-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
03-Oct-2025
ବଲାଙ୍ଗିର(ଅନ୍ତର୍ଯ୍ୟାମୀ ସାହୁ) ବଲାଙ୍ଗିର ଜିଲ୍ଲା ଦେଓଗାଁ: ଶାରଦୀୟ ଦୁର୍ଗାପୂଜାକୁ ନେଇ ଚଳ ଚଞ୍ଚଳ ହୋଇ ପଡ଼ିଛି ଗାଁ ଠୁ ସହର। ଚାରି ପଟରେ ଥିବା ପୂଜା ମଣ୍ଡପ ଗୁଡ଼ିକ ମନ୍ତ୍ର ପାଠ ଜାରି ରହିଛି। ଆଜି ମଣ୍ଡପରେ ଦଶମୀ ପୂଜା କାର୍ଯ୍ୟ ସହ କନ୍ୟା ପୂଜନ ଅନୁଷ୍ଠିତ ହୋଇଯାଇଛି। ୯ ଜଣ କୁଆଁରୀ କନ୍ୟାକୁ ମା’ଙ୍କ ବେଶରେ ସଜ୍ଜିତ କରି କନ୍ୟା ପୂଜନ କରିଛନ୍ତି ପୂଜା କର୍ତ୍ତା।
ତେବେ ବଲାଙ୍ଗୀରଜିଲ୍ଲା ଦେଓଗାଁ ବ୍ଲକର ଦେଓଗାଁ ଜବହାର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଶାରଦୀୟ ପୂଜାରେ ହିନ୍ଦୁ ମୁସଲିମ୍ଙ୍କ ଭାଇଚାରାର ଝଲକ ଦେଖିବା ମିଳିଛି। ହିନ୍ଦୁ ବସ୍ତିରେ ଏହି ପୂଜାକୁ ୧୯୬୭ ମସିହାରେ ନବୀ ଖାନ୍ ନାମକ ଜଣେ ମୁସଲାନ୍ ଭକ୍ତ ଗାଁର ସ୍ବର୍ଗତ ଶ୍ରୀଧର ସାହୁ ,କିଶୋରୀ ଅଗ୍ରୱାଲଙ୍କ ସହ ମିଶି ପୂଜା ଆରମ୍ଭ କରିଥିଲେ । ଏବେ ବି ସେହି ପରମ୍ପରା ଜାରି ରହି ପୂଜା ହେଉଛି। ଚଳିତ ବର୍ଷ ଏହା ୫୮ ବର୍ଷରେ ପଦାର୍ପଣ କରିଛି।
ଅଚ୍ୟୁତ ଭଞ୍ଜ ଓ ମଞ୍ଜୁ ଲତା ଭଞ୍ଜ କର୍ତ୍ତା ଦାୟିତ୍ଵରେ ଥିବା ବେଳେ ପଣ୍ଡିତ ବାଲ କୃଷ୍ଣ କର ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି। ପୂଜାକୁ ଅଧିକ ଆକର୍ଷଣ କରିବା ପାଇ ସନ୍ଧ୍ୟା ଆଳତୀ ସହ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି।