-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||     

HOME   ଜିଲ୍ଲା

ଗନ୍ଧମାର୍ଦ୍ଦନ ଅଂଚଳ ପରିଦର୍ଶନ କରିବାକୁ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ।।

19-Aug-2025



ବରପାଲି (ସୁଦାମ ଦୀପ)
ଗନ୍ଧମାର୍ଦ୍ଦନ ଅଂଚଳ ପରିଦର୍ଶନ କରିବାକୁ ମହାମହିମ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କଲେ ସାଂସଦ ପ୍ରଦୀପ ପୁରୋହିତ । ଆଜି ରାଷ୍ଟ୍ରପତି ଭବନରେ ମହାମହିମଙ୍କୁ ଭେଟି ନିମନ୍ତ୍ରଣ କଲେ ପ୍ରଦୀପ ପୁରୋହିତ । ଏହାସହ ପର୍ବତରେ ଥିବା ନୃସିଂହନାଥ ମନ୍ଦିର ଆସିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆମନ୍ତ୍ରଣ କଲେ ବରଗଡ଼ ସାଂସଦ । ସାକ୍ଷାତ ସମୟରେ ଗନ୍ଧମାର୍ଦ୍ଦନକୁ ନେଇ ହୋଇଥିବା ଐତିହାସିକ ଆନ୍ଦୋଳନକୁ ନେଇ ଦ୍ରୌପଦୀ ମୁର୍ମୁଙ୍କ ସହ ଆଲୋଚନା କରିଥିଲେ । ଦେଶ ସ୍ୱାଧୀନ ହେବା ପରେ ଉତ୍ତରାଖଣ୍ଡର ଚିପ୍କୋ ଆନ୍ଦୋଳନ ଓ କେରଳର ସାଇଲେଣ୍ଟ ଭାଲି ଆନ୍ଦୋଳନ ପରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ହେଉଛି ତୃତୀୟ ଜନ ଆନ୍ଦୋଳନ । ଏହି ଆନ୍ଦୋଳନ ଫଳରେ ପରିବେଶ ସହ ଜନଜାତି ମାନଙ୍କୁ ସୁରକ୍ଷା ମିଳିପାରିଥିଲା । ଏହି କ୍ରମରେ ୧୯୮୦ ତତ୍କାଳୀନ କଂଗ୍ରେସ ସରକାର ସମୟରେ ଐତିହାସିକ ବାଲକୋ ଆନ୍ଦୋଳନ ହୋଇଥିଲେ । ଏଥିରେ ୫୦ ହଜାରରୁ ଅଧିକ ଜନଜାତି, ସାଧୁସନ୍ଥ, ବୁଦ୍ଧିଜୀବୀଙ୍କ ସହ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଥିଲେ । ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ବର୍ତ୍ତମାନର ସାଂସଦ ପ୍ରଦୀପ ପୁରୋହିତ । ଆନ୍ଦୋଳନରେ ଗନ୍ଧମାର୍ଦ୍ଦନର ପବିତ୍ରତା ଓ ପରିବେଶ ବଞ୍ଚାଇବାରେ ସେ ଐତିହାସିକ ଭୂମିକା ନେଇଥିଲେ । ଯାହାଫଳରେ ଗନ୍ଧମାର୍ଦ୍ଦନ ଓ ଏଠାକାର ବାସିନ୍ଦାଙ୍କୁ ସୁରକ୍ଷା ଦିଆଯାଇପାରିଥିଲେ । ଆଜି ବି ଗନ୍ଧମାର୍ଦ୍ଦନ ଅଂଚଳ ଓ ଆଖପାଖରେ ୫୦ ହଜାରରୁ ଅଧିକ ଆଦିବାସୀ ଏବଂ ଗ୍ରାମବାସୀ ବସବାସ କରୁଛନ୍ତି । ଯେଉଁମାନଙ୍କର ଜୀବୀକା ଜଙ୍ଗଲ, ଔଷଧୀୟ ବୃକ୍ଷ ଓ ପ୍ରାକୃତିକ ପରିବେଶ ଉପରେ ଆଧାରିତ । ଦୁର୍ଭାଗ୍ୟବଶତଃ ଆଜି ବି ଏମାନେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ବହୁ ପଛରେ ଅଛନ୍ତି । ଯଦି ଏଠାରେ ଆଧ୍ୟାତ୍ମିକ ପର୍ଯ୍ୟଟନ, ପରିବେଶ ପର୍ଯ୍ୟଟନ ଓ ଅଂଚଳର ବିକାଶ ହୋଇପାରିଲେ ଏହି ଅଂଚଳ ନୂଆ ପରିଚୟ ସୃଷ୍ଟି ପାଇପାରିବ ବୋଲି ରାଷ୍ଟ୍ରପତିଙ୍କୁ ଜଣାଇଛନ୍ତି ପ୍ରଦୀପ ପୁରୋହିତ । ଆଦିବାସୀ ସଂସ୍କୃତି ସହ ଗନ୍ଧମାର୍ଦ୍ଦନ ପର୍ବତ ଯୋଡ଼ି ହୋଇ ରହିଥିବାରୁ ଅନୁକୁଳ ସମୟ ଦେଖି ପର୍ବତରେ ଥିବା ନୃସିଂହନାଥ ମନ୍ଦିର ଆଗମନ ପାଇଁ ଦ୍ରେୀପଦୀ ମୁର୍ମୁଙ୍କୁ ବିନମ୍ର ନିବେଦନ କରିଛନ୍ତି ବରଗଡ଼ ସାଂସଦ । ରାଷ୍ଟ୍ରପତିଙ୍କ ଆଗମନ ଏହି ଅଂଚଳ ପାଇଁ ଐତିହାସିକ ଓ ଅବିସ୍ମରଣୀୟ ହେବ ବୋଲି କହିଛନ୍ତି ବରଗଡ଼ ସାଂସଦ । ରାଷ୍ଟ୍ରପତି ଗନ୍ଧମାର୍ଦ୍ଦନ ଆସିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ରାଷ୍ଟ୍ରପତିଙ୍କୁ ସାକ୍ଷାତ ସମୟରେ ସାଂସଦ ପ୍ରଦୀପ ପୁରୋହିତଙ୍କ ସହ ତାଙ୍କ ଧର୍ମପତ୍ନୀ ପ୍ରତିମା ପୁରୋହିତ, ଦ୍ୱାରିକା ପ୍ରସାଦ ପଣ୍ଡା ଓ ଅନ୍ନପୂର୍ଣ୍ଣା ପଣ୍ଡା ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026

You Might Also Like