-+91-9937148622 |

prerana_bgr@rediffmail.com |

  Tuesday 20th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||     

HOME   ଜିଲ୍ଲା

ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଜିଲ୍ଳାସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ -

18-Jun-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଳା ପାଇଁ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଜରୁରୀକାଳୀନ ଶାଖା ଦ୍ଵାରା ଆହୂତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାର ଉଚିତ ମୁକାବିଳା ପାଇଁ ବିଭାଗୀୟ ପ୍ରସ୍ତୁତି ଓ କାର୍ଯ୍ୟକାରିତା ଉପରେ ସମ୍ପୃକ୍ତ ବିଭାଗ ଦ୍ୱାରା ବନ୍ୟା ପୂର୍ବରୁ,ବନ୍ୟା ସମୟରେ ଓ ବନ୍ୟା ପରବର୍ତ୍ତୀ ପଦକ୍ଷେପ ଉପରେ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମର ବିସ୍ତୃତ ତଥ୍ୟ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା l ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମାଝୀ ବିଭାଗ ମାନଙ୍କ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମର ତଥ୍ୟ ଗୁଡିକର ପ୍ରତ୍ୟେକଟି ବିନ୍ଦୁ ଉପରେ ବିଷଦ ଭାବରେ ଆଲୋଚନା କରି ସମ୍ଭାବ୍ୟ ବନ୍ୟାର ସଠିକ ଓ ସଫଳ ମୁକାବିଳା ନିମନ୍ତେ ବିପର୍ଯ୍ୟୟର ଅତ୍ୟନ୍ତ ଗୁରୁତର ପ୍ରଭାବକୁ ଧ୍ୟାନରେ ରଖି ସମସ୍ତ ବିଭାଗ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେବା ସହ ନୈତିକ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ଜିଲ୍ଲାର ବନ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ସମୟ ପୂର୍ବରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସହିତ ବନ୍ୟା ସମ୍ୱନ୍ଧୀୟ ଯେ କୌଣସି ପୂର୍ବ ସୂଚନାର ବ୍ୟାପକ ଜନ ସଚେତନତା ଓ ଗୋଷ୍ଠୀ ସହାଭାଗିତା ଉପରେ ଗୁରୁତ୍ୱାରୋପ କରିଛନ୍ତି I ସେ ଏହି ପରିପ୍ରେକ୍ଷୀରେ ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସୁ- ସମ୍ପର୍କ ରକ୍ଷା ପୂର୍ବକ କାର୍ଯ୍ୟ ସମ୍ପାଦନରେ ଜିଲ୍ଲାରେ ଜିରୋ କାଜୁଆଲିଟି ଉପରେ ଯତ୍ନବାନ ହେବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l ଜିଲ୍ଲାର ସମ୍ପୃକ୍ତ ପ୍ରତ୍ୟେକ ଅଧିକାରୀ ତଥା କର୍ମଚାରୀ ସମ୍ଭାବ୍ୟ ବନ୍ୟାର ମୁକାବିଲା ନିମନ୍ତେ ସମ୍ପୂର୍ଣ ପ୍ରସ୍ତୁତ ସହ ସ୍ଥିତି ପରିସ୍ଥିତିକୁ ନିରୀକ୍ଷଣ କରି ତ୍ୱରିତ ପଦକ୍ଷେପ ପାଇଁ କାର୍ଯ୍ୟ କରିବାକୁ କହିଥିବା ବେଳେ କାର୍ଯ୍ୟର ବ୍ୟବସ୍ଥିତ ପରିଚାଳନା ନିମନ୍ତେ ଜିଲ୍ଲାସ୍ତର, ଉପଖଣ୍ଡସ୍ତର,ବ୍ଲକସ୍ତର ତଥା ସମ୍ପୃକ୍ତ ବିଭିନ୍ନ ବିଭାଗ ନିଜ ନିଜ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମର କାର୍ଯ୍ୟକ୍ଷମକୁ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀ ତଥା