-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଅପରାଧ

ହଷ୍ଟେଲ ଭିତରେ ଛାତ୍ରଙ୍କ ସନ୍ଦେହଜନକ ଅବସ୍ଥାରେ ଝୁଲନ୍ତା ମୃତ ଦେହ ଉଦ୍ଧାର: କଣ୍ଟାବାଞ୍ଜି ପୁଲିସ ଫୋରେନସିକ ଟିମ ସହ ତଦନ୍ତ ଆରମ୍ଭ କରିଛି

07-Sep-2025



କଣ୍ଟାବାଞ୍ଜି(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଁଳ ଗାଁ'ରେ ଥିବା ହରିଜନ ଆଦିବାସୀ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଭିତରେ ଜଣେ ନବମ ଶ୍ରେଣୀର ଛାତ୍ରଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି  ।  ପ୍ରାପ୍ତ ସୂଚନା ଅନୁଯାୟୀ ଆଜି କିଛି ଜଣ ଛାତ୍ରଙ୍କ ସ୍ଵାସ୍ଥ୍ୟବସ୍ଥା ଠିକ ନଥିବାରୁ ସ୍କୁଲ ଯାଇ ନଥିଲେ, ସେହି ଛାତ୍ର ମାନଙ୍କ ମଧ୍ୟରୁ ଜଣେ ଛାତ୍ର ପଙ୍ଖାରେ ଫାଶି ଲଗାଇ ଆତ୍ମହତ୍ଯା କରିଥିବା ସୂଚନା ଦେଇଥିଲେ ହଷ୍ଟେଲ ଦାୟିତ୍ଵରେ ଥିବା ସୁରେଶ ବେହେରା।  କିନ୍ତୁ କେଉଁ କାରଣରୁ ଆତ୍ମହତ୍ୟା କଲେ ଛାତ୍ର ଜଣକ ତାହା ସ୍ପଷ୍ଟ ରୂପେ ଜଣା ପଡ଼ି ନାହିଁ ।  ସେପଟେ ଛାତ୍ରଙ୍କ ଆତ୍ମହତ୍ୟା ଘଟଣାର ଖବର ପାଇ କଣ୍ଟାବାଞ୍ଜି ପୁଲିସ ଘଟଣା ସ୍ଥଳରେ ପହଞ୍ଚି, ବଲାଙ୍ଗିର ଫୋରେନସିକ ଦଳକୁ ଡ଼ାକି ତଦନ୍ତ ଆରମ୍ଭ କରିଛି, ହଷ୍ଟେଲରେ ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କର୍ମଚାରୀ ମାନଙ୍କୁ ନିଯୁକ୍ତ କରାଯାଇଛି, ତାହାରି ଭିତରେ ମଧ୍ଯ ଛାତ୍ରଛାତ୍ରୀ ସୁରକ୍ଷିତ ନଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି  ।  ଓ ନିଜ ନିଜର ପିଲା ମାନଙ୍କୁ ନେଇଯିବା ପାଇଁ ହଷ୍ଟେଲକୁ ପହଞ୍ଚି ଯାଇଛନ୍ତି, ଏତେ କର୍ମଚାରୀଙ୍କ ଉପସ୍ଥିତିରେ ଯଦି ଜଣେ ଛାତ୍ର ଆତ୍ମହତ୍ୟା କରିପାରୁଛନ୍ତି ତେବେ ଏହି କର୍ମଚାରୀଙ୍କ ଆବଶ୍ଯକତା କଣ ପାଇଁ ରହିଛି।  
 ହଷ୍ଟେଲ ଭିତରେ ନବମ ଶ୍ରେଣୀର ଜଣେ ଛାତ୍ରଙ୍କ ସନ୍ଦେହଜନକ ଅବସ୍ଥାରେ ଝୁଲନ୍ତା ମୃତ ଦେହ ମିଲୁଛି, ତେବେ କାଲିକି ଅନ୍ୟ କେହି ଛାତ୍ରଙ୍କ ମୃତ୍ୟୁ ନଘଟିବ ବୋଲି କିଛି ସନ୍ଦେହ ନାହିଁ  । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ହିଆଁଲ ଗାଁ'ରେ ଥିବା ୩୦୦ ଶଯ୍ୟା ବିଶିଷ୍ଟ ଅନ୍ଵେଷା ଛାତ୍ର ନିବାସରେ ଜଣେ ନବମ ଶ୍ରେଣୀର ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ମିଳିଥିବା ବେଳେ, ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି  । ପ୍ରାପ୍ତ ସୂଚନା ଅନୁଯାୟୀ ନବନ ଶ୍ରେଣୀର ଛାତ୍ର ଜଣକ ହେଉଛନ୍ତି ଆଦର୍ଶ ସେଠ, ରାଜ୍ୟ ସରକାରଙ୍କ ଅନ୍ଵେଷା ହଷ୍ଟେଲରେ ରହି କଣ୍ଟାବାଞ୍ଜିର ଏକ ଘରୋଇ ସ୍କୁଲରେ ପାଠ ପଢୁଥିଲେ ଛାତ୍ର ଜଣକ  । ଛାତ୍ରଙ୍କ ଗାଁ ହେଉଛି ବେଲପଡ଼ା ସଦର ବ୍ଳକ ତଳପଡ଼ାର ବିଧବା ମହିଳା ପାର୍ବତୀ ସେଠଙ୍କ ପୁଅ ଆଦର୍ଶ ସେଠ ବୋଲି ଯାହା ଜଣାପଡ଼ିଛି ।  ପରିବାର ଲୋକେ ପହଞ୍ଚିଥିବା ବେଳେ, ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଥିଲେ, ହଷ୍ଟେଲ ଭିତରକୁ ପରିବାର ଛଡ଼ା ଅନ୍ୟ କାହାରିକୁ ପ୍ରବେଶ କରାଇ ଦିଆଗଲା ନାହିଁ । ଯାହାକୁ ନେଇ ଗଣମାଧ୍ୟମ ପ୍ରତିନିଧି ଓ ପୁଲିସ ମାନଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିବା ଦେଖି ଉପଖଣ୍ଡ

