-+91-9937148622 |

prerana_bgr@rediffmail.com |

  Tuesday 20th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||     

HOME   ରାଜ୍ୟ

ଅମାବାସ୍ୟାର ଅନ୍ଧକାରରେ ଡୁଙ୍ଗୁରିପାଲି ଡ଼ାକ୍ତରଖାନା 

20-Jul-2025



ଡୁଙ୍ଗୁରିପାଲିରୁ ଅରବିନ୍ଦ ମିଶ୍ରଙ୍କ ରିପୋର୍ଟ

ଡୁଙ୍ଗୁରିପାଲି, କିଟ୍ କିଟ୍ ଅନ୍ଧାର । କିଛି ଦେଖାଯାଇନି । କିଏ ଜଣେ ମୋବାଇଲର ଲାଇଟ୍ ସୁଇଚ୍ ଅନ୍ କଲେ ଲାଇନ୍ ଆସିଗଲା କି ବୋଲି କୁହାକୁହି ହେଉଛନ୍ତି। ହେଲେ ମୋବାଇଲ ଲାଇଟ୍ କେତେ ସମୟ ଧରି ଚାଲିବ ? ଲାଇନ୍ ଗଲେ ଆସିବାର ନା ଧରୁନି I ଜେନେରେଟର କାମ କରୁନି । ୨୪ ଘଣ୍ଟିଆ ଜରୁରୀକାଳୀନ ସ୍ଥାନରେ ବିଜୁଳି ନାହିଁ ।

ଏଭଳି ଦୂରାବସ୍ଥା ଓ କିଛି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଡାକ୍ତରଖାନାରେ ।
ବର୍ଷା ଦିନ I ବର୍ଷା ଦିନରେ ବର୍ଷା ନହେବ ଆଉ କଣ ଶୀତ ହେବ କି ? ଏଥି ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ଏହାର ସୂବ୍ୟବସ୍ଥା କରିବା କଥା। କିନ୍ତୁ ଡୁଙ୍ଗୁରିପାଲି ଡାକ୍ତରଖାନା ନାହିଁ ନାହିଁରେ ଚାଲିଛି। ବର୍ଷା ଦିନ ପୂର୍ବରୁ ଜେନେରେଟର ସଜଡ଼ା ଯିବା କଥା। ଏହାର ବ୍ୟାଟେରୀ ଚାଲୁଛି କି ନାହିଁ ପରୀକ୍ଷା କରାଯିବା କଥା। ଚିକିତ୍ସା ସୁବିଧା ପାଇଁ ସମସ୍ତ ସୁବିଧା କରିବା  ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ  ଦାୟିତ୍ଵ l ଏହି ପରିପ୍ରେକ୍ଷୀରେ ଡୁଙ୍ଗୁରିପାଲି ଭଳି ବ୍ଲକ ମୁଖ୍ୟାଳୟ ଡାକ୍ତରଖାନରେ ଘଣ୍ଟା ଘଣ୍ଟା ଧରି ବିଜୁଳି ଗାଏବ୍ ରହିବା ସାଧାରଣରେ ଆଲୋଚ଼ନ ସୃଷ୍ଟି କରିଛି I ଡାକ୍ତରଖାନା ଅନ୍ଧାରମୟ ହେବା ଯୋଗୁଁ ରୋଗୀ ତଥା ସମ୍ପର୍କୀୟ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେବଳ ଆଜି ନୁହେଁ ବର୍ଷା ଦିନ ଆରମ୍ଭରୁ ଡାକ୍ତରଖାନାରେ ବିଦ୍ୟୁତ ବିଭ୍ରାଟ ଦେଖିବାକୁ ମିଳୁଛି।  କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ସମାଧାନ କରାଯାଇନାହିଁ । ରୋଗୀ କଲ୍ୟାଣ ସମିତି ବୈଠକ ବସୁଛି,  ବୈଠକରେ ସମସ୍ୟା ଉଠୁଛି କିନ୍ତୁ ସମାଧାନ ହେଉନାହିଁ। ରାଜ୍ୟ ତଥା କେନ୍ଦ୍ର ସରକାର ସ୍ବାସ୍ଥ୍ୟ ବ୍ୟବସ୍ଥା ର ଉନ୍ନତି ଦିଗରେ ଗୁରୁତ୍ବ ଦେଉଥିବା କହୁଛନ୍ତି । ଏଥି ପାଇଁ ବିପୁଳ  ଅନୁଦାନ ଦିଆଯାଉଥିବା ହାଯାଉଛି । କିନ୍ତୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ବତି ଗୁଲ୍ ହେବା କଥାକୁ ସହଜରେ ଗ୍ରହଣ କରାଯାଇ ପାରୁନାହିଁ। ଡାକ୍ତରଖାନା ଅନ୍ଧାରରେ ରହିବା ଯୋଗୁଁ ଚିକିତ୍ସା କ୍ଷେତ୍ରରେ ବ୍ୟାପକ ବ୍ୟାଘାତ ସୃଷ୍ଟି ହୋଇଥିଲା। ତୀର୍ଘ ସମୟ ଧରି ଚିକିତ୍ସାଧୀନ ରୋଗୀ ଚିକିତ୍ସାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଠିକ୍ ସମୟରେ ସାଲାଇନ, ମେଡିସିନ ପ୍ରଦାନ କରାଯାଇ ନଥିବା ବେଳେ ଜରୁରୀ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ମୋବାଇଲ ଟର୍ଚ୍ଚ ରେ ଚିକିତ୍ସା କରାଯାଇଥିବା ଅଭିଯୋଗ ହୋଇଛି । ଯଦି ୨୪ ଘଣ୍ଟିଆ ଜରୁରୀ ସରକାରୀ ସ୍ବାସ୍ଥ୍ୟ ସେବା ଅନୁଷ୍ଠାନରେ ଏଭଳି ବ୍ୟତିକ୍ରମ ଦେଖାଯାଏ ତାହେଲେ ଏଠି ଦୋଷୀ କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
ସୂଚନାଯୋଗ୍ୟ ଯେ,  ଡୁଙ୍ଗୁରିପାଲି ଅଞ୍ଚଳରେ ବର୍ଷା ହେବାରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି । ସନ୍ଧ୍ୟାରୁ ବିଦ୍ୟୁତ ନଥୁବା ବେଳେ ଡାକ୍ତରଖାନାରେ ଜେନେରେଟର କେବେ ଚାଲିବ ବୋଲି ରୋଗୀ ଓ ସମ୍ପର୍କୀୟ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ତୁରନ୍ତ ଏହାର ଆସୁ ସମାଧାନ କରିବା ପାଇଁ ଜନସାଧାରଣରେ ଦାବି ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026

You Might Also Like