-+91-9937148622 |

prerana_bgr@rediffmail.com |

  Friday 30th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||     

HOME   ରାଜ୍ୟ

“ସମାଜ ସଚେତନ ଓ ପ୍ରତିକ୍ରୀୟାଶୀଳ ହେଲେ ନାରୀନିର୍ଯ୍ୟାତନା କମିବ”

24-Aug-2025



ବଲାଙ୍ଗୀର(ପ୍ରେରଣା ଖବର): ଯୁଗେ ଯୁଗେ ପୁରୁଷକେନ୍ଦ୍ରୀକ ସମାଜରେ ନାରୀମାନଙ୍କୁ ଦୁର୍ବଳା,ଅବଳା ଇତ୍ୟାଦି କହି ଅବହେଳା କରାଯାଇ ଆସିଛି । ନାରୀ ସମାଜ ସୃଷ୍ଟିର ମୂଳ ଆଧାର ଓ ପରିବାର ଗଠନରେ ସଂପୂର୍ଣ୍ଣ ସମର୍ପିର୍ତ କିନ୍ତୁ ତାକୁ ନିର୍ଯ୍ୟାତନା ସହିବାକୁ ପଡେ । ଆଜି ନାରୀମାନେ ଶିକ୍ଷିତ ଓ ସ୍ୱାବଲମ୍ବୀ ହେଲେଣି ତଥାପି ନିର୍ଯ୍ୟାତନାର କାହାଣୀ ସରୁନାହିଁ । ଦିନକୁ ଦିନ ସମାଜରେ କଳୁଷିତ ନାରୀ ଦୁଷ୍କର୍ମ,ନିର୍ଯ୍ୟାତନା ହତ୍ୟା ଭଳି ଘଟଣା ଘଟୁଛି । ତେଣୁୁ କେବଳ ଶିକ୍ଷିତ ହେଲେ ନୁହେଁ ସମାଜ ସଚେତନ ଓ ପ୍ରତିକ୍ରୀୟାଶୀଲ ହେଲେ ନାରୀନିର୍ଯ୍ୟାତନା କମିବ ବୋଲି ଆଜି ସ୍ୱର୍ଗତ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ୮୬ତମ ଜୟନ୍ତୀ ପାଳନ ଅବସରରେ ସତ୍ୟନାରାୟଣ ସ୍ମୃତିକମିଟି ପକ୍ଷରୁ 'ନାରୀ ନିର୍ଯ୍ୟାତନା ଓ ସଶକ୍ତିକରଣ' ଶୀର୍ଷକ ଆଲୋଚନାଚକ୍ରରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି l

ସ୍ମୃତି କମିଟିର ସଭାପତି ପ୍ରଦୀପ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱ ଓ ସଂପାଦକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବରେ ସାହିତ୍ୟିକ,କବି ତଥା ଦକ୍ଷପ୍ରଶାସକ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ, ସମ୍ମାନୀତ ଅତିଥି ଭାବରେ ବଲାଙ୍ଗୀର ପୌରାଧ୍ୟକ୍ଷଅ ଲିକା ସାହୁ,ଅତିଥି ବକ୍ତା ଭାବରେ ଓଟିଭି ଚେନାଲର ନ୍ୟୁଜଏଙ୍କର ସାମ୍ବାଦିକା ରାଜଶ୍ରୀ ସାହୁ ଓ ଅର୍ଗସ ନିଉଜ୍ 

ଚେନାଲର ଏଙ୍କର ସାମ୍ବାଦିକା ନିଳିମା ପ୍ରୀୟଦର୍ଶିନୀ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଡ.ସାହୁ ତାଙ୍କ ବକ୍ତବ୍ୟରେ କହିଲେ ଯେ, କେବଳ ଆଇନ ନାରୀ ନିର୍ଯ୍ୟାତନାକୁ ରୋକିପାରିବ ନାହିଁ । ସମାଜର ସବୁବର୍ଗର ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହୋଇ ଏଭଳୀ କଳୁଷିତ କାର୍ଯ୍ୟକୁ ପ୍ରତିବାଦ କଲେ ନାରୀ ନିର୍ଯ୍ୟାତନାର ମାତ୍ରା କମିବ। ସମାଜ ନିଷ୍କ୍ରିୟ ହେଲେ କଳଙ୍କିତ ନିର୍ଯ୍ୟାତିତ ସମାସ୍ୟା ବଢେ। ଅନେକଗୁଡିଏ ଜୀବନ୍ତଉଦାହରଣ ଦେଇ ଆମ ସମାଜ କିଭଳି ସବୁ ଅପକର୍ମକୁ ଆଖିବୁଜିଦେଇଛି ତାହାର ଅବତାରଣ କରିଥିଲେ। ତେଣୁ ସଚେତନତା ଓ ପ୍ରତିକ୍ରୀୟାଶୀଳ ହୋଇ ପ୍ରତିବାଦ କଲେ ନାରୀ ନିର୍ଯ୍ୟାତନାକୁ କମାଇ ହେବ ବୋଲି ମୁଖ୍ୟଅତିଥି ଡ.ସାହୁ କହିଥିଲେ। ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ତାଙ୍କ ବକ୍ତବ୍ୟରେ ଆଜି ନାରୀ ମାନେ ବିଭିନ୍ନ କ୍ଷେତ୍ରରେ କିଭଲି ଶିକ୍ଷିତ ଓ ସଚେତନଶୀଳ ହୋଇ ନିଜର ପରାକାଷ୍ଠା ଦେଖାଉଛନ୍ତି ସେ ଉପରେ ବର୍ଣ୍ଣନା କରିଥିଲେ । ନାରୀଶିକ୍ଷା ବଢୁଛି ଓ ସମାଜରେ ନାରୀମାନଙ୍କ ଭୂମିକା ବଢି ସଶକ୍ତ ହେଉଛନ୍ତି ବୋଲି ସେ ମତବ୍ୟକ୍ତ କରି ଥିଲେ। ଅତିଥିବକ୍ତା ରାଜଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ନାରୀ ମାନେ ଆଉ ବେଚାରୀ ହୋଇ ବଞ୍ଚିବାକୁ ଚାହୁଁନାହିଁନ୍ତି ବରଂ ବିଚାରବ୍ୟକ୍ତ କରୁଛନ୍ତି ବୋଲି କହିଥିଲେ। ମହିଳାମାନେ ନିଜେ ନିଜକୁ ସଶକ୍ତ କରୁଛନ୍ତି ଓ ସମାଜରେ ପ୍ରତିଷ୍ଠିତ ହୋଇ ପାରୁଛନ୍ତି । ସେମାନଙ୍କୁ ପରିବାରର ବିଶ୍ୱାସ ଓ ସାମାଜର କେବଳ ସହାୟତାର ହାତର ଆବଶ୍ୟକତା ରହିଛି ବୋଲି କହିଥିଲେ। ଠିକ ସେହିପରି ନିଳିମା ପ୍ରୀୟଦର୍ଶୀନୀ ତାଙ୍କ ବକ୍ତବ୍ୟରେ ଆତ୍ମବିଶ୍ୱାସ ହିଁ ନାରୀକୁ ସଫଳତା ଦେଇପାରିବ । କାହାର ଚାପ, ବାହାର ଲୋକଙ୍କ ଆଲୋଚନାକୁ ନେଇ ନିଜକୁ ସଙ୍କୁଚିତ କରିବା ନାହିଁ ବରଂ ଏକ ଉଦାର ହୃଦୟରେ ନିଜର କର୍ତ୍ତବ୍ୟ କରିଚାଲିବା। ନିଜେ ନିଜର ସୀମାସରହଦ ଭିତରେ ରହି ସମାଜିକ ବ୍ୟବସ୍ଥାକୁ ମୁକାବିଲା କରିବା ଓ କେବେ ବି ହାର ମାନିବାର ମାନସିକତା ରଖିବା ନାହିଁ ବୋଲି ଆହ୍ୱାନ ଦେଇଥିଲେ । ସ୍ମୃତିକମିଟିର ସଭ୍ୟ ବରିଷ୍ଠ ସାମ୍ବାଦିକ ଓଟିଭିର ପଶ୍ଚିମଓଡିଶା ବ୍ୟୁରୋଚିଫ ମନୋରଂଜନ ଯୋଷୀ ତାଙ୍କ ବକ୍ତବ୍ୟରେ ନାରୀମାନେ ଚରିତ୍ରବାନ ଓ ସଚେତନଶୀଳ ହେଲେ ନାରୀନିର୍ଯ୍ୟାତନାକୁ ରୋକାଯାଇ ପାରିବ ବୋଲି କହିଥିଲେ ।

ରାମାୟଣରେ ସୀତାଙ୍କ ଚରିତ୍ର ଯେଭଳି ମହାପ୍ରତାପୀ ରାବଣକୁ ସମ୍ମୋହିତ କରିବାରୁ ପ୍ରତିରୋଧ କରିପାରିଥିଲା ମହିଳାମାନେ ନିଜକୁ ସେଭଳି ଚରିତ୍ରବାନ କରି ଗଠନ କରିବାକୁ ଆହ୍ୱାନ ଦେଇଥିଲେ । ଏହା ସହିତ କେତେକ ଆଦିବାସୀ ସମାଜରେ ଯେଭଳି ପୁରୁଷମାନେ ତାଙ୍କ ପତ୍ନୀଙ୍କୁ ସୁରକ୍ଷାଦେବାକୁ ଯତ୍ନବାନ ହୋଇଥାନ୍ତି ଆଜିର ସମାଜ ସେଭଳି ହେବାକୁ ମତଦେଇଥିଲେ । ଏହି ଅବସରରେ ଡ.ନୃପରାଜ ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ “ସତ୍ୟନାରାୟଣ ବେହେରା ସ୍ମୃତିସମ୍ମାନ” ପ୍ରଦାନ କରାଯାଇଥିଲା। ଶେଷରେ ସାମ୍ବାଦିକ ବିଭୁକଲ୍ୟାଣ ଗଡତ୍ୟା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ନାଗରିକ କମିଟିର ସଭାପତି ଡ.ଶ୍ରୀକର ମିଶ୍ର, ଲେଖିକା ଡ.ମଞ୍ଜୁବାଳା ପଣ୍ଡା, ସାମ୍ବାଦିକ ସୁଭାଷଚନ୍ଦ୍ର ପଣ୍ଡା, ସାମ୍ବାଦିକ ସଂଘର ସଭାପତି ଶିବପ୍ରସାଦ ପରିଡା, ପୂର୍ବତନ ସଭାପତି ଦିଲିପ ପୁରୋହିତ, ହରିନାରାୟଣ ପୂଝାରୀ, ଶରତ ମିଶ୍ର, ଆନନ୍ଦ ସାହୁ, ସନ୍ଦିପ କୁଅଁର, ତରୁଣ ସାହୁ, ଦୀପକ ପୁରୋହିତ,ଶରତ ମହାକୁର, ସୁନିଳ ମହାନ୍ତି, ଯୁଧିଷ୍ଠୀର ମେହେର, ଗୁପ୍ତେଶ୍ୱର ପୃଷ୍ଟି, କ୍ରୀଡା ସଂସଦର କୃଷ୍ଣଚନ୍ଦ୍ର ପଣ୍ଡା,ସୁଧିର ପଣ୍ଡା, ପଦ୍ମଲୋଚନା ଆଚାର୍ଯ୍ୟ, କବି ଭାଗିରଥି ମିଶ୍ର,ସନାତନ ଠାକୁର,ଶଶିଭୂଷଣ ତ୍ରୀପାଠୀ, ହିମାନୀ ତ୍ରୀପାଠୀ,ରଶ୍ମିତା ପାତ୍ର,ସ୍ୱର୍ଗତ ବେହେରାଙ୍କ ପୁଅ ସୁଧାକର ବେହେରା, ସୁନୀଲ ବେହେରାଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଯୋଗଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026
  ଜିଲ୍ଲା  
କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   29-Oct-2026
  ଜିଲ୍ଲା  
ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   29-Oct-2026
  ଜିଲ୍ଲା  
ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   29-Oct-2026

You Might Also Like