ଆରକ୍ଷୀ ଅଧିକ୍ଷକ ଲକ୍ଷ୍ମୀ ନାରାୟଣ ମାରାଣ୍ଡି ପ୍ରତିକ୍ରିୟା ଦେବାକୁ ରାଜି ହୋଇଥିଲେ।  କଣ୍ଟାବାଞ୍ଜି ଏସଡ଼ିପିଓ ଶ୍ରୀ ମାରାଣ୍ଡି ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ଭାବେ ନ କହି କେବଳ ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଥିଲେ, ଯାହା ହତ୍ୟା ବୋଲି ଚାପି ଦେବାକୁ ଚେଷ୍ଟା ଚଳାଇଛନ୍ତି ବୋଲି ପରିବାର ଲୋକେ ସନ୍ଦେହ କରି ଅଭିଯୋଗ କରିଛନ୍ତି  । 
  ଛାତ୍ର ଜଣକ ପୂର୍ବରୁ ପାଟଣାଗଡ଼ ଓମ ଏଣ୍ଟରନେସନାଲ ସ୍କୁଲରେ ପାଠ ପଢୁଥିଲେ, କିନ୍ତୁ କୌଣସି କାରଣରୁ ଗତ ୫ ମାସ ହେବ କଣ୍ଟାବାଞ୍ଜିର ଏହି ଛାତ୍ର ନିବାସରେ ରହି ଷେଣ୍ଢ ଜାଭିୟର୍ସ ସ୍କୁଲର ନବମ ଶ୍ରେଣୀର ଛାତ୍ର ଥିଲେ ।  ଗତ ଏକ ବର୍ଷ ହେଲା ଆଦର୍ଶଙ୍କ ବାପା ବିଘ୍ନରାଜ ସେଠ ମଧ୍ୟ ଘରେ ଆତ୍ମହତ୍ୟା କରିଥିଲେ ବୋଲି ଯାହା ଜଣାପଡ଼ିଛି। ସେପଟେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ, ଯଦି ପୁଲିସ ଚାହିଁବ ତେବେ ମୃତ୍ୟୁର କାରଣ ଖୋଜି ବାହାର କରି ପାରିବ।  ସେପଟେ ଯଦି ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି ତେବେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଦାୟିତ୍ବ ହୀନତା ଯୋଗୁଁ ଏଭଳି ଘଟଣା ଘଟିଛି ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like