ବିଡ଼ିଓ ମାନଙ୍କୁ ନିର୍ଦେଶ ଦେଇଛନ୍ତି l ଜିଲ୍ଲାର ଜନସାଧାରଣ ବିପର୍ଯୟ ସମ୍ବଧୀୟ କୌଣସି ତ୍ୱରିତ ସୂଚନା ପାଇବାକୁ କିମ୍ବା ସୂଚନା ଦେବାକୁ ଜିଲ୍ଲା କାର୍ଯ୍ୟଳୟ କଣ୍ଟ୍ରୋଲ ରୁମ ନମ୍ବର ୦୬୬୫୪- ୨୯୧୩୭୪ କୁ (୨୪×୭) ଯୋଗାଯୋଗ କରିପାରିବେ। ଏତଦ ବ୍ୟତୀତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ବିଗତ ବର୍ଷର ଅଭିଜ୍ଞତାକୁ ନେଇ ନିଜ ବିଭାଗ ସମ୍ପୃକ୍ତ ସମ୍ବେଦନଶୀଳ କାର୍ଯ୍ୟକୁ ସମୟ ପୂର୍ବରୁ ବ୍ୟବସ୍ଥିତ କରିବାକୁ ନିର୍ଦେଶ ଦିଆଯାଇଛି।କାର୍ଯ୍ୟକ୍ରମରେ  ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଓଡିଶା ରାଜ୍ୟ ରିଲିଫ କମିଶନ କାର୍ଯାଳୟର ସ୍ୱତନ୍ତ୍ର ଅଧିକାରୀ ମୟୁରେସ ପଣ୍ଡା ଯୋଗଦାନ କରି ବିପର୍ଯ୍ୟୟର ମୁକାବିଳା ନିମନ୍ତେ ଓସଡ଼ମା ଓ ଏନଡିଆରଏଫର ଭୂମିକା ଉପରେ ଆଲୋକପାତ କରି ପ୍ରତ୍ୟେକ ବିଭାଗ ସଂଗଠିତ ହୋଇ ନିଜ ନିଜର ଦାୟିତ୍ୱକୁ ନିଷ୍ଠାର ସହ ସମ୍ପାଦନ କଲେ ଆମେ ନିଶ୍ଚିତ ସଫଳ ହେବା ବୋଲି କହିଥିଲେ l ଏହି ପରିପ୍ରେକ୍ଷୀରେ ଆଜି ସମସ୍ତ ବ୍ଲକସ୍ତର ସହ ମ୍ୟୁନିସିପାଲିଟି ସୋନପୁର, ଏନଏସି ବିନିକା ଓ ତରଭାରେ ମଧ୍ୟ ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା କାଲି ତା. ୧୯/୦୬/୨୫ ପୂର୍ବାହ୍ନ ୯ ଘଟିକା ସମୟରେ ଜିଲ୍ଲାରେ ଥିବା ୦୬ ଗୋଟି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଜି କାର୍ଯ୍ୟକ୍ରମ ଅବସରରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ନାରାୟଣ ନାଏକ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଉପ ଜିଲ୍ଲାପାଳ ସୋନପୁର ଡଃ.ସୌମ୍ୟରୁପା ରଥ ପ୍ରମୁଖ ଯୋଗଦାନ କରି ନିଜ ନିଜର ସୁଚିନ୍ତିତ ମତବ୍ୟକ୍ତ କରି ସମ୍ଭାବ୍ୟ ବନ୍ୟାର ଉଚିତ ମୁକାବିଳା ନିମନ୍ତେ ଉତ୍ତମ ସମନ୍ୱୟ ରକ୍ଷା ପୂର୍ବକ ଦୃଢ଼ ମାନସିକତା ସହ କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l କାର୍ଯ୍ୟ ସମ୍ପାଦନକୁ ବ୍ୟବସ୍ଥିତ ପରିଚାଳନା ପାଇଁ ପ୍ରତ୍ୟେକ ବିଭାଗ ନିଜ ସ୍ତରରେ ମାଇକ୍ରୋ ପ୍ଲାନିଂ କରି ବିଭାଗୀୟ କାର୍ଯ୍ୟର ଦାୟିତ୍ୱ ବଣ୍ଟନକୁ ସୁ ନିଶ୍ଚିତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ ମ୍ୟୁନିସିପାଲିଟି ସୋନପୁର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ବିନିକା ଓ ତରଭା ସହ ବିଭିନ୍ନ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ l ଜିଲ୍ଲା ଜରୁରୀ ଶାଖା ଅଧିକାରୀ ସଂଗ୍ରାମ କେଶରୀ ଜେନା ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ l ଜିଲ୍ଲା ଜରୁରୀ ଶାଖାର ପ୍ରକଳ୍ପ ଅଧିକାରୀ ବିଶ୍ୱନାଥ ନାୟକ କାର୍ଯ୍ୟକ୍ରମର ରୂପରେଖ,ବ୍ୟବସ୍ଥିତ କାର୍ଯ୍ୟଖସଡ଼ା ର ଦୃଶ୍ୟ ଶ୍ରାବ୍ୟ ମାଧମରେ ତଥ୍ୟ ପ୍ରଦାନ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026

You Might Also Like