-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||     

HOME   ରାଜ୍ୟ

ସ୍ୱାସ୍ଥ୍ୟ ବିଭାଗର ଅବ୍ୟବସ୍ଥାକୁ ନେଇ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ, ସରକାର ବଦଳିବା ଏକ ବର୍ଷ ପରେ ମଧ୍ୟ ଭିମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନା କାର୍ଯ୍ୟକ୍ଷମ ହେଉନାହିଁ କାହିଁକି - ନରସିଂହ

08-Jun-2025



ବଲାଙ୍ଗିର(ପ୍ରେରଣା ଖବର)- ଅନେକ ଲଢେଇ ପରେ ଭୀମ ଭୋଇ ମେଡିକାଲ କଲେଜ ନିର୍ମାଣ ହୋଇଥିଲା ।ତତ୍କାଳୀନ ସରକାର ପ୍ରତିଶୃତି ଦେଇଥିଲେ ୨୦୨୩ ଡିସେମ୍ବର ସୁଦ୍ଧା ଏହା ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହେବ କିନ୍ତୁ ନିର୍ବାଚନକୁ ଆଖି ଆଗରେ ରଖି ତରବରିଆ ଭାବେ ଅସମ୍ପୁର୍ଣ୍ଣ ମେଡିକାଲ କଲେଜକୁ ତତ୍କାଳୀନ ସରକାର ଉଦ୍‌ଘାଟନ କରିଥିଲେ । ମୁଁ ନିଜେ ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ବିରୋଧ କରି ମଂଚ ତ୍ୟାଗ କରିଥିଲି । ପରେ ସରକାର ବଦଳିଲା । ଆଶା ଥିଲା ମାସେ ଦୁଇ ମାସ ଭିତରେ ନୂଆ ସରକାର ମେଡିକାଲ କଲେଜକୁ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବେ କିନ୍ତୁ ଦୁଃଖର ବିଷୟ ସରକାର ପରିବର୍ତ୍ତନ ଏକ ବର୍ଷ ପରେ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ଚାରି ଆଡେ ବର୍ଷ ପୂର୍ତ୍ତି ମହୋତ୍ସବ ପାଳନ କରୁଛନ୍ତି କିନ୍ତୁ ଆମ ଦୀର୍ଘ ଦିନର ସ୍ୱପ୍ନ ଭୀମଭୋଇ ମେଡିକାଲ କଲେଜ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିବାରେ କୌଣସି ପ୍ରକାର ପଦକ୍ଷେପ କାହିଁକି ନେଉ ନାହାନ୍ତି ବୋଲି ଆଜି ସ୍ଥାନୀୟ ସାର୍କିଟ ହାଉସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ସେ ଏହି ମର୍ମରେ ଆହୁରି ମଧ୍ୟ କହିଛନ୍ତି ଯେ ଭୀମଭୋଇ ମେଡିକାଲ କଲେଜର ନିର୍ମାଣ ଓ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ବିଧାନସଭା ଭିତରେ ଓ ବାହାରେ ସେ ଅନେକ ଲଢେଇ କରିଛନ୍ତି । ବହୁ କଷ୍ଟରେ ଏହାର ନିର୍ମାଣ କାମ ସମାପ୍ତ ହୋଇଥିଲା। କିନ୍ତୁ ଦୁଃଖର ବିଷୟ ଆମ ଜିଲ୍ଲା ସ୍ୱାସ୍ଥ୍ୟମନ୍ତ୍ରୀ ପାଇଥିବା ବେଳେ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ଅବସ୍ଥା ଭୂଷୁଡି ପଡିଛି। ମେଡିକାଲ କଲେଜ କେବେ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହେବ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ମେଡିକାଲ କଲେଜର ସମସ୍ତ ବିଭାଗ ନୁଆଁ କୋଠାକୁ କେବେ ସ୍ଥାନାନ୍ତରିତ ହେବ, ଲୋକେ କେବେ ମେଡିକାଲ କଲେଜର ପ୍ରକୃତ ଲାଭ ପାଇବେ ସେ ଦିଗରେ ସନ୍ଦେହରେ ଅଛନ୍ତି । ଆହୁରି ମଧ୍ୟ ଦେଓଗାଁ, ଚୁଡାପାଲି ଭଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାରଙ୍କ ମଞ୍ଜୁରି ମୁତାବକ ଦରକାର ହେଉଥିବା ଡାକ୍ତର, ପାରା ମେଡିକାଲ ଷ୍ଟାଫ୍‌, ନର୍ସିଂ ଷ୍ଟାଫ୍ ର ୮୦% ପଦବି ଖାଲି ରହୁଛି । ମୋର ଦାବି ନୁଆ ସରକାର କେବଳ ଭାଷଣ ଓ ପ୍ରତିଶୃତିରେ ସୀମିତ ନ ରହି ଆମ ଜିଲ୍ଲାରେ ଥିବା ସ୍ୱାସ୍ଥ୍ୟ ବିଭାଗର ସମସ୍ୟା ଗୁଡିକ ସହିତ ମେଡିକାଲ କଲେଜରେ ପିଜି ପାଠ୍ୟକ୍ରମ ଆରମ୍ଭ, ସୁପର ସ୍ପେସାଲିଟି ଚିକିତ୍ସା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ସହ ଡାକ୍ତର ନିଯୁକ୍ତି ଯଥାଶୀଘ୍ର କରନ୍ତୁ ନଚେତ କଂଗ୍ରେସ ଦଳ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ କରିବ। ଏଥିରେ ଯଦି କୌଣସି ପ୍ରକାର ଧନଜୀବନ ହାନି ହୁଏ ତେବେ ସରକାର ଦାୟୀ ରହିବେ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଥିଲେ । ବ୍ଲକ ଓ ମ୍ୟୁନିସିପାଲିଟିର ଦୁର୍ନୀତିକୁ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ମିଶ୍ର କହିଥିଲେ ମନହିରା ପଂଚାୟତର ଏକ ବିଧାୟକ ଉନ୍ନୟନ ପାଣ୍ଠି କିଭଳି ଆତ୍ମସାତ କରାଯାଇଛି ସୂଚନା ଅଧିକାର ଆଇନ ବଳରେ ଆଜି ତାର ପର୍ଦ୍ଦାଫାସ କରାଯାଇଛି। ଦେଢ ଲକ୍ଷ ଟଙ୍କାର ବିଧାୟକ ପାଣ୍ଠିରେ ନିର୍ମାଣ ହେବାକୁ ଥିବା ପୋଖରୀର ପାହାଚର କାର୍ଯ୍ୟାଦେଶ ଜନୈକ ବ୍ୟକ୍ତିଙ୍କୁ ଦିଆଯାଇଥିଲା। କିନ୍ତୁ କାର୍ଯ୍ୟାଦେଶ ପାଇଥିବା ବ୍ୟକ୍ତି ବ୍ଲକ କର୍ତ୍ତୃପକ୍ଷଙ୍କ ଅସହଯୋଗ ଯୋଗୁଁ କାମ ହୋଇ ପାରି ନଥିଲା । ପରେ କିଛି ମାସ ପରେ ସେହି ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ରିପୋର୍ଟ ପାଇଲେ ଯେ ସେ କାମ ସମ୍ପୁର୍ଣ୍ଣ ହୋଇଯାଇଛି କିନ୍ତୁ ଦୁଃଖର ବିଷୟ ସେ କାମର କାର୍ଯ୍ୟାଦେଶ ବାତିଲ ନ ହୋଇ କାମ କିପରି ହେଲା, ପରେ କ୍ଷେତ୍ର ପରିଦର୍ଶନରେ ଜଣାପଡିଲା ଯେ ସେ ନିର୍ଦ୍ଦିଷ୍ଟ ବାଘପଡା ବନ୍ଧରେ କୌଣସି ପାହାଚ ନିର୍ମାଣ ହୋଇନାହିଁ କିନ୍ତୁ ବ୍ଲକ କର୍ତ୍ତୃପକ୍ଷ ଚଂଚକତା କରି ବିଲ୍ ହଡପ କରିଛନ୍ତି । ତେଣୁ ମୁଁ ନିଜେ ଏହାର ଏକ 

ଭିଜିଲେନ୍ସ ତଦନ୍ତ ଦାବି କରି ଏଥିରେ ସଂପୃକ୍ତ ବ୍ଲକ ଚେୟାରମେନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବିଭାଗୀୟ ଯନ୍ତ୍ରୀ ଙ୍କ ବିରୁଦ୍ଧରେ ଅନୁସନ୍ଧାନ ଓ ପଦକ୍ଷେପ ନେବାକୁ ସ୍ଥାନୀୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି ବୋଲି କହିଥିଲେ । ଠିକ୍ ସେହି ପରି ମହାରାଣୀ ସାଗରର ଉନ୍ନତି କାମରେ ହୋଇଥିବା ଦୁର୍ନୀତିର ପ୍ରଶ୍ନରେ ଶ୍ରୀ ମିଶ୍ର ସାମ୍ବାଦିକମାନେ ଏହି ଦୁର୍ନୀତିକୁ ନେଇ କାହିଁକି ଚୁପ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଐତିହ ସମ୍ପନ୍ନ ମହାରାଣୀ ସାଗର ପାଇଁ ୨୦ କୋଟି ଟଙ୍କାର ଅନୁଦାନ ଆସିଥିଲା । ତତ୍କାଳିନ ବିଜେଡି ସରକାର ର ନେତାମାନେ ଚଂଚକତା କରି ଏସ୍‌ଏଚ୍‌ଜିମାନଙ୍କୁ ଏହା ଦାୟିତ୍ୱ ଦେଇଥିଲେ । ବର୍ତ୍ତମାନ ମହାରାଣୀ ସାଗର କେଉଁ ଅବସ୍ଥାରେ ଅଛି ଲୋକେ ଦେଖୁଛନ୍ତି । ଏହି ଦୁର୍ନୀତିର ପର୍ଦ୍ଦାଫାସ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ତଦନ୍ତ ନିହାତି ଦରକାର ବୋଲି ଶ୍ରୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର ମଂଚାସୀନ ଥିବା ବେଳେ ବୁଲୁ ଦାନି, କୈଳାସ ମିଶ୍ର, ଯୁବ ସଭାପତି ଅଙ୍କିତ ସାହୁ, ଛାତ୍ର ସଭାପତି ଚିନ୍ମୟ ବେହେରା, କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, କଂଗ୍ରେସ ନେତା ବିରେନ ମିଶ୍ର, ଅନ୍ତ ବେହେରା, ମାନସ ମହାନ୍ତି, ଜୁଲୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026
  ଜିଲ୍ଲା  
ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ   26-Oct-2026
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026

You Might Also Like