-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
10-Jun-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)- ଗତ ରବିବାର ୮ ତାରିଖ ଦିନ କଟକ ଟାଉନ ହଲଠାରେ ନାରୀ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ନାରୀ ସଂଗଠନର ଜାତୀୟ ସଭାନେତ୍ରୀ ଶ୍ରୀମତୀ କୁସୁମ ମଞ୍ଜରି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସମାଜସେବୀ କିରଣ ଅଗ୍ରୱାଲ ଓ଼ ସମାଜସେବୀ ଅନିମା ଚକ୍ରବର୍ତ୍ତୀ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ସଂଗଠନର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ମୀରାରାଣୀ ଦାସ , ରାଜ୍ୟ ସମ୍ପାଦିକା ଶ୍ରୀମତୀ ମଧୁସ୍ମିତା ମହାନ୍ତି, ରାଜ୍ୟ ସଂଯୋଜିକା ସଂଘମିତ୍ରା ପଟେଲ ମଞ୍ଚାସିନ ଥିଲେ I ସମସ୍ତ ଅତିଥିମାନେ ପାରମ୍ପରିକ ରିତି ଅନୁସାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ l ସମସ୍ତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଏବଂ ଟ୍ରଫି ଦେଇ ସଂମ୍ମାନିତ କରାଯାଇଥିଲା ମଞ୍ଚାସିନ ମୁଖ୍ୟ ଅତିଥି ଓ଼ ସଂମ୍ମାନିତ ଅତିଥି ମାନେ ନାରୀର ସ୍ୱାଧୀନତା, ସ୍ୱାବଲମ୍ବୀ ଏବଂ ତାର ଅଧିକାର ବିଷୟରେ ସବିସୃତ ବିବରଣୀ ପ୍ରଦାନ କରିଥିଲେ l ଏଥିସହିତ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଶିଶୁ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମଞ୍ଚାସିନ ଅତିଥିମାନେ ନାରୀମାନଙ୍କ ଉନ୍ନତି ଦିଗରେ ଅନେକ ମନ୍ତବ୍ୟ ଦେଇ ଥିଲେ, ନାରୀମାନଙ୍କୁ ତାଙ୍କର ଦକ୍ଷତା ଅନୁସାରେ ପୁଷ୍ପଗୁଚ୍ଛ, ମାନପତ୍ର, ଟ୍ରଫି ସହିତ ସମସ୍ତଙ୍କୁ ସଂମ୍ମାନିତ କରିଥିଲେ l ଏହି କାର୍ଯ୍ୟକ୍ରମକୁ କୁସୁମ ଟିଭିର ନ୍ୟୁଜ ରିଡର ପ୍ରତୀକ୍ଷା ମିଶ୍ର ଓ କୁସୁମ ଟିଭିର ନିର୍ଦ୍ଦେଶକ ଦୀପକ କୁମାର ମଞ୍ଚ ପରିଚାଳନା କରିଥିଲେ I କୁସୁମ ଟିଭିର ଗଞ୍ଜାମ ରିପୋର୍ଟର କେଶବ ନାହାକ ସୁନ୍ଦର ଗୀତ ଗାଇବା ସହ ଶିଶୁ କଳାକାର ସୌମ୍ୟଶ୍ରୀଙ୍କ ଓଡିଶୀ ନାଚ ସମସ୍ତ ଦର୍ଶକ ମାନଙ୍କ ହୃଦୟ ସ୍ପର୍ଶ କରିଥିଲା I ଉପସ୍ଥିତ ସମସ୍ତ ଗଣମାଧ୍ୟମ କର୍ମକର୍ତ୍ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା I କାର୍ଯ୍ୟକ୍ରମରେ କୁସୁମ ଟିଭିର ମମତା ମହାନ୍ତି, ଅନିତା ଓଝା, ଅଶୋକ ସାହୁ, ସଂଜୀବ ଜେନା, ବିସ୍ମୟ ମହାନ୍ତି, ତୋଫାନ ଦାସ,ଭରସା ଫାଉଣ୍ଡେସନର ସ୍ମୃତି ସାହୁ ପ୍ରମୁଖ ସହଯୋଗ କରିଥିଲେ I କାର୍ଯ୍ୟକ୍ରମର ଶେଷରେ ସଂଗଠନର ସମ୍ପାଦିକା ମଧୁସ୍ମିତା ମହାନ୍ତି ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ I ସଂଗଠନ ତରଫରୁ ସମସ୍ତଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଇଥିଲା l