି ର ଜଣେ ସଫଳ ହିତାଧିକାରୀ ବିନିକା ଶିଆଳି ର ନାରାୟଣ ଭୋଇ ଜଙ୍ଗଲ ସୁରକ୍ଷା ସେବା ଉପରେ ନିଜର ଅନୁଭୁତି ପ୍ରକାଶ କରି ଥିଲେ l ବିନିକା ରେଞ୍ଜର ଡମ୍ବରୁ ଧର ପଧାନ, ସୁବଳୟା ରେଞ୍ଜର ଅବିନାଶ ବରିହା, ଉଲୁଣ୍ଡା ରେଞ୍ଜର ଦେବ ରାଜ ଛତ୍ରିଆ, ସୋନପୁର ଫରେଷ୍ଟର ଭକ୍ତ ବନ୍ଧୁ ମିଶ୍ର, ଦିନେଶ ପ୍ରସାଦ ମାଝୀ ଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l ସୋନପୁର ରେଞ୍ଜର ସୁବାଷ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l ସମୀକ୍ଷା ୨୦୨୪/୨୫ କୁ ନେଇ ଅତିଥି ଙ୍କ ଦ୍ଵାରା ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା l