-+91-9937148622 |

prerana_bgr@rediffmail.com |

  Thursday 26th November 2026 |

| | | |

R.N.I. Regd No. ODIODI/2010/46693

Breaking News

୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଫାଇନାଲ ମ୍ୟାଚ, ସମ୍ବଲପୁର ଆଶିଷ ଏକାଦଶ ବିଜୟ   (26-Nov-2026)       ||      ନୂଆପଡ଼ା ଜିଲ୍ଲାରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ   (26-Nov-2026)       ||      ବରଗଡ଼ ପୁସ୍ତକ ମେଳା ମଞ୍ଚରେ ଉନ୍ମୋଚିତ ହେଲା ମିଟ୍‌ର ବାର୍ଷିକ କ୍ୟାଲେଣ୍ଡର    (26-Nov-2026)       ||      ବେଲପଡା: ୨୫ ବର୍ଷର ସ୍ମୃତି, ବନ୍ଧୁତ୍ୱ ଓ ଗୁରୁଶିଷ୍ୟ ପରମ୍ପରାକୁ ପୁନର୍ଜୀବିତ କରିଥିଲା ବନ୍ଧୁ ମିଳନ କାର୍ଯ୍ୟକ୍ରମ    (26-Nov-2026)       ||      ୭ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକା ଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ   (26-Nov-2026)       ||      *ବହୁଚର୍ଚ୍ଚିତ ଡାବୁଗାଁ ଲ୍ୟାମ୍ପସ୍ ସାର ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ପାଇଁ ଦାବି*   (26-Nov-2026)       ||      ବ୍ୟାଙ୍କିଂ, ଆର୍ଥିକ ସେବା ଓ ବୀମା କ୍ଷେତ୍ରରେ ରହିଛି ଅସୀମ କ୍ୟାରିୟର ସୁଯୋଗ   (26-Nov-2026)       ||      ବରମକେଲାରେ ୫୯ ତମ ରାସ ପୂର୍ଣ୍ଣିମା ଉଦଘାଟନ   (26-Nov-2026)       ||      ସରପଞ୍ଚ ଙ୍କ ଦ୍ୱାରା ବରୀ ପଞ୍ଚାୟତ ରେ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ   (25-Nov-2026)       ||      ବରପାଲି ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ ଓକିଲ ସଂଘ ର ବିରୋଧ   (25-Nov-2026)       ||      ସିକିର୍ଡି ରେ ଅଷ୍ଟ ପ୍ରହରୀ ନାମଯଜ୍ଞ   (25-Nov-2026)       ||      ଦେଓଗାଁ ବ୍ଲକ ରେ ଷ୍ଟ୍ରିଟ ଲାଇଟ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି    (25-Nov-2026)       ||      ଆଗଲପୁର ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ   (25-Nov-2026)       ||      ଡୁଙ୍ଗୁରିପାଲିରେ ରାଜ୍ କରୁଛି ନକଲି   (25-Nov-2026)       ||      ଛାଡ଼ଖାଇକୁ ନେଇ ଆମିଷ ବଜାରରେ ଉତ୍ସବର ମାହୋଲ   (25-Nov-2026)       ||      ଶୀତ ଋତୁରେ ଅସହାୟଙ୍କ ପାଇଁ ସହଯୋଗ ଫାଉଣ୍ଡେସନର ସହାୟତାର ହାତ   (25-Nov-2026)       ||      ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ   (25-Nov-2026)       ||      ବାଞ୍ଜିପାଲିରେ ନିମ୍ବାର୍କ ଜୟନ୍ତି ପାଲିତ   (25-Nov-2026)       ||      *ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ ଶିଶୁକନ୍ୟାର ମୃତଦେହ*   (25-Nov-2026)       ||      ସିନାପାଲି ହାଇସ୍କୁଲପଡ଼ା ରେ ମା’ ମହାଲକ୍ଷ୍ମୀଙ୍କ ଭବ୍ୟ ପୂଜା ମହୋତ୍ସବ    (25-Nov-2026)       ||     

HOME   ଜିଲ୍ଲା

ଟେବୁଲ ଟପ ଏକ୍ସରସାଇଜ଼ ଏବଂ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ୨୦୨୫ ର ସଫଳ ଆୟୋଜନ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

10-Jun-2025



ସୁବର୍ଣ୍ଣପୁର: (ମନୋରଞ୍ଜନ ତ୍ରିପାଠୀ)ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆଜି ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଟେବୁଲ ଟପ ଏକ୍ସରସାଇଜ଼ ଏବଂ  ସାମୁହିକ ଅଭ୍ୟାସ ୨୦୨୫ର ସଫଳ ଆୟୋଜନ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଚଳିତ ମାସ ତା ୧୮ ରେ ( ପୂର୍ବାହ୍ନ ୧୦ ଘଂ ରୁ ଅ ୦୧ ଘଂ, ଅପରାହ୍ନ ୦୨ ଘଂରୁ ରୁ ସନ୍ଧ୍ୟା ୦୫ଘଂ) ୨ଟି ପର୍ଯ୍ୟାୟ ରେ ଜିଲ୍ଲା ସ୍ତରୀୟ ତଥା ବ୍ଲକ ଓ ୟୁ.ଏଲ.ବି ସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ ହେବ l ବନ୍ୟାର ସୂଚନା ଆସିଲେ ସରକାରୀ ବିଭାଗୀୟ ଅଧିକାରୀ ମାନେ କିଭଳି ପଦକ୍ଷେପ ନେବେ ତାର ପୂର୍ବାଭିନୟ କରାଯିବ l ସମସ୍ତ ସମ୍ପୃକ୍ତ ଅଧିକାରୀ, କର୍ମକର୍ତ୍ତା ମାନେ ବନ୍ୟା ବିପର୍ଯୟର ସୁ ପରିଚାଳନା ନିମନ୍ତେ ବନ୍ୟା ପୂର୍ବରୁ, ବନ୍ୟା ପରେ ଓ ବନ୍ୟା ସମୟରେ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ କଣ ରହିଛି ତାର ଦୃଶ୍ୟ ଶ୍ରାବ୍ୟ ଦ୍ୱାରା ଉପସ୍ଥାପନା କରାଯିବ l ତା ୧୯ ରେ ସକାଳ ୦୯ ଘଣ୍ଟାରୁ  ଜିଲ୍ଲାସ୍ଥିତ ୦୬ଟି ବନ୍ୟା ଆଶ୍ରୟସ୍ଥଳୀ ଠାରେ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ (ମକଡ୍ରିଲ) ଅନୁଷ୍ଠିତ ହେବ l ସାମୁହିକ ଅଭ୍ୟାସ ପୂର୍ବରୁ  ଆବଶ୍ୟକ ପ୍ରସ୍ତୁତି କରିବା ନିମନ୍ତେ ବନ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟି ତଥା ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ତଥା ବ୍ଲକ ସ୍ତରୀୟ ଅନ୍ୟ ସହଯୋଗୀ ସଂସ୍ଥା ମୁଖ୍ୟ, କମ୍ୟୁନିଟି କର୍ମକର୍ତ୍ତା ପ୍ରମୁଖଙ୍କୁ ପରାମର୍ଶ ଦିଆଯାଇଛି l  ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ପ୍ରଧାନ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ସମୟରେ ଯେପରି କୌଣସି ପ୍ରକାର ଅଘଟଣ ନହୁଏ ସେଥି ପ୍ରତି ବିଶେଷ ସତର୍କ ତଥା ଅଭ୍ୟାସ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି l ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପୂର୍ବରୁ ଫାୟାର ବିଭାଗ ଦ୍ୱାରା ବିପର୍ଯୟ ସମୟରେ ବ୍ୟବହୃତ ସମସ୍ତ ଆନୁସଙ୍ଗିକ ଯନ୍ତ୍ରପାତିର ଉପଯୁକ୍ତ ଯାଞ୍ଚ ଏବଂ ପରୀକ୍ଷା ପୂର୍ବକ ସଠିକ ବ୍ୟବହାର ନିମନ୍ତେ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଛନ୍ତି l ବୈଠକରେ ଡେପୁଟି କଲେକ୍ଟର ଜରୁରୀ ଶାଖା ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ସ୍ୱାଗତ କରିବା ସହ ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଓସଡ଼ମା ବିଶ୍ୱନାଥ ନାୟକ  ବୈଠକର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରି ବିଶେଷ ଭାବେ ବିପର୍ଯ୍ୟୟ ପୂର୍ବ, ବିପର୍ଯୟ ସମୟରେ ତଥା ପରବର୍ତ୍ତୀ  ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ଷ୍ଟେକ ହୋଲଡର ଙ୍କ ଦାୟିତ୍ୱ, କର୍ତ୍ତବ୍ୟ ତଥା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ l ବିପର୍ଯ୍ୟୟରୁ  ଜନସାଧାରଣଙ୍କୁ ଯେପରି ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯାଇପାରିବ ସେଥି ନିମନ୍ତେ ବ୍ୟାପକ ଭାବେ ସଚେତନତା ଜାଗରଣ କରିବା, ବିଭିନ୍ନ ସରକାରୀ ବିଭାଗ ନିଜ ବିଭାଗୀୟ ଦାୟିତ୍ୱ ଓ କର୍ତ୍ତବ୍ୟର ଅନୁପାଳନକୁ ସୁନିଶ୍ଚିତ କରିବା, ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ କରିବା,ଜିଲ୍ଲା ସ୍ଥିତ ବିଭିନ୍ନ ନଦୀ ନାଳର ଆଡି ବନ୍ଧ ସ୍ଥିତିର ସୂ ନିଶ୍ଚିତ କରିବା, ଆଶ୍ରୟସ୍ଥଳୀ ପରିଚାଳନା, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ଆବଶ୍ୟକ ପଦକ୍ଷେପ , ସ୍ଥାନାନ୍ତରଣ ତଥା ପ୍ରାଥମିକ ଚିକିତ୍ସା ପ୍ରଭୁତି ବିଷୟରେ  ସୁପରିଚିତ  କରାଇବା ସାମୁହିକ ଅଭ୍ୟାସର ମୂଳ ଉଦେଶ୍ୟ ରହିଥିବା ସୂଚନା ପ୍ରଦାନ କରିଥିଲେ l  ଜିଲ୍ଲା ସ୍ତରୀୟ ଏହି ପ୍ରସ୍ତୁତି ବୈଠକରେ ଉପଜିଲ୍ଲାପାଳ ସୋନପୁର, ଉପଜିଲ୍ଲାପାଳ ବୀରମହାରାଜପୁର କାର୍ଯ୍ୟାଳୟ ଅଧିକାରୀ,କର୍ମକର୍ତ୍ତା, ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ସମସ୍ତ ବିଡ଼ିଓ, ତହସିଲଦାର,ସାମ୍ବାଦିକ, ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା, କମ୍ୟୁନିଟି କର୍ମକର୍ତ୍ତା,ଅନ୍ୟାନ୍ୟ ସହଯୋଗୀ ସଂସ୍ଥା କର୍ମକର୍ତ୍ତା, ଆଶ୍ରୟ ସ୍ଥଳୀ ପରିଚାଳନା କର୍ମକର୍ତ୍ତା, ନିର୍ବାହୀ ଅଧିକାରୀ ପୌରାଞ୍ଚଳ ସୋନପୁର, ବିନିକା, ତରଭା ପ୍ରଭୁତି  ଯୋଗଦାନ କରି ନିଜ ନିଜର ମତାମତ ପ୍ରଦାନ ପୂର୍ବକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଫାଇନାଲ ମ୍ୟାଚ, ସମ୍ବଲପୁର ଆଶିଷ ଏକାଦଶ ବିଜୟ   26-Nov-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲାରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ   26-Nov-2026
  ଜିଲ୍ଲା  
ବରଗଡ଼ ପୁସ୍ତକ ମେଳା ମଞ୍ଚରେ ଉନ୍ମୋଚିତ ହେଲା ମିଟ୍‌ର ବାର୍ଷିକ କ୍ୟାଲେଣ୍ଡର   26-Nov-2026
  ରାଜ୍ୟ  
ବେଲପଡା: ୨୫ ବର୍ଷର ସ୍ମୃତି, ବନ୍ଧୁତ୍ୱ ଓ ଗୁରୁଶିଷ୍ୟ ପରମ୍ପରାକୁ ପୁନର୍ଜୀବିତ କରିଥିଲା ବନ୍ଧୁ ମିଳନ କାର୍ଯ୍ୟକ୍ରମ   26-Nov-2026
  ଜିଲ୍ଲା  
୭ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକା ଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ   26-Nov-2026
  ଜିଲ୍ଲା  
*ବହୁଚର୍ଚ୍ଚିତ ଡାବୁଗାଁ ଲ୍ୟାମ୍ପସ୍ ସାର ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ପାଇଁ ଦାବି*   26-Nov-2026
  ଜିଲ୍ଲା  
ବ୍ୟାଙ୍କିଂ, ଆର୍ଥିକ ସେବା ଓ ବୀମା କ୍ଷେତ୍ରରେ ରହିଛି ଅସୀମ କ୍ୟାରିୟର ସୁଯୋଗ   26-Nov-2026
  ଜିଲ୍ଲା  
ବରମକେଲାରେ ୫୯ ତମ ରାସ ପୂର୍ଣ୍ଣିମା ଉଦଘାଟନ   26-Nov-2026
  ଜିଲ୍ଲା  
ସରପଞ୍ଚ ଙ୍କ ଦ୍ୱାରା ବରୀ ପଞ୍ଚାୟତ ରେ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ   25-Nov-2026
  ଜିଲ୍ଲା  
ବରପାଲି ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ ଓକିଲ ସଂଘ ର ବିରୋଧ   25-Nov-2026
  ଜିଲ୍ଲା  
ସିକିର୍ଡି ରେ ଅଷ୍ଟ ପ୍ରହରୀ ନାମଯଜ୍ଞ   25-Nov-2026
  ରାଜ୍ୟ  
ଦେଓଗାଁ ବ୍ଲକ ରେ ଷ୍ଟ୍ରିଟ ଲାଇଟ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି   25-Nov-2026

You Might Also Like