-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
10-Jun-2025
(ଡୋଲେଶ୍ୱର ବାଗ)
ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ପ୍ରଦେଶ କଂଗ୍ରେସ କମିଟି ଆହ୍ବାନ କ୍ରମେ ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ଖଡିଆଳ ଠାକୁରାଣୀ ମନ୍ଦିର ପରିସର ରୁ ବାହାରି ଖଡିଆଳ ନଗର ପରିକ୍ରମା ପରେ ଅଗ୍ରସେନ୍ ଧର୍ମଶାଳା ପରିସର ମଧ୍ୟକୁ ପ୍ରବେଶ କରିଥିଲା। ଖଡିଆଳ କଂଗ୍ରେସ ନେତା କମଲ ଚରଣ ତାଣ୍ଡି ଙ୍କ ନେତୃତ୍ୱ ରେ ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଅଛି।
ଏହି ସମାବେଶ ରେ ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ପ୍ରଦେଶ କଂଗ୍ରେସ କମିଟି ଆହ୍ବାନ କ୍ରମେ ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ସଭାପତି ସୁରେଶ ଆଜାଦ୍ ଜିଲ୍ଲା ସଂଯୋଜକ ଘାସିରାମ ମାଝୀ, ପର୍ଯ୍ୟବେକ୍ଷକ ମୂରଲୀ ଧର ନାଏକ, ଜିଲ୍ଲା ପରିଷଦ ସଭ୍ୟ ଭରତ ରାଉତ, ବରିଷ୍ଠ କଂଗ୍ରେସ କମିଟି ସଦସ୍ୟ ଫାରୁକ୍ ମହମ୍ମଦ, ଆଲୋକ ଗୁରୁ, ଦେବଦତ୍ତ ଦୀକ୍ଷିତ, ରାଜ୍ୟ ଯୁବ କଂଗ୍ରେସ୍ କାର୍ଯ୍ୟକାରୀ ସଭାପତି ଗଣେଶ ରାମ ସାହୁ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅମିତ୍ ଆହିର, ବିରଞ୍ଚି ବାଗ ସହ ଜିଲ୍ଲା ଯୁବ କଂଗ୍ରେସ ବହୁ କର୍ମୀ, ନେତା, ମହିଳା ମାନେ ଯୋଗ ଦେଇଥିଲେ।