-+91-9937148622 |

prerana_bgr@rediffmail.com |

  Sunday 25th January 2026 |

| | | |

R.N.I. Regd No. ODIODI/2010/46693

Breaking News

ବଡ଼ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ବାଳିକା ଦିବସ ପାଳିତ   (24-Jan-2026)       ||      *୩୭ ତମ ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ - ସୁନ୍ଦରଗଡ ଦଳ ସେମି ଫାଇନାଲ ରେ ପ୍ରବେଶ* -   (24-Jan-2026)       ||      ବୋଡ଼େନ୍ ରେ ପାତାଳଗଙ୍ଗା ମହୋତ୍ସବ: ନୂଆପଡ଼ା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା   (24-Jan-2026)       ||      ଗାନ୍ଧୀଜୀ ଓ ନେତାଜୀଙ୍କ ବୈଚାରିକ ବିଭେଦକୁ ବ୍ୟକ୍ତିଗତ ବିବାଦର ରୂପ ଦିଆଯାଉଛି   (24-Jan-2026)       ||      ଲୋଇସିଂହା ଆଦିବାସୀ ଭବନ ଠାରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   (24-Jan-2026)       ||      ଜାତୀୟ ଶିଶୁ କନ୍ୟା ଦିବସରେ ସରକାରୀ ଶୁଖା ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଦ୍ୱାରା ଏକ ଅଭିନବ ନୁକ୍ଲଡ ନାଟକ ପ୍ରଦର୍ଶନ   (24-Jan-2026)       ||      କୁକୁଡାଗାଲି ଉପରେ ଚଢାଉ , ୫ ଗିରଫ   (24-Jan-2026)       ||      *ଆସନ୍ତା କାଲି ଠାରୁ ଶ୍ରୀ ଶ୍ରୀ ବଡ଼ ଗୋପାଳ ଜୀ ମହାପ୍ରଭୂଙ୍କ ଭବ୍ୟ ଉତ୍ସବ ଆରମ୍ଭ* - *ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ମହନ୍ତ ମହାରାଜ*-   (24-Jan-2026)       ||      ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଧାରଣ ପରିଷଦ ବୈଠକ, ବଲାଙ୍ଗୀରେ ପ୍ରସ୍ତାବିତ ନୂତନ ସିଭିଲ କୋର୍ଟ କୋଠା ନିର୍ମାଣ ନେଇ ଆଲୋଚନା   (24-Jan-2026)       ||      ବଲାଙ୍ଗୀର ପଲ୍ଲିଶ୍ରୀ ମେଳା ■ ୧କୋଟି ୩୦ଲକ୍ଷ ଟଙ୍କାର ବେପାର ■ ଯୋଗଦେଇଥିଲେ ୧୧ଟି ରାଜ୍ୟର ୩୦୩ ଗ୍ରୁପ   (24-Jan-2026)       ||      ଯୋଗୀସର୍ଡ଼l ପଂଚାୟତ ପରିସରରେ ଜଳ ଅର୍ପଣ ଦିବସ ପାଳିତ   (24-Jan-2026)       ||      ପାତାଳଗଙ୍ଗା ଲୋକ ମହୋତ୍ସବ ତୃତୀୟ ସନ୍ଧ୍ଯାରେ ମନ ମୋହିଛି ଦଳଗତ ନୃତ୍ଯ   (24-Jan-2026)       ||      ବୀର ସୁରେନ୍ଦ୍ର ସାଏ ପବ୍ଲିକ ସ୍କୁଲର ୧୫ତମ ବାର୍ଷିକୋତ୍ସବ   (24-Jan-2026)       ||      ସ୍ଥାନାନ୍ତରିତ ହେଲା ସୋନପୁର ବସଷ୍ଟାଣ୍ଡ; ସହରରେ ଖୁସିର ମାହୋଲ   (24-Jan-2026)       ||      ରୁଗୁଡ଼ିଖାଲ ମାନସ ବିହାର ଠାରେ ବିଶ୍ଵଶାନ୍ତି ପାଇଁ ୨୯ ତମ ଶ୍ରୀରାମ ଚରିତ ମାନସ ଯଜ୍ଞ ଅନୁଷ୍ଠିତ    (23-Jan-2026)       ||      ପର୍ଯ୍ୟଟନ ସ୍ଥଳୀରେ ପ୍ଲାଷ୍ଟିକ ମୁକ୍ତ ବଣଭୋଜି ପାଇଁ ସଚେତନତା   (23-Jan-2026)       ||      ଡାବୁଗାଁ ର ବିଭିନ୍ନ ବିଦ୍ୟାଳୟରେ ମାଁ ସରସ୍ଵତୀ ପୂଜା ପାଳନ   (23-Jan-2026)       ||      ଶିକେରପାଟ୍ ଚ୍ୟାମ୍ପିଆନ ଟ୍ରଫି ୨୦୨୬ ଉଦଘାଟିତ   (23-Jan-2026)       ||      ତୁଷୁରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମା ସରସ୍ବତୀ ଙ୍କ ପୂଜା ଓ ବିଦ୍ୟାରମ୍ଭ ସଂସ୍କାର   (23-Jan-2026)       ||      ଧରଣୀମାଲ ଗ୍ରାମ ବସ୍ତିପଡ଼ା ରେ ଧୂମଧାମ ରେ ପାଳିତ ହେଲା "ମା ସରସ୍ବତୀ" ପୂଜା   (23-Jan-2026)       ||     

HOME   ରାଜନୀତି

ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଅତାବିରା ଛାତ୍ର ଓ ବିଜେଡି ପକ୍ଷରୁ ପ୍ରତିବାଦ ଓ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ କୁଷ ପୁତ୍ତଳିକା ଦାହ

15-Jul-2025



ଅତାବିରା(ଆକାଶ ମିଶ୍ର) ସଂପ୍ରତି ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଆଜି ସାରା ରାଜ୍ୟରେ ଚହଳ ପଡ଼ିଛି ।ସମସ୍ତଙ୍କ ମୁହଁରେ ଗୋଟିଏ କଥା ଦୋଷୀକୁ ଫାଶୀ  ମିଳୁ । ନ୍ୟାୟ ନ ପାଇ ଜଣେ ଛାତ୍ରୀ ଆଜି  ଯୌନ ନିର୍ଯାତନାର ଶିକାର ହୋଇ ଶେଷରେ ଆତ୍ମାହୁତି ଦେବା କ୍ଷମତା ରେ ଥିବା  ବିଜେପି ସରକାରଙ୍କ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ(ଏଚ୍‌ଓଡି) ତଥା ଅଧ୍ୟାପକ ସମୀର କୁମାର ସାହୁଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ଛାତ୍ରୀ ଶନିବାର ନିଜ ଦେହରେ ପେଟ୍ରୋଲ ଢାଳି  ଆତ୍ମାହୁତି ଉଦ୍ୟମ କରିଥିଲେ। ସେ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ତାଙ୍କର ୧୨ ଦିନ ତଳର ଟୁଇଟ୍‌ ଏବେ ଭାଇରାଲ ହୋଇଛି, ଯାହାକୁ ନେଇ ସାରା ରାଜ୍ୟରେ କ୍ଷୋଭ ପ୍ରକାଶ ପାଇଛି। ୬ ମାସ ଧରି ଦିଆଯାଇଆସୁଥିବା ଶାରୀରିକ, ମାନସିକ  ନିର୍ଯ୍ୟାତନା ସମ୍ପର୍କରେ ପୀଡ଼ିତା ଜୁଲାଇ ୧ରେ ନିଜ ସୋସିଆଲ ମିଡିଆ ‘X’ ହ୍ୟାଣ୍ଡଲରେ ଜଣାଇଥିଲେ। ଏହାର ପୂର୍ବ ଦିନ ଅର୍ଥାତ୍‌ ଜୁନ୍‌ ୩୦ ତାରିଖରେ ସେ ବରିଷ୍ଠ ପୋଲିସ ଅଧିକାରୀ, ଅଧ୍ୟାପକ ଏବଂ କେତେଜଣ ଛାତ୍ରୀଛାତ୍ରଙ୍କ ଉପସ୍ଥିତିରେ ନିର୍ଯାତନା ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ। ୧ ତାରିଖରେ ‘X’ରେ ଏନେଇ ତଥ୍ୟ ଉଲ୍ଲେଖ କରିବା ସହ କେତେଜଣ ବିଶିଷ୍ଟ ବ୍ୟକ୍ତି ଓ କର୍ତ୍ତୃପକ୍ଷଙ୍କୁ ଟ୍ୟାଗ୍‌ କରିଥିଲେ। ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ମନ୍ତ୍ରୀ , କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, @ସିଏମ୍‌ଓ_ଓଡ଼ିଶା, ବାଲେଶ୍ୱର ଜିଲାପାଳ , ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ଜାତୀୟ ମହିଳା କମିଶନ। ଏହିମାନଙ୍କ ପାଖରୁ ପୀଡ଼ିତା ନ୍ୟାୟ ଆଶା ରଖିଥିଲେ। କଲେଜ ଅଧ୍ୟକ୍ଷ ତାଙ୍କୁ ୪/୫ ଦିନ ସମୟ ମାଗିଥିଲେ। ହେଲେ ନା କୌଣସି କର୍ତ୍ତୃପକ୍ଷ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଲେ ନା ଅଧ୍ୟକ୍ଷଙ୍କଠାରୁ ସେ ନ୍ୟାୟ ପାଇଲେ। ଶେଷରେ ହତାଶ ହୋଇ  ଆତ୍ମାହୁତି ଦେବା ପାଇଁ ଚରମ ପଦକ୍ଷେପ ନେଲ ଜୀବନ ସହ ସଂଗ୍ରାମ କରି ଗତ ରାତିରେ ସେ ମୃତ୍ୟୁ ବରଣ କରିଛନ୍ତି । ଏହି ଘଟଣା କୁ କେନ୍ଦ୍ର କରି ଆଜି ଅତାବିରା ଏନ୍ ଏ  ସି ଅଧ୍ୟକ୍ଷ  ବନମାଳୀ ବରିହାଙ୍କ  ନେତୃତ୍ୱରେ ଅତାବିରା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅତାବିରା ବିଜେଡି ଦଳ ପକ୍ଷରୁ ମହାବିଦ୍ୟାଳୟ ସମ୍ମୁଖରେ  ବିଜେପି ସରକାର ଙ୍କ ଅପାରଗତା ବୋଲି  ତାଙ୍କୁ ଆଙ୍ଗୁଳି ଉଠାଇ ଏହାର ପ୍ରତିବାଦ  ସଭା କରିଥିଲେ । ସୌମ୍ୟାଶ୍ରୀଙ୍କ

ଅମର ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଂଜଳି ଅର୍ପଣ କରିବା  ସହ ତାଙ୍କ ପିତା ମାତାଙ୍କ ପ୍ରତି ସମବେଦନା ଜଣାଇ ତାଙ୍କୁ ଧୈର୍ଯ୍ୟ ଦେବା ପାଇଁ  ଭଗବାନ ଙ୍କ ଠାରେ ପ୍ରାର୍ଥନା କରିଥିଲେ । ସମସ୍ତ ଛାତ୍ର ଛାତ୍ରୀ ଙ୍କ ଠାରେ  ଏଇ ଘଟଣା କୁ ନେଇ ଉତ୍ତେଜନା  ପ୍ରକାଶ ପାଇଥିଲା ।
ଦୋଷୀଙ୍କୁ ଫାଶୀ  ମିଳୁ ବୋଲି ସ୍ୱର ଉତ୍ତୋଳନ କରି ଥିଲେ।ବିଜେଡି  ଦଳ କର୍ମକର୍ତ୍ତା ମାନେ  ଜାତୀୟ ରାଜପଥ ଉପରେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏହି ସଭାରେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ଏନ୍ ଏ ସି ବିଜେଡି ଯୁବ ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା, ଏନ୍ ଏ ସି ଉପାଧ୍ୟକ୍ଷା ଅନୁଷୟା ବିଶ୍ଵାଳ, ଆଇନଜୀବୀ ସୁଶାନ୍ତ ମିଶ୍ର , ପ୍ରଶାନ୍ତ ମିଶ୍ର, ଟଙ୍କ ଦାଶ, ଗଣେଶ ସାହୁ, ଖିରୋଜ ନାଏକ, ବିଲସ୍ ଯୋନପୁରୀ, ନାରାୟଣ ସାହୁ ତଥା ଶତାଧିକ ବିଜେଡି କର୍ମୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଡ଼ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ବାଳିକା ଦିବସ ପାଳିତ   24-Jan-2026
  ଜିଲ୍ଲା  
*୩୭ ତମ ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ - ସୁନ୍ଦରଗଡ ଦଳ ସେମି ଫାଇନାଲ ରେ ପ୍ରବେଶ* -   24-Jan-2026
  ଜିଲ୍ଲା  
ବୋଡ଼େନ୍ ରେ ପାତାଳଗଙ୍ଗା ମହୋତ୍ସବ: ନୂଆପଡ଼ା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା   24-Jan-2026
  ଜିଲ୍ଲା  
ଗାନ୍ଧୀଜୀ ଓ ନେତାଜୀଙ୍କ ବୈଚାରିକ ବିଭେଦକୁ ବ୍ୟକ୍ତିଗତ ବିବାଦର ରୂପ ଦିଆଯାଉଛି   24-Jan-2026
  ଜିଲ୍ଲା  
ଲୋଇସିଂହା ଆଦିବାସୀ ଭବନ ଠାରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   24-Jan-2026
  ଜିଲ୍ଲା  
ଜାତୀୟ ଶିଶୁ କନ୍ୟା ଦିବସରେ ସରକାରୀ ଶୁଖା ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଦ୍ୱାରା ଏକ ଅଭିନବ ନୁକ୍ଲଡ ନାଟକ ପ୍ରଦର୍ଶନ   24-Jan-2026
  ଜିଲ୍ଲା  
କୁକୁଡାଗାଲି ଉପରେ ଚଢାଉ , ୫ ଗିରଫ   24-Jan-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ଶ୍ରୀ ଶ୍ରୀ ବଡ଼ ଗୋପାଳ ଜୀ ମହାପ୍ରଭୂଙ୍କ ଭବ୍ୟ ଉତ୍ସବ ଆରମ୍ଭ* - *ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ମହନ୍ତ ମହାରାଜ*-   24-Jan-2026
  ଜିଲ୍ଲା  
ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଧାରଣ ପରିଷଦ ବୈଠକ, ବଲାଙ୍ଗୀରେ ପ୍ରସ୍ତାବିତ ନୂତନ ସିଭିଲ କୋର୍ଟ କୋଠା ନିର୍ମାଣ ନେଇ ଆଲୋଚନା   24-Jan-2026
  ଜିଲ୍ଲା  
ବଲାଙ୍ଗୀର ପଲ୍ଲିଶ୍ରୀ ମେଳା ■ ୧କୋଟି ୩୦ଲକ୍ଷ ଟଙ୍କାର ବେପାର ■ ଯୋଗଦେଇଥିଲେ ୧୧ଟି ରାଜ୍ୟର ୩୦୩ ଗ୍ରୁପ   24-Jan-2026
  ଜିଲ୍ଲା  
ଯୋଗୀସର୍ଡ଼l ପଂଚାୟତ ପରିସରରେ ଜଳ ଅର୍ପଣ ଦିବସ ପାଳିତ   24-Jan-2026
  ଜିଲ୍ଲା  
ପାତାଳଗଙ୍ଗା ଲୋକ ମହୋତ୍ସବ ତୃତୀୟ ସନ୍ଧ୍ଯାରେ ମନ ମୋହିଛି ଦଳଗତ ନୃତ୍ଯ   24-Jan-2026

You Might Also Like