-+91-9937148622 |
prerana_bgr@rediffmail.com |
Wednesday 12th November 2025 |
R.N.I. Regd No. ODIODI/2010/46693
Breaking News
12-Oct-2025
ଲୋଇସିଂହା, (ପ୍ରେରଣା ଖବର) ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଭାଲିଆମୁଣ୍ଡା ଖେଳ ପଡିଆଠାରେ ମାଁ ଗଜଲକ୍ଷ୍ମୀ ପୂଜା କମିଟି ଆନୁକୁଲ୍ୟରେ ଛଅ ଦିନ ଧରି ଚାଲିଥିବା ଆନ୍ତଃ ଜିଲା ଫୁଟବଲ ଟୁର୍ନାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଉକ୍ତ ଟୁର୍ନାମେଣ୍ଟରେ ଓଡିଶାର ବିଭିନ୍ନ ଜିଲାର ପ୍ରତିଷ୍ଠିତ ଆଠ ଟି ଫୁଟବଲ ଦଳ ଭାଗ ନେଇଥିଲେ। ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ସୋନପୁର ଏମ.ଏମ.ଏଫ.ସି ଓ ଫୁଲବାଣୀ ବି.ଏଫ.ଏ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସୋନପୁର ଦଳ ଫୁଲବାଣୀ ଦଳକୁ ୪-୦ ଗୋଲ ଦେଇ ଏକତରଫା ଭାବେ ବିଜୟ ହାସଲ କରି ଚାମ୍ପିୟନ ହୋଇଥିଲା l ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟଅତିଥି ଭାବେ ବିଜେଡ଼ି ନେତା ଆକାଶ ମିଶ୍ର ଯୋଗଦେଇ ଚମ୍ପିୟାନ ସୋନପୁର ଦଳ କୁ ନଗଦ ଦଶହଜାର ଟଙ୍କା ର ପୁରସ୍କାର ରାଶି ସହ ଚମ୍ପିୟନ ଟ୍ରଫି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ବାଦିବାହାଲ ସରପଞ୍ଚ ପ୍ରଶାନ୍ତ ତ୍ରିପାଠୀ ଯୋଗଦେଇ ଉପ ବିଜେତା ଦଳ କୁ ନଗଦ ସାତ ହଜାର ଟଙ୍କା ର ପୁରସ୍କାର ରାଶି ସହ ଉପ ବିଜେତା ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ବୁର୍ଡା ସରପଞ୍ଚ ସୁଦିପ ସା,କୁଶମେଲ ସରପଞ୍ଚ କସ୍ତୁବ ସାହୁ,ବାଦିବାହାଲ ସମିତିସଭ୍ୟ ଅଜିତ ବେହେରା ପ୍ରମୁଖ ଯୋଗଦେଇ ଟୁର୍ନାମେଣ୍ଟ ର ଶ୍ରେଷ୍ଠ ଖେଳାଳି ଭାବେ ସୋନପୁର ଦଳ ର ଦେବରାଜ ସା,ଫାଇନାଲ ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ ସୋନପୁର ଦଳ ର ବଣ୍ଟି ଙ୍କୁ ପୁରସ୍କୃତ କରିଥିଲେ ।ଏହି ଅବସରରେ ଲୋଇସିଂହା ମହକ ଟିଭି ପ୍ରତିନିଧି ମହେଶ କର, ସମାଜ ଖବରକାଗଜ ପ୍ରତିନିଧି ସାରଙ୍ଗ ଭୋଇ, ପ୍ରେରଣା ଖବର ପ୍ରତିନିଧି ବିନୋଦ ଦୀପ ଓ ସମସ୍ତ ମ୍ୟାଚ ରେଫରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର ଫାଇନାଲ ଖେଳ କୁ ସଂଜୀବ ସାହୁ, ସୁଶାନ୍ତ ବାଗ ଓ ଖୁଜାର ମହମ୍ମଦ ପରିଚାଳନା କରିଥିବା ବେଳେ କୁଲୁ ଭୋଇ ଧାରାବିବରଣୀ ପ୍ରଦାନ କରିଥିଲେ l